Posted inଜାତୀୟ

ଭାରତ ଛାଡିବେନି ହଜାର ହଜାର ଗାଈଙ୍କ ‘ମା’

ମଥୁରା, ୨୭।୫: ଭାରତରେ ରହି ଗୋସୁରକ୍ଷା କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ଫ୍ରିଡେରିକ ଇରିନା ବୃର୍ନିଂଙ୍କ ଭିସା ଅବଧି ଏକବର୍ଷ ପାଇଁ ବଢାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମନା କରାଯାଇଥିଲା। ପରେ ଫ୍ରିଡେରିକ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବାକୁ ଧମକ ଦେଇଥିଲେ। ଏନେଇ ସୁଷମା ସ୍ବରାଜ ରିପୋର୍ଟ ତଲବ କରଥିଲେ। ଦେଶରେ ଫ୍ରିଡେରିକ ଗୋସୁରକ୍ଷା ସମ୍ପର୍କିତ କାର୍ଯ୍ୟ କରୁଛନ୍ତି। ଭିଜା ଅବଧି ବଢ଼ାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ସେ ଆବେଦନ କରିଥିଲେ। ତେବେ ତାଙ୍କ ଆବେଦନକୁ ଖାରଜ କରିଦିଆଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ ପାଇଁ ତାଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୨୫ବର୍ଷ ପୂର୍ବେ ଭାରତର ଉତ୍ତର ପ୍ରଦେଶର ମଧୁରା ନଗରୀକୁ ବୁଲିବାକୁ ଆସିଥିଲେ ଫ୍ରିଡେରିକ୍‌। ସେଠାରେ ଗାଈଙ୍କ ପାଳନରେ ଅବ୍ୟବସ୍ଥା ଦେଖି ଗୋସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସେ ଭାରତରେ ରହି ଗୋସେବା କରୁଛନ୍ତି। ମଥୁରାରେ ଏକ ଗୋଶାଳା କରି ୨୫୦୦ ଗାଈ ସେ ରଖିଛନ୍ତି।


All Right Reserved By

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ...

ରୋଗୀଙ୍କ କଟା ଗୋଡ଼କୁ ତକିଆ କରିଦେଲେ ମେଡିକାଲ କର୍ମଚାରୀ

ଫରିଦାବାଦ,୨୫।୮: ବଡଖଲ ଫ୍ଲାଇ ଓଭର ନିକଟରେ ଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ ରାଜଧାନୀ ଏକ୍ସପ୍ରେସରେ ଦୁର୍ଘଟଣା ହେବାରୁ ଜଣେ ବ୍ୟକ୍ତିଙ୍କର ଦୁଇଟି ଯାକ ଗୋଡ଼ କଟିଯାଇଥିଲା। ତାଙ୍କୁ ତୁରନ୍ତ...

୫୨୭ ଲୋକ ସଭା ଆସନ ଭୋଟ ଗଣତି: ୨୮୬ରେ ଭାଜପା ଏବଂ ୧୨୫ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ସକାଳ ସାଢ଼େ ୯ଟା ସୁଦ୍ଧା ୫୨୫ ଆସନର ଗଣତି ଜାରି ରହିଛି। ସେଥିମଧ୍ୟରୁ ୨୮୬ ଆସନରେ ଭାଜପା...

ଆଧାର କାର୍ଡ ନ ଥିଲେ ମନ୍ଦିର ଯିବା ମନା

ମହୀଶୂର:ଆଧାର କାର୍ଡ ନ ଥିଲେ କର୍ନାଟକ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଥିବା ମା’ ହୁଲିୟମ୍ମା ବେଟାଙ୍କ ଦର୍ଶନ କରିବାକୁ ଅନୁମତି ମିଳେନାହିଁ। ଜଙ୍ଗଲ ଆଖପାଖରେ ରହୁଥିବା...

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୬: ଜମ୍ମୁ-କଶ୍ମୀର ଶୋପିଆନ୍‌ ଜିଲାରେ ରବିିବାର ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ କଶ୍ମୀରର କିଗମ୍‌ର ଦରମଦୋରା ଅଞ୍ଚଳରେ କିଛି...

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ

ଗଙ୍ଗାରେ ବାପାଙ୍କ ଅସ୍ଥି ବିସର୍ଜନ ବେଳେ ଭାବୁକ ହେଲେ ରୋହନ ହରିଦ୍ୱାର,୨୬।୮: ଉତ୍ତରାଖଣ୍ଡ ହରିଦ୍ୱାରର ହରକି ପୋଡି ସ୍ଥିତ ବ୍ରହ୍ମାକୁଣ୍ଡରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର...

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *