Posted inଖେଳ

ଡାଏପର୍‌ ପିନ୍ଧିଥିବା ଶିଶୁର ବ୍ୟାଟିଂ ଷ୍ଟାଇଲ୍‌ ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରସିଦ୍ଧ କ୍ରିକେଟର

ଲଣ୍ଡନ,୧୨।୧୧: ଆଜିକାଲି ଶିଶୁଟିଏ ଜନ୍ମ ହେବାମାତ୍ରେ ତାକୁ ନେଇ ମାତାପିତା ଅନେକ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ଛୋଟ ବେଳୁ ଶିଶୁଟିକୁ ଟ୍ରେନିଂ ଦେବା ଆରମ୍ଭ କରିଦେଇଥାନ୍ତି। ଖାସ୍‌ ଭାବେ ଆଜିକାଲି ଅନେକ ମାତାପିତା ପିଲାଙ୍କୁ ଜଣେ ଖେଳାଳି ଭାବେ ଗଢି ତୋଳିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ପିଲାମାନେ ମଧ୍ୟ ଛୋଟ ବେଳୁ ଖେଳିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଏଭଳି ଜଣେ କୁନି ଶିଶୁଙ୍କ ଭିଡିଓ ଏବେ ସାରା ବିଶ୍ୱରେ ଭାଇରାଲ ହୋଇଛି। ଭିଡିଓରେ ଶିଶୁଟି ଡାଏପର୍‌ ପିନ୍ଧିଛି ସତ, କିନ୍ତୁ ହାତରେ ବ୍ୟାଟ୍‌ ଧରି ସେ ଯେଉଁ ଶଟ୍‌ ଲଗାଉଛି ତାହା ଦେଖି ବଡ ବଡ କ୍ରିକେଟରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେହି କେହି ତାଙ୍କୁ ସଚିନ ତେନ୍ଦୁଲକର ଆଖ୍ୟା ଦେଇଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ନିଜ ଟୁଇଟରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଶିଶୁଟି ହାତରେ ଗ୍ଲୋଭ୍ସ ପିନ୍ଧି ବ୍ୟାଟିଂ କରୁଛି। କିନ୍ତୁ ତାଙ୍କ ବ୍ୟାଟିଂ ଷ୍ଟାଇଲ୍‌ ଭନ୍‌ଙ୍କୁ ପ୍ରଭାବିତ କରିଛି। ଏକ ଅନ୍ଧାରୁଆ ଘର ଭିତରେ ଶିଶୁଟି ବ୍ୟାଟିଂ କରୁଛି। ତେବେ ଶିଶୁଟି କିଏ ଏବଂ କେଉଁଠିକାର ତାହା ଜଣାପଡିନାହିଁ।


All Right Reserved By Dharitri.Com

Posted inଖେଳ View All

ବାଥ୍‌ ରୁମ୍‌ରେ ଥିଲେ, ଭାରତର ୫ଟି ଉଇକେଟ୍‌ ଯିବାପରେ ପଡିଆକୁ ଆସି ୧୭୫ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଥିଲେ ମହାନ ଖେଳାଳି

ଭାରତୀୟ କ୍ରିକେଟ ଦଳର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଆଜି ୬୧ତମ ଜନ୍ମଦିବସ। ୧୯୫୯ ମସିହା ଆଜିର ଦିନରେ ସେ ଚଣ୍ଡୀଗଡରରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ...

ଜଉନାଙ୍କୁ ୪୦୦ ମିଟର ହର୍ଡଲ୍ସ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଖେଳାଳି ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ଓ ପୁରୁଷ ୧୦୦...

ଟିମ୍‌ ଇଣ୍ଡିଆ ଟ୍ରେନର ଦୌଡ଼ରେ ନିକ୍‌ ଓ୍ବେବ୍‌ ସର୍ବାଗ୍ରେ

ନୂଆଦିଲ୍ଳୀ,୧।୯(ପି.ଟି.): ଭାରତୀୟ କ୍ରିକେଟ ଦଳର କଣ୍ଡିସନିଙ୍ଗ୍‌ କୋଚ୍‌ ବା ଟ୍ରେନର ଦୌଡ଼ରେ ପୂର୍ବତନ ନ୍ୟୁଜିଲାଣ୍ଡ ରଗ୍‌ବୀ ଲିଗ୍‌ ଟ୍ରେନର ନିକ୍‌ ଓ୍ବେବ୍‌ ସାମିଲ ହୋଇଛନ୍ତି। ସେ...

ଗ୍ରେଡ୍‌ ‘ବି’କୁ ଖସିଲେ ମିତାଲି

ନୂଆଦିଲ୍ଲୀ, ୧୭।୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ‘ଏ’ରୁ ଖସି ଗ୍ରେଡ୍‌ ‘ବି’ରେ ସ୍ଥାନ ପାଇଛନ୍ତି ଭେଟେରାନ ମହିଳା କ୍ରିକେଟର ମିତାଲି...

ବ୍ରାଡମ୍ୟାନ, ଆଝାର ଅଲିଙ୍କ ରେକର୍ଡ ଭାଙ୍ଗିଲେ ଓ୍ବାର୍ନର

ଆଡିଲେଡ୍‌,୩୦।୧୧- ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର ପାକିସ୍ତାନ ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ୩୩୫ ରନ୍‌ର ତ୍ରିଶତକ ହାସଲ କରିଛନ୍ତି। ଏଥିସହ ଆଡିଲେଡ ଓଭାଲ...

୩୮ ବର୍ଷରେ ପାଦ ଦେଲେ ଧୋନୀ

ଲିଡ୍ସ,୭।୭- ଭେଟେରାନ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ରବିବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

ପ୍ରଥମେ ବୋଲିଂ କରିବ ଭାରତ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପୂରା ମ୍ୟାଚ୍‌ରେ ପିଚ୍‌ ବ୍ୟାଟିଂ ଉପଯୋଗୀ...

Leave a comment

Your email address will not be published. Required fields are marked *