କଣ୍ଟ ସମୟ ପୂରିଲାଣି, ସରୁନି ପ୍ରକଳ୍ପ କାର୍ଯ୍ୟ: ୬୧ ଅଧାପନ୍ତରିଆ, ୧୫ ଆରମ୍ଭ ହୋଇନି

କାମାକ୍ଷାନଗର, ୧୨ା୧୧(ଡି.ଏନ.ଏ) – ଗ୍ରାମାଞ୍ଚଳର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଆରମ୍ଭ ହୋଇଛି ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ। ରାଜ୍ୟ ସରକାର ସିଧାସଳଖ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ପଞ୍ଚାୟତର ଆବଶ୍ୟକତାକୁ ଦେଖି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ଆନ୍ତରିକତା ଅଭାବରୁ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକରେ ଆଗଉନି ଏହି ଯୋଜନାର ପ୍ରକଳ୍ପ କାର୍ଯ୍ୟ। ବ୍ଲକର ୨୨ ପଞ୍ଚାୟତ ପାଇଁ ମଞ୍ଜୁରୀପ୍ରାପ୍ତ ୨୨୫ ପ୍ରକଳ୍ପ ମଧ୍ୟରୁ ୬୧ଟି ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିବାବେଳେ ୧୫ଟିର କାମ ଏଯାଏ ଆରମ୍ଭ ହୋଇନି।
ଗ୍ରାମୀଣ ବିକାଶକୁ ଅଗ୍ରାଧିକାର ଦେଇ ୨୦୧୮ ମାର୍ଚ୍ଚ ୫ରେ ସାରା ରାଜ୍ୟରେ ଆରମ୍ଭ ହୋଇଥିଲା ‘ଆମ ଗାଁ, ଆମ ବିକାଶ’ ଯୋଜନା। ଏହିକ୍ରମରେ କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତକୁ ଦୁଇଟି ପର୍ଯ୍ୟାୟରେ ୨୨୫ ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଏଥିଲାଗି ମୋଟ ୫ କୋଟି ୪୨ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଅନୁଦାନ ଟଙ୍କାରେ ଗୋଷ୍ଠୀଘର, ଏସ୍‌ଏଚ୍‌ଜିର ଉନ୍ନତି ଲାଗି ସହାୟକ ଗୃହ, ପୋଖରୀରୁ ପଙ୍କ ଉଦ୍ଧାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୧୮ ଜୁନ୍‌ ୩୦ରେ ଦ୍ୱିତୀୟ ପର୍ଯ୍ୟାୟ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମର ଅନୁଦାନ ଘୋଷଣା ବେଳେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂରେ କଥା ହୋଇଥିଲେ। ଏଥିସହ ସମସ୍ତ ପ୍ରକଳ୍ପକୁ ୬ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ୧୫ ପ୍ରକଳ୍ପ କାମ ଏଯାଏ ଆରମ୍ଭ ହୋଇନାହିଁ। ସେଗୁଡ଼ିକ ମଧ୍ୟରେ ବାଇସିଙ୍ଗା ପଞ୍ଚାୟତର ୩, ବାଉଁଶପାଳ, ବାରୁଆଁ (କା), ଭଏରପୁର, କାଦୁଆ, ତୁମୁସିଙ୍ଗା ପଞ୍ଚାୟତର ୨ଟି ଲେଖାଏ, କଣ୍ଟାପାଳ ଏବଂ ମହୁଲପାଳର ଗୋଟିଏ ଲେଖାଏ ପ୍ରକଳ୍ପ ରହିଛି। ମୋଟ ୪ କୋଟି ୨୭ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୬୧ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିଛି। ଜନପ୍ରତିନିଧି ଏବଂ ପ୍ରଶାସନର ଆନ୍ତରିକତା ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଛନ୍ତି।
ଏ ନେଇ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ମହାରଣା କୁହନ୍ତି, କାମ ତ୍ୱରାନ୍ବିତ କରିବା ପାଇଁ ଠିକାଦାରଙ୍କୁ କୁହାଯାଉଛି। କେତେକ ସ୍ଥାନରେ ଜମି ସମସ୍ୟା ଯୋଗୁ କାମ ଅଟକିଛି। ଅନ୍ୟ ପ୍ରକଳ୍ପଗୁଡ଼ିକ ବିଳମ୍ବରେ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବାରେ ସମସ୍ୟା ଉପୁଜିଛି। କାର୍ଯ୍ୟ ଶେଷ କରିବାକୁ ଠିକାଦାରଙ୍କୁ ଚିଠି କରାଯାଇଥିବା ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ରବି କାନ୍ତ ସ୍ବତନ୍ତ୍ର ଆବାସିକ କମିଶନର ନିଯୁକ୍ତ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ରବି କାନ୍ତଙ୍କୁ ରାଜ୍ୟ ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିଶନର ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ...

ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼

କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି...

ଗତ ୫ ବର୍ଷରେ ପଛୁଆବର୍ଗଙ୍କ ଆତ୍ମନିଯୁକ୍ତି ପାଇଁ ଟଙ୍କାଟିଏ ଋଣ ଦେଇନି ଓଡ଼ିଶା ପଛୁଆ ବର୍ଗ ଅର୍ଥ ସମବାୟ ନିଗମ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଗତ ୫ ବର୍ଷ ମଧ୍ୟରେ ଆତ୍ମନିଯୁକ୍ତି ପାଇଁ ଏସସି, ଏସ୍‌ଟି, ସଂଖାଲଘୁ ଏବଂ ପଛୁଆବର୍ଗ ଯୁବତୀଯୁବକଙ୍କୁ ଓଡ଼ିଶା ପଛୁଆ ବର୍ଗ ଅର୍ଥ ଓ...

ଶହୀଦଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨।୭(ବ୍ୟୁରୋ) ଶହୀଦ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁଙ୍କ ପରିବାରକୁ ସୋମବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୦ା୬): ଦେଶରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା

ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା ଟାଟା ଷ୍ଟିଲ୍‌ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ...

ଓଡ଼ିଶାରେ ହ୍ରାସ ପାଉଛି ଦୁର୍ନୀତି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଏକଦା ଦେଶର ଭୋକର ଭୂଗୋଳ ଥିବା ଓଡ଼ିଶା ଅନ୍ୟତମ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଉଭା ହୋଇଛି। ସାରା ଭାରତବର୍ଷରେ ପୁଞ୍ଜିନିବେଶ ପାଇଁ...

Leave a comment

Your email address will not be published. Required fields are marked *