ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟର ନେହେଲା ଗ୍ରାମରେ ଭବାନୀପାଟଣା ସହର ପୁରୁଣାପଡ଼ାର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନି ଦିନ ପରେ ଠାବ କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହର ପୁରୁଣାପଡ଼ାର ଦେବେନ୍ଦ୍ର ବେହେରା (୩୦) ତାଙ୍କ ସାଥୀମାନଙ୍କ ସହିତ କର୍ଲାପାଟ ଅଭୟାରାଣ୍ୟର ନେହେଲା ଗ୍ରାମକୁ ଗତ ୨୪ ତାରିଖରେ କାଠ କାଟିବା ନିମନ୍ତେ ଯାଇଥିଲେ। ରାତିରେ ଖାଇବା ବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ଭରତ ବିଶ୍ୱାଳ ଓ ତାଙ୍କ ସାଥୀ କାଠ ଫାଳିଆରେ ଦେବେନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ସୋମବାର ଏ ନେଇ ଭବାନୀପାଟଣା ସଦର ଥାନା ପୋଲିସ ଏସ୍‌ଆଇ ସଚିନ୍ଦ୍ର ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଭବାନୀପାଟଣା ପୁରୁଣାପଡ଼ାର ବିଶ୍ୱାଳ ଓ ଅନ୍ୟ ୬ ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲିଛି।


All Right Reserved By

ଭିଜିଲାନ୍ସ ହାତରେ ମାଲକାନଗିରି ଜିଲା ଯୋଗାଣ ଅଧିକାରୀ

ଜୟପୁର, ୧୭।୮(ନି.ପ୍ର.): ମାଲକାନଗିରି ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ଲେଖାଯିବା ସୁଦ୍ଧା କାଗଜ ପତ୍ର ଯାଞ୍ଚ କରାଯାଉଥିବା...

ହାରାକୁଦର ୧୬ଟି ଗେଟ୍‌ ଖୋଲିଲା

ସମ୍ବଲପୁର, ୧୫।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଗୁରୁବାର ଖୋଲାଯାଇଛି। ୨ଟା ସୁଦ୍ଧା ୧୬ଟି ଗେଟ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟା...

ଦଧିବାମନଙ୍କ ଘୋଷଯାତ୍ରା ସମ୍ପନ୍ନ

ଭଟଲି, ୪।୭(ଡି.ଏନ.ଏ) : ପଶ୍ଚିମୋକତ୍ଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ଧାମରେ ପ୍ରସିଦ୍ଧ ରଥଯାତ୍ରା ଗୁରୁବାର ସମାରୋହରେ ଅନୁଷ୍ଠିତ...

ପାରିବାରିକ କଳହ: ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରାପଡ଼ା ପଞ୍ଚାୟତ ଗାଲଫୁଲା ମୁଣ୍ଡାସାହିରେ ଶୁକ୍ରବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ବାମୀଙ୍କ ମାଡ଼ରେ...

ସୁବର୍ଣ୍ଣପୁରରେ ବିଶ୍ୱ ଯୋଗ ଦିବସ: ସ୍ବାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ରହିଛି

ସୋନପୁର,୨୧।୬(ନି.ପ୍ର.)- ସୁବର୍ଣ୍ଣପୁର ରୟାଲ ପଡ଼ିଆ ଓ ଟାଉନହଲ୍‌ଠାରେ ବିଶ୍ୱ ଯୋଗ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଜିଲା ଯୋଗ ମହୋତ୍ସବ ସମିତି ଆନୁକୂଲ୍ୟରେ ଟାଉନହଲ୍‌ଠାରେ ଆୟୋଜିତ...

ଚମରାବାହାଲ ମାଲିଆ ହତ୍ୟାକାଣ୍ଡ , ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୨୩।୭(ସ୍ବ.ପ୍ର.) ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ସତ୍ୟନାରାୟଣ ଷଡଙ୍ଗୀ ଏକ ହତ୍ୟା ମାମଲାର ବିଚାର କରି ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ...

ଭୀମ୍‌ସାର: ଫେରିଯିବ କ୍ୟାନ୍‌ସର କେୟାର ସେଣ୍ଟର ପାଇଁ ଆସିଥିବା ୪୫ କୋଟି ଟଙ୍କା

ସମ୍ବଲପୁର,୧।୬(ବ୍ୟୁରୋ) ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମ୍‌ସାର)ରେ ଏକ କ୍ୟାନ୍‌ସର କେୟାର ସେଣ୍ଟର ଖୋଲିବା ପାଇଁ...

ବସ୍ତା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ଦୌରାତ୍ମ୍ୟ, ଧରାପଡିଲେ ୪ ଲୁଟେରା

ବସ୍ତା, ୨୭।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ଲୋକଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ୪ ବାଇକ୍‌ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *