ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୩ କୋର୍ଟଚାଲାଣ

ରାଇସୁଆଁ, ୧୧।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ହେସେଲଘୁଟ ସାହିରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୋଲିସ ରବିବାର ରାତିରେ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ଶଙ୍କୁରୁ ପୂର୍ତ୍ତି, ପେଟୁ ପୂର୍ତ୍ତି ଓ କଙ୍କୁଆ ପୂର୍ତ୍ତି। ଆକ୍ରମଣର ଶିକାର ମହିଳା ହେଲେ ବିଧବା ରାଧି ପୂର୍ତ୍ତି।
ପ୍ରକାଶ ଯେ, ଗତ ୮ ତାରିଖରେ ଶଙ୍କୁରୁ, ପେଟୁ ଓ କଙ୍କୁଆ ଡାହାଣୀ ସନ୍ଦେହରେ ରାଧିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କେନ୍ଦୁଝର ଜିଲାର ଆଦିବାସୀ ଇଲାକାରେ ବହୁ ସମୟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟିଚାଲିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

କେନ୍ଦୁଝର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଇନକ୍ରିମେଣ୍ଟ କରାଇଦେବା...

ଓଲଟିଲା ପିକ୍‌ଅପ୍‌ ଭ୍ୟାନ, ୧୫ ଆହତ

ପଦ୍ମପୁର,୧୨ା୧୦(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ହର୍ଲାଗୁଡା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ପଡିବାରୁ ୧୫ ଜଣ ଆହତ ହୋଇଛନ୍ତି ା ସେମାନଙ୍କୁ...

ଭାଜପା ପକ୍ଷରୁ ଉପଜିଲାପାଳଙ୍କୁ ଦାବିପତ୍ର

ଭଞ୍ଜନଗର,୧।୭(ଡି.ଏନ.ଏ)-ଭାଜପା ଭଞ୍ଜନଗର ନିର୍ବାଚନମଣ୍ଡଳୀ ପକ୍ଷରୁ ସୋମବାର ୮ଦଫା ଦାବୀନେଇ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଅନେକ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ: ଧାରଣାରେ ବସିଲେ ୪ ପଞ୍ଚାୟତର ଗ୍ରାମବାସୀ

ବାହାନଗା,୧୫।୯(ଡି.ଏନ୍‌.ଏ.): ବାଲେଶ୍ବର ଜଲା ବାହାନଗା ବ୍ଲକ ଅଞ୍ଜି ଗ୍ରାମରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ରବିବାର ୪ ଟି ପଞ୍ଚାୟତର ଗ୍ରାମବାସୀ...

ସିମୁଳିଆରେ ବିଜେଡି ଆଗରେ

ଖଇରା, ୨୩।୫(ଡି.ଏନ.ଏ.)-ସିମୁଳିଆ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀର ୨ୟ ରାଉଣ୍ଡ ଗଣତି ପରେ ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ଆନନ୍ଦପୁର ଭିଆଇପି ରୋଡ ଦୁରବସ୍ଥା: ଯେତେ ଲୁଚେଇଲେ ବି ଲୁଚୁନି ଫାଟ

ଆନନ୍ଦପୁର,୨୨। ୫(ସ୍ବ.ପ୍ର.)-ବର୍ଷାକୁ ଡର ଭିଆଇପି ରୋଡ। ସାମାନ୍ୟ ବର୍ଷା ହେଲେ ଫାଟି ଆଁ କରୁଛି। ଥରେ ନୁହେଁ କି ଅଧେ ନୁହେଁ ତିନି ତିନି ଥର...

ନ୍ୟାୟ ପାଇଁ ଛାତ୍ରୀଛାତ୍ରଙ୍କ ୧୬ କି.ମି. ପଦଯାତ୍ରା

ସମ୍ବଲପୁର,୬ା୧୧(ବ୍ୟୁରୋ):ସମନ୍ବିତ ବା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ଯୁବତୀ ଯୁବକଙ୍କୁ ସରକାର ଚାକିରି ଦେବା ପାଇଁ କୌଣସି ସୁବିଧା କରି ନାହାନ୍ତି। କିଛି ଦିନ ତଳେ ଶିକ୍ଷକ...

ଅଢେଇ ବର୍ଷରେ ଗଲାଣି ୯୬୨ଜଣଙ୍କ ଜୀବନ

ଛତ୍ରପୁର,୧୫ା୬(ଡି.ଏନ.ଏ)-ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ କେତେକ ମୁଖ୍ୟ ରାସ୍ତାରେ ଦୈନିକ ଛୋଟ ବଡ଼...

Leave a comment

Your email address will not be published. Required fields are marked *