୪ କୁଇଣ୍ଟାଲ ମାଧବୀ ଚେର ସହ ଗାଡ଼ି ଜବତ, ମାଲିକ ଗିରଫ

ବୁଗୁଡ଼ା,୧୦ା୧୧(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଠଣାପଲ୍ଲୀ-ଗୋଳାବନ୍ଧ ରାସ୍ତାରେ ଶନିବାର ରାତ୍ର ପ୍ରାୟ ୧୦ଟାରେ ବୁଗୁଡ଼ା ବନ ବିଭାଗ ଦ୍ୱାରା ଚଢାଉ କରାଯାଇ ୧୨ ବସ୍ତା (୪ କୁଇଣ୍ଟାଲ) ମାଧବୀ ଚେର ସହ ଏକ ପିକ୍‌ଅପ୍‌ ଗାଡି ନଂ.(ଓଡି୦୭କେ-୩୧୫୫) ଜବତ କରାଯାଇଛି। ଗାଡ଼ି ଚାଳକ ତଥା ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ହେଲେ ବ୍ରହ୍ମପୁର ସହର ଗଣେଶ ନଗରର ଶିଶିର ପ୍ରଧାନ। ଏନେଇ ବୁଗୁଡ଼ା ବନ ବିଭାଗରେ ନଂ.୧୫୬/୧୯-୨୦ରେ ଏକ ମାମଲା ରୁଜୁ ହୋଇଛି। ରବିବାର ଶିଶିରଙ୍କୁ କୋର୍ଟଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ସୂଚନା ଦେଇଛନ୍ତି। ବନାଞ୍ଚଳ ଅଧିକାରୀ ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଶନିବାର ରାତିରେ ନାଗିରି, ଠଣାପଲ୍ଲୀ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ମାଧବୀ ଚେର ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ। ଠଣାପଲ୍ଲୀ-ଗୋଳାବନ୍ଧ ରାସ୍ତାରେ ଗାଡ଼ିକୁ ପିଛା କରି ଧରିଥିଲେ।


All Right Reserved By Dharitri.Com

ଠିକାଦାରଙ୍କ ଘରକୁ ବୋମାମାଡ଼ ଘଟଣା: ଦୁର୍ଦ୍ଦାନ୍ତ ରାଜିଙ୍କ ସମେତ ୩ ଗିରଫ, ବୋମା ଜବତ

ବ୍ରହ୍ମପୁର ଅଫିସ,୧୮ା୬-ବ୍ରହ୍ମପୁର ବଡ଼ବଜାର ପୋଲିସ ଜଣେ ଠିକାଦାରଙ୍କ ଘର ଉପରକୁ ବୋମା ମାଡ଼ କରିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ରାଜି ଗୌଡ଼ଙ୍କ ସମେତ ୩ ଜଣଙ୍କୁ ରବିବାର...

୩ ଲଜ୍‌ରେ ଅନୈତିକ କାର୍ଯ୍ୟ: ଧରାପଡ଼ିଥିବା ୧୬ ଯୁବକ ଗିରଫ

ବାରିପଦା ଅଫିସ,୨୨।୧୨- ମୟୂରଭଞ୍ଜ ଜିଲା ବାରିପଦା ସହର ଜନଗହଳିପୂର୍ଣ୍ଣ ବଗୁଳି ମାର୍କେଟରେ ଥିବା ୩ଟି ଲଜ୍‌ରେ ଦେହ ବେପାର ଭଳି ଅନୈତିକ କାର୍ଯ୍ୟ ଚାଲିଥିବା ସନ୍ଦେହରେ...

ଡିଜିଟାଲ ଶ୍ରେଣୀଗୃହ ଓ ବିଜ୍ଞାନଗାର ଉଦ୍‌ଘାଟିତ

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଜନଶକ୍ତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ବିଜ୍ଞାନାଗାର ଓ ଡିଜିଟାଲ...

କେନ୍ଦ୍ରାପଡ଼ା ଜଳକ୍ଳିଷ୍ଟ ଜିଲା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରାପଡା ଜିଲାକୁ କେନ୍ଦ୍ର ସରକାର ଜଳକ୍ଳିଷ୍ଟ ଜିଲା ବୋଲି ଘୋଷଣା କରିଛନ୍ତି। ତେଣୁ ଜଳକଷ୍ଟକୁ ଦୂର କରିବା ପାଇଁ ଜଳସମ୍ପଦ...

ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ କେନ୍ଦ୍ରମନ୍ତ୍ରୀ

କୋଣାର୍କ,୩୧ା୧୨(ଡି.ଏନ୍‌.ଏ.): ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାର ଆବଶ୍ୟକତା ରହିଛି। ପୁରୀ, କୋଣାର୍କ, ଚିଲିକା ଆଦି ଅଞ୍ଚଳକୁ ମିଶାଇ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ବନାଇବା...

କୁରାଳ ପଞ୍ଚମୀ ପାଳନ: ଜମିଲା ନୃତ୍ୟଗୀତର ଆସର

କେନ୍ଦୁଝର,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ତରମାକାନ୍ତ କୁରାଳସାହି ପକ୍ଷରୁ ବୁଧବାର କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ୧ରୁ ୩ ତାରିଖ ପର୍ଯ୍ୟନ୍ତ ରୁଦ୍ରପାଳ...

ବାଲ୍ୟ ବିବାହ ସୂଚନା ଦେଲେ ମିଳିବ ପୁରସ୍କାର

ଛତ୍ରପୁର,୮ା୧୨(ଡି.ଏନ.ଏ)-ବାଲ୍ୟ ବିବାହ ଏକ ବଡ଼ ସାମାଜିକ ସମସ୍ୟା ଓ କୁସଂସ୍କାର। ବାଲ୍ୟ ବିବାହ ସମ୍ପର୍କରେ ଯେ କେହି ସୂଚନା ଦେଲେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ...

ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌ ପ୍ରକଳ୍ପ: ବିଶ୍ୱନାଥଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ୍‌,୧୧ା୧୨-ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ପି.ବିଶ୍ୱନାଥ ପାତ୍ର ତାଙ୍କର ଉଦ୍ଭାବନ ‘ସ୍ମାର୍ଟ ୱାଟର୍‌ ଡିସ୍‌ପେନସର୍‌’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଜଳ ଅପଚୟ...

Leave a comment

Your email address will not be published. Required fields are marked *