ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର ଯତ୍ନ ନେବା ଆମ ପାଇଁ ବହୁତ ଜରୁରୀ।
ଜାଣନ୍ତୁ ଆଖି ସମସ୍ୟାର କିଛି ଘରୋଇ ଉପଚାର।
ନିଦ ଯଦି ପୂରା ହୋଇନଥାଏ, ଅସ୍ବଚ୍ଛିତ ପଦାର୍ଥ ଆଖିରେ ପଡ଼ିଥାଏ ବା ଅଧିକ କ୍ଲାନ୍ତି ଲାଗିଲେ
ତେବେ ଆଖି ଲାଲ୍‌ ପଡ଼ିଯାଏ। ଏଥିରେ ଅଁଳା ପାଣିରେ ଆଖି ଧୋଇବା ବା ଗୋଲାପ ଜଳ
ପକାଇଲେ ଭଲ।
ଆଖିରେ ଆଘାତ ଲାଗିବା, ଜ୍ୱଳନ ହେବା, ଲଙ୍କା ବା କୌଣସି କୀଟପତଙ୍ଗ ଯଦି ଆଖିରେ ପଡ଼ିଯାଆନ୍ତି, ତେବେ ଆଖି ଲାଲ୍‌ ହେବା ସ୍ବାଭାବିକ। କ୍ଷୀର ଗରମ କରି ସେଥିରେ ତୁଳା ଭିଜାଇ ଥଣ୍ଡା ହେବା ପରେ ଏହାକୁ ଆଖିରେ ରଖିଲେ ଲାଭ ହୋଇଥାଏ।
ଆଖି ତଳେ ଯଦି କଳା ଦାଗ ପଡ଼ୁଥାଏ ତେବେ ସୋରିଷ ତେଲର ମାଲିସ୍‌ କରିବା ଦ୍ୱାରା କିମ୍ବା ଶୁଖିଲା ଅଁଳା ଏବଂ ମିଶ୍ରିକୁ ଚୂର୍ଣ୍ଣ କରି ସମାନ ମାତ୍ରାରେ ୧ ରୁ ୫ ଗ୍ରାମ୍‌ ସକାଳେ ଏବଂ ସନ୍ଧ୍ୟାରେ ପାଣି ସହିତ ପିଇଲେ ଲାଭ ହୋଇଥାଏ।


All Right Reserved By Dharitri.Com

ଏନ୍‌ଆର୍‌ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦%...

ଫୋନ୍‌ କରି ଭୋଟ୍‌ ମାଗିଲେ ଶାହ

ଚତରା,୨୮।୧୧: ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଝାଡଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ହେବାକୁ ଥିବା ବିଧାନସଭା...

ବରିଷ୍ଠ ସିପିଆଇ ନେତା ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ

କୋଲକାତା,୩୧।୧୦: ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଏମ୍‌ପି ଗୁରୁଦାସ ଦାସଗୁପ୍ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘ...

ଆତଙ୍କବାଦ ବିରୋଧରେ ମିଳିତଭାବେ ଲଢ଼ିବେ ଭାରତ-ଶ୍ରୀଲଙ୍କା: ମୋଦି

ନୂଆଦିଲ୍ଲୀ,୮।୨: ଆତଙ୍କବାଦ ଭାରତ ଏବଂ ଶ୍ରୀଲଙ୍କାର ମୁଖ୍ୟ ସମସ୍ୟା। ଏହା ବିରୋଧରେ ଭାରତ ଏବଂ ଶ୍ରୀଲଙ୍କା ମିଳିତଭାବେ ଲଢ଼େଇ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩...

ବଜେଟ ଅଧିବେଶନ ଅଗଷ୍ଟ ୭ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୨୬।୭(ଆଇଏଏନ୍‌ଏସ୍‌):ପାର୍ଲାମେଣ୍ଟ ଅଧିବେଶନ ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାରଙ୍କ ଅନୁରୋଧ କ୍ରମେ ଲୋକ ସଭା ଅଧିବେଶନ ଅଗଷ୍ଟ ୭ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି...

ନାରୀ ଶୃଙ୍ଗାରରେ ‘ଖୋଷା’: ଓଡ଼ିଆଣୀର କେଶ ବିନ୍ୟାସରେ ଥାଏ ପରମ୍ପରାର କଥା; ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରେ

କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ...

ନିଃସଙ୍ଗତା ଦୂର କରିବ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏଣିକି ଏହାକୁ ନିଃସଙ୍ଗତା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ। ଜାପାନର ବୈଜ୍ଞାନିକମାନେ ଏପରି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ...

Leave a comment

Your email address will not be published. Required fields are marked *