Posted inଖେଳ

ଦ୍ୱିତୀୟ ଟି୨୦: ଭାରତୀୟ ମହିଳା ୧୦ ଉଇକେଟରେ ବିଜୟୀ ଶେଫାଳି, ଦୀପ୍ତିଙ୍କ ଚମତ୍କାର ପ୍ରଦର୍ଶନ

ଗ୍ରସ୍‌ ଆଇଲେଟ (ସେଣ୍ଟ ଲୁସିଆ)- ଅଫ୍‌ ସ୍ପିନର ଦୀପ୍ତି ଶର୍ମାଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୪-୦-୧୦-୪) ଓ ଟିନଏଜ ବ୍ୟାଟିଂ ସେନସେସନ ଶେଫାଳି ବର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ (୬୯ରନ, ୪୪ ବଲ, ୧୦ ଚୌକା, ୨ ଛକା) ବଳରେ ଭାରତୀୟ ମହିଳା ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୫୭ଟି ବଲ ବାକି ରଖି ୧୦ ଉଇକେଟରେ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମୁକାବିଲାରେ ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୧୦.୩ ଓଭରରେ କୌଣସି ଉଇକେଟ ନ ହରାଇ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଟି୨୦ରେ ୧୫ ବର୍ଷୀୟା ଶେଫାଳି ୪୯ ବଲରୁ ୭୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ରେକର୍ଡ କରିଥିଲେ। ସେ ଦେଶର ସର୍ବକନିଷ୍ଠ ଖେଳାଳିଭାବେ ଅନ୍ତର୍ଜାତୀୟ କ୍ରିକେଟର ଅର୍ଦ୍ଧଶତକ ହାସଲ କରି କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ। ଏଥିସହିତ ଶେଫାଳି କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରି ମ୍ୟାଚ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେବେ ଦୀପ୍ତି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୦୪ ରନର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଭାରତ ବିନା ଅସୁବିଧାରେ ବିଜୟୀ ହୋଇଥିଲା। ଓପନିଂ କରିବାକୁ ଆସିଥିବା ଶେଫାଳି ମାତ୍ର ୩୫ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୨ ଛକା ସହ ୬୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ସେହିପରି ଅନ୍ୟତମ ଓପନର ସ୍ମୃତି ମନ୍ଧାନା ୨୮ଟି ବଲ୍‌ ଖେଳି ୪ ଚୌକା ସହ ୩୦ ରନ କରି ଅପରାଜିତ ରହିଥିଲେ। ଓପିନଂ ଯୋଡିରେ ଏହି ଦୁଇ ଓପନର ୧୦୪ ରନ ସଂଗ୍ରହ କରି ନେଇଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଦୀପ୍ତି ଶର୍ମା ଓ ଅନ୍ୟ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ମହିଳା ବ୍ୟାଟ୍ସମ୍ୟାନ। ଦଳ ତରଫରୁ ଚେଡିନ ନେସନ ୩୨, ଓପନର ହେଲି ମାଥ୍ୟୁସ୍‌ ୨୩, ନାତାଶା ମ୍ୟାକଲିନ୍‌ ୧୭ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ପକ୍ଷରୁ ଦୀପ୍ତି ସର୍ବାଧିକ ୪, ଶିଖା ପାଣ୍ଡେ, ରାଧା ଯାଦବ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୧୦୩/୭
(ନେଶନ- ୩୨, ମାଥ୍ୟୁସ- ୨୩, ମ୍ୟାକେଲିନ- ୧୭, ଦୀପ୍ତି- ୪/୧୦, ଶିଖା- ୧/୧୮, ରାଧା- ୧/୨୦, ବସ୍ତ୍ରକାର- ୧/୨୩)।
ଭାରତ ୧୦.୩ ଓଭରରେ ୧୦୪/୦
(ଶେଫାଳି- ୬୯, ମନ୍ଧାନା- ୩୦)।


All Right Reserved By Dharitri.Com

Posted inଖେଳ View All

ବାରବାଟୀ ଫ୍ଲଡ୍‌ଲାଇଟ୍‌ ମରାମତି ଆରମ୍ଭ

କଟକ ଅଫିସ,୧୯ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପ୍ରସ୍ତୁତି ଆରମ୍ଭ କରିଛି। ସୋମବାର...

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ପ୍ରି-କ୍ୱାର୍ଟରରେ ସୁବ୍ରତ

ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ରାଉଣ୍ଡ ଅଫ୍‌ ୧୬ ବା ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ...

କୋପା ଆମେରିକା: ପଏଣ୍ଟ ଖାତା ଖୋଲିଲା ଆର୍ଜେଣ୍ଟିନା

ବେଲୋ ହରାଇଜଣ୍ଟ,୨୦।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ରେ କଲମ୍ବିଆଠାରୁ ପରାଜୟ ବରଣ କରିଥିବା...

ଇଡେନ ଗାର୍ଡେନରେ ମ୍ୟାଚ୍‌ ଦେଖିବେ ଅମିତ ଶାହ

ନୂଆଦିଲ୍ଲୀ,୧୫।୧୧: କୋଲକାତାର ଐତିହାସିକ ଇଡେନ ଗାର୍ଡେନ କ୍ରିକେଟ ଷ୍ଟାଡିୟମରେ ନଭେମ୍ବର ୨୨ରୁ ୨୬ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ଉପଭୋଗ...

ଭାରତର ସ୍ଥିତି ଦୃଢ଼

ବିଶାଖାପାଟଣା,୪।୧୦: ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଡିନ ଏଲଗାର ଓ କ୍ୱିଣ୍ଟନ ଡି’ କକ୍‌ଙ୍କ ଶତକ ଲଗାଇଛନ୍ତି। ଏହାସତ୍ତ୍ୱେ ଭାରତୀୟ...

ବାର୍ଟି, କର୍ବର ଦ୍ୱିତୀୟ ରାଉଣ୍ଡରେ

ଲଣ୍ଡନ, ୩ା୭-ବିଶ୍ୱର ନମ୍ବର ଓ୍ବାନ ଆଶଲେ ବାର୍ଟି ଏବଂ ଗତଥରର ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ସହଜ ବିଜୟ ସହ ଓ୍ବିମ୍ବଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର...

ଭାରତ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ଫିଲ୍ଡିଂ ଚିନ୍ତା

ଟଣ୍ଟନ,୧୩।୬(ପିଟି): ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଅତ୍ୟନ୍ତ ସାଧାରଣ ଫିଲ୍ଡିଂ ପରେ ପାକିସ୍ତାନ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ ଦଳୀୟ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଆମେ ସମସ୍ତ...

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: ପ୍ରମୋଦ ଶ୍ରେଷ୍ଠ କ୍ରୀଡ଼ାବିତ୍‌

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ପାରା ଆଥଲେଟ୍‌ ପ୍ରମୋଦ ଭଗତ ୨୦୧୮ ମସିହା ପାଇଁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ପୁରସ୍କାର...

Leave a comment

Your email address will not be published. Required fields are marked *