ଆଜିଠାରୁ ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା

(ଉପେନ୍ଦ୍ର ରାଉତ)
ବଅଁରପାଳ, ୧୨।୧୧ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ଠାରେ ଥିବା ମା’ ଲୋଭୀ ଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଲୋଭୀ। ତେଣୁ ମା’ଙ୍କ ଏହି ବାର୍ଷିକ ଯାତ୍ରା ପାଇଁ ଦୁଇ ଗଁା ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ୪ ଦିନ ବା ୧୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହେବ। ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଚଳିତବର୍ଷ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ମା’ ଲୋଭୀ କଳା ଚୁଡ଼ି, କଳା ଶାଢ଼ି ଓ କଜଳ ପରିଧାନ କରୁଥିବାରୁ ଏହି ଦୁଇ ଗ୍ରାମରେ କେହି କଳାବସ୍ତ୍ର ପିନ୍ଧନ୍ତି ନାହିଁ। ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ଗ୍ରାମବାସୀ ପାଳନ କରିଆସିଛନ୍ତି। ପୂଜା ବିଧି ଅନୁସାରେ ଗଡ଼ସନ୍ତ୍ରୀ ଠାରେ ମା’ଙ୍କ ପୀଠସ୍ଥଳି ରହିଥିବାବେଳେ ତୁଳସୀପାଳ ଗ୍ରାମରେ ଦିଅଁ ଘର ରହିଛି। ଯାତ୍ରା ଦିନ ସକାଳେ ଆଲମ ଘରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ପୂର୍ବାହ୍ନରେ ଠାକୁରାଣୀଙ୍କୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୀଠସ୍ଥଳିକୁ ଅଣାଯିବ। ସେଠାରେ ମାଜଣା ପୂଜା ପରେ ବଡ଼ ପୂଜା ସମ୍ପନ୍ନ ହେବ। ମାନସିକ ପାଇଁ ବହୁ ଶ୍ରଦ୍ଧାଳୁ ପୀଠରେ ଅଧିଆ ପଡ଼ିବା ସହ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ କରିବେ। ରାତିରେ ମା’ଙ୍କ ମହାଦେଶ ତୁଳସୀପାଳରୁ ଗଡ଼ସନ୍ତ୍ରୀକୁ ଅଣାଯିବ। ଯାତ୍ରା ଅବସରରେ ମେଲୋଡି, ଭଜନ ସମାରୋହ, ଦଣ୍ଡନୃତ୍ୟ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏ ସମ୍ପର୍କରେ ଗଡ଼ସନ୍ତ୍ରୀ ସରପଞ୍ଚ ନର୍ମଦା ମାଝି, ତୁଳସୀପାଳ ସରପଞ୍ଚ ଲୋକନାଥ ସାହୁ, ଅଞ୍ଜଳି ଭୋଇ, ଦୁଃଖବନ୍ଧୁ ବିଶ୍ୱାଳ, ପତିତପାବନ ମାଝି, ଟ୍ରଷ୍ଟିବୋର୍ଡ ସଭାପତି ସୁନୀଳ ମାଝି କୁହନ୍ତି, ମା ଲୋଭୀ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଯିଏ ଯେଉଁ ମାନସିକ କରନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଆସିଛି। ମା’ ନିଜେ କଳାଚୂଡ଼ି ଓ କଳାଶାଢ଼ି ପରିଧାନ କରୁଥିବାରୁ ଉଭୟ ଗ୍ରାମର କୌଣସି ଲୋକ କେବେ ଏପରି ବସ୍ତ୍ର ବ୍ୟବହାର କରନ୍ତି ନାହିଁ। ଏଥିସହ ଯାତ୍ରା ୪ ଦିନ ଘରକୁ ଆସୁଥିବା ଅତିଥିମାନଙ୍କୁ ସତ୍କାର କରାଯାଏ ନାହିଁ। କାରଣ ଏହି ୪ ଦିନ ମା ଲୋଭୀ ହେଉଛନ୍ତି ଅତିଥି। ଏହି ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏକ ଅସ୍ଥାୟୀ ଫାଣ୍ଡି ସହ ୨ ପ୍ଲାଟୁନ୍‌ ଫୋର୍ସ, ୨ ଇନ୍ସପେକ୍ଟର, ୪ ସବ୍‌ଇନ୍ସପେକ୍ଟର, ୫ ଏଏସ୍‌ଆଇଙ୍କୁ ଦାୟିତ୍ୱରେ ରଖାଯାଇଛି। ଏହି ଯାତ୍ରାକୁ ଉଭୟ ଗ୍ରାମବାସୀ ପରିଚାଳନା କରୁଛନ୍ତି।


