ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା କୁହାଯାଉଛି। ବଲିଉଡ୍‌ ନାୟକ ଅଜୟ ଦେଗନଙ୍କ ପିତା ହେଉଛନ୍ତି ଭିରୁ ଦେବଗନ। ବଲିଉଡ୍‌ର ପାଖାପାଖି ୮୦ ଟି ଫିଲ୍ମରେ ସେ ଆକ୍ସନ୍‌ କୋରିଓଗ୍ରାଫି କରିଛନ୍ତି। ଏହା ବ୍ୟତୀତ ୧୯୯୯ରେ ସେ ‘ହିନ୍ଦୁସ୍ତାନ କି କସମ’ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ‘ଆଜ୍‌କା ଅର୍ଜୁନ’, ‘ବିଜୟ ପଥ’, ‘ଦିଲ୍‌ଜଲେ’, ‘ଏକ ହି ରାସ୍ତା’, ’ପ୍ରେମ ରୋଗ’ ଭଳି ଫିଲ୍ମରେ ଷ୍ଟଣ୍ଟ ସିନ୍‌ର କୋରିଓଗ୍ରାଫି କରିଥିଲେ। କୋରିଓଗ୍ରାଫି ବ୍ୟତିତ ସେ ଅଭିନୟ, ପ୍ରଯୋଜନା ଓ ସହ ନିର୍ଦ୍ଦେଶକ ଭାବେ ବି ବଲିଉଡ୍‌ରେ କାମ କରିଛନ୍ତି।


All Right Reserved By

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌...

ଜେଟଲୀଙ୍କୁ ଭେଟିବାକୁ ଏମ୍ସ ଯିବେ ଆଡଭାନୀ

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ଏବେ ସେ Extracorporeal membrane oxygenation...

କର୍ନାଟକ ରାଜନୈତିକ ଅସ୍ଥିରତା ମଧ୍ୟରେ ଆରମ୍ଭ ହେବ ମୌସୁମୀ ଅଧିବେଶନ

ବେଙ୍ଗାଲୁରୁ,୧୨।୭: କର୍ନାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଶୁକ୍ରବାର ଏହାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କିଛିଦିନ ହେବ ଲାଗି ରହିଥିବା ଇସ୍ତଫାକୁ...

ବାଚସ୍ପତିଙ୍କ ଆଗରେ ହାଜର ହେବେ ଆଜମ୍‌

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭାଜପା ସଦସ୍ୟ ରମା ଦେବୀଙ୍କ ପ୍ରତି ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାନ୍‌ଙ୍କ ଅଶାଳୀନ ମନ୍ତବ୍ୟକୁ ଶୁକ୍ରବାର ଲୋକ ସଭାରେ ଦଳମତ ନିର୍ବିଶେଷରେ ସବୁ...

ସିଦ୍ଧୁ ଦରମା ନେଉଛନ୍ତି ହେଲେ କାମ କରୁନାହାଁନ୍ତି: ଭାଜପା ନେତା

ନୂଆଦିଲ୍ଲୀ,୯।୭: ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ରାଜନୈତିକ ଟଣା ଓଟରା ଲାଗି ରହିଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ...

ରିଲିଜ୍‌ ହେଲା ସଞ୍ଜୟଙ୍କ କେ.ଜି.ଏଫ୍‌-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ୬୦ତମ ଜନ୍ମଦିନ ଅବସରରେ ତାଙ୍କର ପ୍ରଶଂସକଙ୍କୁ ବଡ଼ ଉପହାର ମିଳିଛି। ସାଉଥ୍‌ର ସୁପରହିଟ ଫିଲ୍ମ ‘କେ.ଜି.ଏଫ୍‌ର ଦ୍ୱିତୀୟ ଭାଗ...

ଜୀବନ ଭୟରେ ନିୟନ୍ତ୍ରଣ ରେଖା ଲଞ୍ଚ୍‌ପ୍ୟାଡ୍‌କୁ ଫେରିଲେ ୨୫୦ ଆତଙ୍କବାଦୀ: ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌କୁ ୨୫୦ ଆତଙ୍କବାଦୀ ଫେରିଛନ୍ତି। ଏହା ଉପଗ୍ରହରୁ ମିଳିଥିବା ଚିତ୍ରରୁ ଜଣାପଡ଼ିଥିବା କୁହାଯାଉଛି। ଜମ୍ମୁ-କଶ୍ମୀରରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ...

ସ୍ବାଧୀନତା ଦିବସ ଶୁଭେଚ୍ଛା ବାର୍ତ୍ତାରେ ଉନ୍ନାଓ ବଳାତ୍କାରୀଙ୍କ ଫଟୋ

ଲକ୍ଷ୍ନୌ,୧୬।୮: ଉନ୍ନାଓ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗାରଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *