ଦାଦନ ଖଟିବାକୁ ଯାଇ ପୁଅ ନିଖୋଜ, ଫେରିବା ବାଟକୁ ଚାହିଁ ବସିଛନ୍ତି ମା’ବାପା

ଖପା୍ରଖୋଲ,୧୧।୧୧(ଡି.ଏନ୍‌.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ରଞ୍ଜିତ ଭୁଏଙ୍କ ପୁଅ ଯୁଗେନ୍ଦ୍ର ଭୁଏ(୨୧)। ଦେଢବର୍ଷ ତଳେ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ କେଉଁଆଢେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ, ଯୁଗେନ୍ଦ୍ରଙ୍କ ସହ ୨ଜଣ ସାଙ୍ଗ ଦାଦନ ଖଟିବାକୁ ବାହାରିଥିଲେ। ବଲାଙ୍ଗୀର ଷ୍ଟେଶନରେ ଦୁଇସାଥୀ ଟ୍ରେନରେ ଚଢି ନ ପାରି ଘରକୁ ଫେରି ଆସିଥିବା ବେଳେ ଯୁଗେନ୍ଦ୍ର ଏକାକୀ ଟ୍ରେନରେ ଚେନ୍ନାଇ ଯାଇଥିଲେ। ହେଲ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଏଭଳି ସ୍ଥିତିରେ ମା’ ବାପା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ଶେଷରେ ଯୁଗେନ୍ଦ୍ରଙ୍କ ମା’ ଗତ ୨୯ ତାରିଖରେ ଖପ୍ରାଖୋଲ ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ. ୪୧/୧୯) ରୁଜୁ କରିଛି। ଏ ନେଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରଞ୍ଜିତ ଭୁଏଙ୍କ ବଡ ପୁଅ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ବେଳେ ଏବେ ଶଯ୍ୟାଶାୟୀ। ଶଯ୍ୟାଶାୟୀ ପୁଅର ଚିକିତ୍ସା ସହ ନିଖୋଜ ପୁଅକୁ ତୁରନ୍ତ ଖୋଜି ଆଣିବାକୁ ବୃଦ୍ଧ ମା’ବାପ ଆକୁଳ ନିବେଦନ କରିଛନ୍ତି।


All Right Reserved By Dharitri.Com

ପୁଓକେ ଫିରି ପାଏଲେ ପରିବାର ଲୋକ୍‌

ଅତାବିରା, ୬।୧୧ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଦେନାଗାଡ଼ିଆ ଗଁାର ଧ୍ରୁବ ନାଏକକଁର ପୁଓ ମୁନା ନାଏକ(୨୨) ଝନେ ମାନ୍‌ସିକ ରୁଗୀ। ଆଏଜ୍‌କେ ୧୫ ଦିନ୍‌ ତଲେ...

ସର୍ବସାଧାରଣରେ ମଦ ବ୍ୟବହାର ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୧- ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫେସର...

ଫନୀ ବିପନ୍ନଙ୍କ ପାଇଁ ସହାୟତା ଯୋଗାଡ଼ କଲା କନ୍ଧମାଳ ପୋଲିସ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୧ା୫(ଡି.ଏନ୍‌.ଏ.): ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ, କେନ୍ଦ୍ରାପଡ଼ା ଆଦି ଜିଲାରେ ଫନୀ ବାତ୍ୟାରେ ବହୁ କ୍ଷୟକ୍ଷତି ହେବା ସହ ଲୋକଙ୍କ ଆର୍ଥତ୍କ ମାନଦଣ୍ଡ ଭାଙ୍ଗିପଡ଼ିଛି। ଏଥିପାଇଁ...

ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ...

ବାର୍‌ହା ଆକ୍ରମଣରେ ୨ ଗୁରୁତର

ଲଖନପୁର,୧୦।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ ୧୯ଖଣ୍ଡ ମୌଜା କନକତୋର ପଞ୍ଚାୟତର ଲୁହାବଗା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି ।...

୨ ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୪ା୧୨: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ୨ଟି ଅଟୋକୁ ଫିରିଙ୍ଗିଆ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏଥିରେ ଜଣେ ନାବାଳକ...

ବଢ଼ୁଛେ ଝୁନକେତନର ପେଟ୍‌:ସାହାଯ୍‌ ଲାଗି ଗୁହାରି କରି ମା’ବାପ୍‌ ନିରାଶ

କୋମନା,୯ା୮(ଡି.ଏନ୍‌.ଏ): ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ପଁଚେତ୍‌ ଜଗନ୍ନାଥପାଲିର ଝନେ ନିହାତି ଗରିବ୍‌ ଅସାହା ବାପ୍‌ ପୁଓର ଚିକିଛା ସାହାଯ୍‌ ଲାଗି ଗୁହାରି କରି...

ଋଣ ଟଙ୍କା ମାଗିବାରୁ ଯୁବକଙ୍କୁ ମାଡ଼

ଗୋପାଳପୁର,୨୯ା୭: ଋଣ ଟଙ୍କା ମାଗିବାରୁ ୩ଜଣ ଯୁବକ ମିଶି ଜନୈକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏହି ଥାନା...

Leave a comment

Your email address will not be published. Required fields are marked *