ବିବାହିତା ମହିଳା ନିଖୋଜ; ସାଇଣ୍ଟିଫିକ୍‌ ଟିମ୍‌ ନେଇ ତଦନ୍ତ କଲା ପୋଲିସ

ବାହାନଗା,୧୧ା୧୧(ଡି.ଏନ.ଏ.)-ଜଣେ ବିବାହିତା ମହିଳା ନିଖୋଜ ହେବା ଘଟଣା ନେଇ ତାଙ୍କ ବାପା ବାଲେଶ୍ୱର ଜିଲା ସୋର ଥାନାରେ ଗତ ୭ ତାରିଖରେ ଅଭିଯୋଗ କରିଥିଲେ। ସେହିଦିନ ପୋଲିସ ଘଟଣାର ତଦନ୍ତ କରିବା ବେଳେ ଏହି ମହିଳାଙ୍କ ଶାଶୁଘର କାନ୍ଥରେ ରକ୍ତଛିଟା ପଡିଥିବା ଦେଖିଥିଲେ। ଏହାପରେ ରବିବାର ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ସେଠାକୁ ଯାଇ ଘଟଣାର ତଦନ୍ତ କରି ଫେରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରୁଥିବା ଅନନ୍ତପୁର ଫାଣ୍ଡି ଅଧିକାରୀ ଏମ୍‌. ରହମନ ଏହି ସୂଚନା ଦେଇ କହିଛନ୍ତି ଯେ, ବାହାନଗା ବ୍ଲକ ଅଧୀନ ଚିତ୍ତଳ ପଞ୍ଚାୟତ ବାଲିକତ୍ତିରଣ ଗ୍ରାମର ଗୟାଧର ମଳିକଙ୍କ ବିବାହିତ ଝିଅ ଝୁନୁରାଣୀ ଅଭଣା ପଞ୍ଚାୟତ ବଗଦା ଗ୍ରାମର ଶାଶୁଘରେ ନିଖୋଜ ଥିବା ନେଇ ଅଭିଯୋଗର କରାଯିବା ବେଳେ ତାଙ୍କ ସ୍ବାମୀ ଫେରାର ଥିବାରୁ ତଦନ୍ତ ଅଧିକ ଆଗେଇ ପାରିନାହିଁ। ସେ ଧରାପଡିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି। ଏହାମଧ୍ୟରେ ଗଁା ମଶାଣିକୁ ଯାଇ ତଦନ୍ତ କରି ଫେରିଛି। ଉଲ୍ଲେଖନୀୟ ଯେ, ଝୁନୁରାଣୀ ୫ ବର୍ଷ ତଳେ ବଗଦା ଗ୍ରାମର ସୁଦର୍ଶନ ଯେନାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ରହିଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।


All Right Reserved By Dharitri.Com

୩ ବଖରା ଜଳିଗଲା

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗଁାରେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ବାବୁ ଗୌଡ ଓ ନାରାୟଣ ଗୌଡଙ୍କ ୩ ବଖରା ଜଳିଯାଇଛି। ଦିଗପହଣ୍ଡି...

ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ: ଅପହରଣର ୫ମାସ ପରେ ବି ନାବାଳିକାଙ୍କ ମିଳୁନି ପତ୍ତା

ରସୁଲପୁର,୬।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧିନସ୍ଥ ରସୁଲପୁର ବ୍ଲକ ଅଞ୍ଚଳରେ ଅବସ୍ଥିତ ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ ହୋଇପଡ଼ିଛି। ୫ମାସ ତଳେ ଅପହରଣ ହୋଇଥିବା...

ଆର୍ଥିକ ମାନ୍ଦାବସ୍ଥା ପ୍ରତିବାଦରେ ସିପିଏମର ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୧୯ା୧୦-ସିପିଏମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସମାବେଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଶାସନରେ ଦେଶର ଆର୍ଥିକ ସ୍ଥିତି...

ବାଇକ୍‌ରେ ଆସି ଝାମ୍ପିନେଲେ ଟଙ୍କା, ରୁପା

ଫୁଲବାଣୀ ଅଫିସ, ୨୨ା୯-ଫୁଲବାଣୀ ଆଦର୍ଶ ଥାନାଠାରୁ ମାତ୍ର ୩୦୦ ମିଟର ଦୂର ତଥା ଏସ୍‌ପିଙ୍କ କାର୍ଯ୍ୟାଳୟ ପାଖରେ ଶନିବାର ଜଣେ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି।...

ବାସନାପଲ୍ଲୀ ରାଜସ୍ବ ଗ୍ରାମ ଏନ୍‌ଏସିରେ ମିଶିବାକୁ ରାଜି

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.) -ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍‌ଏସିର ଆଖପାଖ ଅଞ୍ଚଳକୁ ସାମିଲ କରି ମ୍ୟୁନିସିପାଲିଟି...

ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା

ନାଉଗାଁ,୨୪ା୮(ସ୍ବ.ପ୍ର.): ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି। ଉକ୍ତ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଗଣତନ୍ତ୍ରଭାବେ ସରକାର...

ଚିକିତ୍ସା ଅଭାବରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର ଲୋକେ

ବାରିପଦା ଅଫିସ,୧୪।୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ପରିବାର...

ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଛକାପଞ୍ଝା: ଛାତ୍ରଙ୍କୁ ନିର୍ଯାତନା, କଲେଜ ଯିବାକୁ ବାରଣ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବା ବେଳେ ଏ ନେଇ ବିଭିନ୍ନ କଲେଜରେ...

Leave a comment

Your email address will not be published. Required fields are marked *