All Right Reserved By Dharitri.Com

ଜାତୀୟ ସ୍ମୃତି ହେବ ଗୋପବନ୍ଧୁଙ୍କ ଜନ୍ମପୀଠ: ସୁଆଣ୍ଡୋରେ ୫-ଟି ସଚିବ

ସାକ୍ଷୀଗୋପାଳ,୨୭ା୧(ଡି.ଏନ.ଏ)- ଉକତ୍ଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ଜାତୀୟ ସ୍ମୃତି ଭାବେ ସଂରକ୍ଷିତ କରାଯିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି...

ଜାତୀୟ ରାଜପଥରେ ଲାଗିବ ସିସିଟିଭି

ଭୁବନେଶ୍ୱର,୨।୧(ବ୍ୟୁରୋ): ଜାତୀୟ ରାଜପଥରେ ଲଗାଯିବ ସିସିଟିଭି। ରାଜ୍ୟରେ ବଢ଼ିବାରେ ଲାଗିଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଗିରିସୋଲାରୁ...

ଜବରଦଖଲରେ ସରକାରୀ ଜମି

ଆରଡ଼ି,୧୦।୨ (ଡି.ଏନ.ଏ.)-ଜବରଦଖଲକାରୀଙ୍କ କବଳରେ ସରକାରୀ ଜମି। କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୪ରୁ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜବରଦଖଲ ଉଚ୍ଛେଦ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ...

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଜେଏସ୍‌ଡବ୍ଲ୍ୟୁର ପ୍ରୟାସ

ପାରାଦୀପ, ୧୧ା୧ (ସ୍ବ.ପ୍ର.): ପାରାଦୀପଠାରେ ହେବାକୁ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଶୁକ୍ରବାର ଶିଳ୍ପ ପ୍ରଭାବିତ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ...

ସୁସ୍ଥ ହୋଇ ଫେରିଲେ ଘନଶ୍ୟାମ, ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡ୍‌ନୀକୁ ସଫଳତାର ସହ ପ୍ରତିରୋପଣ କରାଯିବା ପରେ ଘନଶ୍ୟାମ ଜେନା ଏକ ନୂଆ...

ମାଟ୍ରିକ୍‌ ପରୀକ୍ଷା ଆରମ୍ଭ: ୫ ଲକ୍ଷ ୬୦ ହଜାର ୯୦୫ ଛାତ୍ରୀଛାତ୍ର ଦେଉଛନ୍ତି ପରୀକ୍ଷା

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ...

ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ : ପାର୍କିଂ ପାଇଁ ଶତାଧିକ ଟଙ୍କା ଆଦାୟକୁ ବିରୋଧ

ଦାରିଙ୍ଗବାଡ଼ି,୨୪।୧୨(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟନକେନ୍ଦ୍ରଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ଶହ ଶହ ଟଙ୍କା ଆଦାୟ କରାଯାଉଥିବାରୁ...

ବରିଷ୍ଠ ଆଇପିଏସ୍‌ ବି.କେ. ଶର୍ମାଙ୍କୁ ଇନ୍‌ଚାର୍ଜ ଡିଜିପି ଦାୟିତ୍ୱ

ଭୁବନେଶ୍ୱର, ୭।୮(ବ୍ୟୁରୋ): ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍‌ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ...

Leave a comment

Your email address will not be published. Required fields are marked *