Posted inଖେଳ

ରଣବୀରଙ୍କୁ ବାଃ ବାଃ କଲେ କପିଳ ଦେବ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ କ୍ରିକେଟର କପିଳ ଦେବ। କାରଣ ଫିଲ୍ମ ‘୮୩’ରେ ୧୯୮୩ ବିଶ୍ୱକପର ହିରୋ କପିଳଙ୍କ ଲୁକରେ ନଜର ଆସିବେ ରଣବୀର ସିଂ। ଫିଲ୍ମର ଏକ ଫଟୋ ରଣବୀର ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋ ରଣବୀର କପିଳଙ୍କ ନଟରାଜ ଶର୍ଟ ମାରୁଥିବାର ଦେଖିବାକୁ ମିଳିଛି। ଫିଟୋ ଦେଖିବା ପରେ ରଣବୀରଙ୍କୁ ହ୍ୟାଟ୍ସ ଅପ୍‌ କହିଛନ୍ତି କପିଳ। ଫିଲ୍ମରେ ରଣବୀର ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି। ହରିୟାଣାର ହରିକେନ କୁହାଯାଉଥିବା କପିଳ ଦେବ ଭଳି ସଟ୍‌ ଲଗାଇବା ପାଇଁ ରଣବୀରଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି। ଏହି ଫିଲ୍ମଟି ୧୯୮୩ ବିଶ୍ୱକପକୁ ନେଇ ନିର୍ମାଣ ହୋଇଛି। ୧୯୮୩ରେ କପିଳଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ବିଜେତା ହୋଇଥିଲା। ଯାହାର ଝଲକ ଏହି ଫିଲ୍ମରେ ଦେଖିବାକୁ ମିଳିବ। ରଣବୀରଙ୍କ ବ୍ୟତୀତ ଫିଲ୍ମରେ କପିଳଙ୍କ ପତ୍ନୀ ରୋମି ଦେବୀଙ୍କ ଭୂମିକାରେ ରଣବୀରଙ୍କ ରିଅଲ ଲାଇଫ ପାର୍ଟନର ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଆସନ୍ତାବର୍ଷ ଏପ୍ରିଲ ୧୦ ତାରିଖରେ ରିଲିଜ ହେବ।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ :ଭାରତୀୟ ଦଳରେ ଓଡ଼ିଶାର ଝିଲ୍ଲୀ, ସ୍ନେହା

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ଥାଇଲାଣ୍ଡର ପଟ୍ଟାୟାଠାରେ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଚଳିତମାସ ୧୮ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୨୦୨୦ ଟୋକିଓ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟ...

‘ଭାରତ ମାତା କୀ ଜୟ’ ନାରା ଦେଲେ ନ୍ୟୁଜିଲାଣ୍ଡ ପ୍ରଶଂସକ

ହାମିଲଟନ,୩୧।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଭାରତ ହେବ ବିଶ୍ୱ କ୍ରୀଡ଼ାର ‘ସୁପର ପାୱାର’

କଟକ ଅଫିସ,୨୩ା୨-ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ରୁଟ୍‌, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ

ନଟିଂହାମ୍‌, ୪।୫-ଜୋ ରୁଟ୍‌ ଓ ଜୋସ୍‌ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪...

କ୍ରିକେଟ ରେଷ୍ଟୁରାଣ୍ଟ ଉଦ୍‌ଘାଟନ କଲେ ଗାଙ୍ଗୁଲି

କୋଲକାତା,୨୦।୯(ପିଟି): ଏଠାରେ କ୍ରିକେଟ ଉପରେ ଆଧାରିତ ରେଷ୍ଟୁରାଣ୍ଟକୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି। ରେଷ୍ଟୁରାଣ୍ଟରେ ରହିଛି ଭାରତୀୟ କ୍ରିକେଟର ୧୦୦ରୁ...

ସୈଫ୍‌ ହାସନଙ୍କୁ ଜରିମାନା

କୋଲକାତା,୨୯।୧୧(ପି.ଟି.)- ଭାରତରେ ଅଧିକ ସମୟ ରହିବାରୁ ବାଂଲାଦେଶ ଓପନର ସୈଫ ହାସନଙ୍କୁ ଜରିମାନ ଦେବାକୁ ପଡିଛି। ତାଙ୍କର ଭିଜା ଅବଧି ଶେଷ ହୋଇଥିଲେ ମଧ୍ୟ ସେ...

ଭିନ୍ନକ୍ଷମ ବାଳକଙ୍କ ଗଲି କ୍ରିକେଟ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୨- ଦେଶରେ କ୍ରିକେଟକୁ ଫ୍ୟାନମାନେ ଧର୍ମ ଭଳି ମାନନ୍ତି। ଏହାର ଏକ ହୃଦୟବିଦାରକ ପ୍ରମାଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିନ୍ନକ୍ଷମ ବାଳକ ଗଲି...

ବିରାଟ କୋହଲି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ନିଅନ୍ତି ଏତିକି ଟଙ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। କୋହଲି କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ...

Leave a comment

Your email address will not be published. Required fields are marked *