Posted inଜାତୀୟ

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ ପରିବାର ଫଣ୍ଡ ପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଜଲନ୍ଧରରେ ଆୟୋଜିତ ପରିବାର ନିଧିର ୧୧୬ତମ ସମାରୋହରେ ମୁଖ୍ୟମନ୍ତ୍ରୀ ଜୟରାମ ଏନେଇ ଘୋଷଣା କରିଛନ୍ତି। ଏହି ଅବସରରେ ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କ ପ୍ରତ୍ୟେକ ପରିବାରଙ୍କୁ ଶହୀଦ ଫଣ୍ଡ ଦ୍ୱାରା ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଏଥିସହ ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ଜୟରାମ ଠାକୁର କହିଛନ୍ତି, ଅନୁଚ୍ଛେଦ ୩୭୦ ଓ ଆର୍ଟିକାଲ ୩୫ଏ ଉଚ୍ଛେଦକୁ ଏକ ଐତିହାସିକ ପଦକ୍ଷେପ।


All Right Reserved By Dharitri.Com

ଅକ୍ଟୋବରରେ ଚାଇନା ସୀମାରେ ଭାରତୀୟ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୧୧।୯: ଚାଇନା ସୀମାରେ ଭାରତ ଅକ୍ଟୋବରରେ ଶକ୍ତି ପ୍ରଦର୍ଶନ କରିବ। ଅରୁଣାଚଳପ୍ରଦେଶରେ ହେବାକୁଥିବା ଏହି ମିଳିତ ସମରାଭ୍ୟାସରେ ଭାରତୀୟ ସେନା ସହିତ ବାୟୁସେନା ସାମିଲ୍‌ ହେବ।...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ...

ରାଜୀବ କୁମାରଙ୍କ ସୁରକ୍ଷା ପ୍ରତ୍ୟାହାର ଆବେଦନ : ସୁପ୍ରିମକୋର୍ଟ ରାୟ ଆଜି

ନୂଆଦିଲ୍ଲୀ,୧୭।୫(ପି.ଟି.):କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରି ଉପରେ ଲାଗିଥିବା ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ଲାଗି ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର...

ଫୋନ୍‌ର ମାୟାରେ ବାୟା: ମୋବାଇଲ୍‌ରେ କଥା ହୋଇ ଶିଶୁକୁ ଅଟୋରେ ଛାଡ଼ି ପଳାଇଲେ ମା’; ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୭।୮: ମୋବାଇଲ୍‌  ସଭିଙ୍କୁ ପାଗଳ କରିଛି। ମୋବାଇଲ୍‌ ମାନିଆ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ମହିଳା...

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର...

କଶ୍ମୀର ବିସ୍ତାପିତଙ୍କ ପାଇଁ ମୋଦିଙ୍କ ଦିପାବଳୀ ଭେଟି

ନୂଆଦିଲ୍ଲୀ,୯।୧୦: ମୋଦି ସରକାର କଶ୍ମୀରବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବୁଧବାର ଆୟୋଜିତ ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟରେ ବୈଠକରେ ପ୍ରଧାନମନ୍ତ୍ରୀ ୫୩୦୦ ପରିବାରଙ୍କୁ ଦିପାବଳୀ...

୨୦୨୨ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିବ ଟ୍ରେନ୍‌: ରେଳମନ୍ତ୍ରୀ

ନୂଆଦିଲ୍ଲୀ,୩।୧୦: ଆସନ୍ତା ୨୦୨୦ ଅଗଷ୍ଟ ୧୫ ସୁଦ୍ଧା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ କରିବ। ସେହିପରି କାମରୂପଠାରୁ କଚ୍ଛ ପର୍ଯ୍ୟନ୍ତ ମଧ୍ୟ ଟ୍ରେନ୍‌ ଯାତ୍ରା...

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଜର୍ମାନୀ ସମାଜସେବୀଙ୍କ ଭିଜା ସମୟ ସୀମା ବଢ଼ାଇବା ମନା: ରିପୋର୍ଟ ତଲବ କଲେ ସୁଷମା

ଆଗ୍ରା,୨୬।୫: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକ୍‌ ଇରିନା ବର୍ନିଂଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ...

Leave a comment

Your email address will not be published. Required fields are marked *