ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ ଛିଡ଼ା ହୋଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଗୁରୁବାର ଏହି ଦିବସ ପାଳନ ପାଇଁ ଗତ ୬ ତାରିଖରୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲକୁ ଚିଠି କରାଯାଇଥିଲା। ତଦନୁଯାୟୀ ସ୍କୁଲ ଛାତ୍ରୀଛାତ୍ରମାନେ ସକାଳ ୮ଟାରେ ସ୍ଥାନୀୟ ବଳରାମ ମନ୍ଦିରକୁ ଆସି ୨ ଘଣ୍ଟା ଖରାରେ ଛିଡ଼ା ହୋଇଥିଲେ। ହେଲେ ଜିଲା ସଂସ୍କୃତି ବିଭାଗର କୌଣସି କର୍ମଚାରୀଙ୍କ ଘଟଣାସ୍ଥଳରେ ଦେଖା ନ ମିଳିବାରୁ  ଛାତ୍ରୀଛାତ୍ରମାନେ ନିରାଶ ହୋଇ ଫେରିଥିଲେ।     ଏ ନେଇ ଜିଲା ସଂସ୍କୃତି ଅଧିକାରୀ ଲକ୍ଷ୍ମୀଧର ରାଉତ କହିଛନ୍ତି, ୬ତାରିଖରେ ଦିବସ ପାଳନ ପାଇଁ ସ୍କୁଲମାନକୁ ଚିଠି ପଠାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ବାଚନ ପକ୍ରିୟା ଚାଲିଥିବା ଯୋଗୁ ଏହି ଦିବସ ପାଳନ ନ କରିବା ପାଇଁ  ଫୋନ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ସେହି ଅନୁସାରେ ଆମ କର୍ମଚାରୀଙ୍କୁ ସ୍କୁଲଗୁଡିକୁ ଯାଇ ମନା କରିବା ପାଇଁ କୁହାଯାଇଥିଲା। କିନ୍ତୁ ସେମାନେ କୌଣସି ସ୍କୁଲକୁ ଯାଇ ନ ଥିଲେ କି ସୂଚନା ଦେଇ ନ ଥିଲେ।  ଫଳରେ ସ୍କୁଲ ଛାତ୍ରୀଛାତ୍ରମାନେ ଆସି ଅପେକ୍ଷା କରିଥିବା ଜଣାପଡ଼ିଥିଲା।


All Right Reserved By

ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ

ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ...

ଅନୁଗୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର: ଏ ୧ରେ ୧୧ ଜଣ ପାସ

ବନ୍ତଳା,୨୧।୫(ଡି.ଏନ.ଏ.)- ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ସକାଳେ ପ୍ରକାଶ ପାଇଛି। ଅନୁଗୋଳ ଜିଲା ଗାନ୍ଧିମାର୍ଗରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସମୁଦାୟ ୧୫୨...

ମଦଭାଟି ମ୍ୟାନେଜରଙ୍କଠାରୁ ଲୁଟ୍‌ ଘଟଣା : ୪ ଗିରଫ

ବଅଁରପାଳ,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ମହୀଧରପୁର ରାସ୍ତାର ଫୁଲୁପଡ଼ା ନିକଟରୁ ଗତ ଜୁନ୍‌ ୧୪ ତାରିଖରେ ଜଣେ ମଦଭାଟି ମ୍ୟାନେଜରଙ୍କ ଠାରୁ ସ୍କୁଟି...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଲା ୩ ଜୀବନ

ତାଳଚେର ନି.ପ୍ର./ପବିତ୍ରନଗର,୧୩।୭ (ଡିଏନଏ): ଅନୁଗୋଳ ଜିଲା ସମଲ ଥାନା ବୁରୁକୁନା ପଞ୍ଚାୟତ ନାଇକାନାଳିଠାରେ ଜାତୀୟ ରାଜପଥ ୧୪୯ରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।...

ରାସ୍ତାରେ ଭାସୁଛି ପିଟିସି ନର୍ଦ୍ଦମା ପାଣି: ଦୁର୍ଗନ୍ଧରେ ଫାଟୁଛି ନାକ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ପୌରାଞ୍ଚଳର ୧୬ନଂ. ଓ୍ବାର୍ଡରେ ଥିବା ଗୀତାଗ୍ରାମ ରାସ୍ତାରେ ଭାସୁଛି ପୋଲିସ ଟ୍ରେନିଂ କଲେଜ (ପିଟିସି) ନର୍ଦ୍ଦମା ପାଣି। ପଚାଶଢ଼ା ପାଣି...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଉ ୪ ଦିନ: ଭୋଟରଙ୍କୁ ମନାଇବାକୁ ଜୋରଦାର କସରତ

ଅନୁଗୋଳ ଅଫିସ, ୧୮।୪- ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ। ତେଣୁ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୪...

ମାତୃ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ ଅଫିସ, ୧୮।୮:  ଅନୁଗୋଳ ଜିଲା ଜରପଡ଼ା ଥାନା ଓଗି ଗ୍ରାମ ମାହାର ସାହିରେ ୨୦୧୮ ଜୁନ ୧୨ରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି...

ଗ୍ରାମବାସୀଙ୍କ ଦ୍ବାରା ଚୋରା ଝାଉଁ କାଠ ଜବତ

ବାହାନଗା,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ଅଟାସପୁର ଛକରୁ ରବିବାର ବେଆଇନ ଝାଉଁ କାଠ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *