ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ଠାକୁରମୁଣ୍ଡା,୧୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଘୁଳୁଘୁଳିଆ ଶାଳନ୍ଦୀ ସେତୁ ନିକଟରେ ସୋମବାର ସାରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସାତକୋଶିଆ ପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମର ଦାଶରଥୀ ହୋ ।
ପୋଲିସ ସୂଚନା ଅନୁଯାୟୀ, କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ କଟକରେ ଛାଡ଼ିି ଫେରୁଥିବା ବେଳେ ରାସ୍ତାରେ ଚାଲିଚାଲି ଘରକୁ ଯାଉଥିବା ଦାଶରଥୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ସେଠାରୁ ପଳାଇଯାଇଥିଲା। ଖବରପାଇ ମହୁଲଡ଼ିହା ଥାନା ପୋଲିସ ଆମ୍ବୁଲାନ୍ସକୁ ଧରି ଠାକୁରମୁଣ୍ଡା ଥାନାରେ ଅଟକ ରଖିଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ଦାଶରଥୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀବାହୀ ବସ୍‌ରେ ଆଣି ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମହୁଲଡ଼ିହା ଥାନା ପୋଲିସ ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ।


All Right Reserved By Dharitri.Com

କଫ ସିରପ କାରବାରରୁ ଅପହରଣ: ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ, ୧୪।୧୨: ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ କଫ ସିରପ୍‌ କାରବାରରୁ ଉପୁଜିଥିବା ବିବାଦରୁ ୩ଜଣଙ୍କୁ ଅପହରଣ ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି...

ଓଡ଼ିଶା ଜର୍ନାଲିଜମ୍‌ ଆଓ୍ବାର୍ଡ-୨୦୧୯: ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’, ‘ଧରିତ୍ରୀ’ର ସସ୍ମିତା ପାଇକରାୟ ସମ୍ମାନିତ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟରେ ଭାରତର ସ୍ବାତନ୍ତ୍ର୍ୟ ରହିଛି। ଆମ ଦେଶରେ ସୁପ୍ରିମ୍‌କୋର୍ଟ ପରି ନ୍ୟାୟାଳୟ ଥିବାବେଳେ ଗଣମାଧ୍ୟମ ପରି ଜାଗ୍ରତ ପ୍ରହରୀ...

ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷା

ବାଲେଶ୍ୱର ଅଫିସ, ୨୮ା୬- ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଉତ୍‌କ୍ଷେପଣ କେନ୍ଦ୍ରରୁ ଗୁରୁବାର ରାତି ୮ଟା ୩୦ ମିନିଟ୍‌ରେ ପୃଥ୍ବୀ-୨...

ଓଜେଇଇ ଦେଲେ ୩୦ହଜାର ଛାତ୍ରୀଛାତ୍ର

ଭୁବନେଶ୍ୱର, ୧ ୯।୫(ବ୍ୟୁରୋ)- ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୨୦ ସହରର ୫୩ଟି କେନ୍ଦ୍ରରେ ପ୍ରାୟ ୩୦ହଜାର ଛାତ୍ରୀଛାତ୍ର ଅଫ୍‌ଲାଇନ୍‌ରେ...

ଆପ୍‌ନେ ଆର ପୁଓ ଆରପାରେ:ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ

ଲୋଇସିଂହା,୧୭।୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର ବୁରୁଧ୍‌ ବିଧବା ସଖୀ ମେହେର। ବଛ୍‌ରେ ଭିତରେ ସେ ପୁଓ ଆର ଆପ୍‌ନେକେ...

୬ରୁ ଭଙ୍ଗାହେବ ବେଆଇନ ଘର, ନିର୍ମାଣ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଇତିମଧ୍ୟରେ...

ନୌବାଦ୍ୟରେ ଦେଶକୁ ସଲାମ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ) ନୌସେନା ଦିବସ ପାଳନ ଅବସରରେ ଶନିବାର ନୌସେନା ପ୍ରଭାରୀ (ଓଡ଼ିଶା) ଓ ଭାରତୀୟ ନୌସେନା ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ଉତ୍କଳ ମଣ୍ଡପଠାରେ ନୌବାଦ୍ୟ...

ଜାତୀୟସ୍ତରକୁ ମନୋନୀତ ହେଲା ମଡେଲ

ପରଜଙ୍ଗ, ୨୪।୧(ଡି.ଏନ.ଏ.) ପୂର୍ବ ଭାରତ ବିଜ୍ଞାନ ମେଳାରେ ଚମକିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇସ୍ଥିତ ତାଳେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ଚୁଲ୍‌ବୁଲି ଜେନା।...

Leave a comment

Your email address will not be published. Required fields are marked *