Posted inଫୁରସତ

ଗୋଟିଏ ଦିନରେ ଜନ୍ମ ନେଇଥିଲେ ୫ ଭାଇଭଉଣୀ : ଏକାସାଙ୍ଗରେ ହେବେ ବାହା

ଗୋଟିଏ ଦିନରେ ଜନ୍ମ ନେଇଥିବା ୫ ଭାଇଭଉଣୀଙ୍କ ମଧ୍ୟରୁ ଏକାଦିନରେ ୪ ଭଉଣୀଙ୍କର ବିବାହ ସ୍ଥିର ହୋଇଥିବାବେଳେ ଭାଇଙ୍କ ବିବାହ ଏହି ଦିନରେ କରିବା ପାଇଁ କିଛିଦିନ ସମୟ ନେଇଛନ୍ତି ଭଉଣୀମାନେ। ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ। ଚାରି ଭଉଣୀ ଉଥ୍‌ରାଜା, ଉଥାରା, ଉଥମା, ଉଥ୍‌ରା ଏବଂ ଭାଇ ଉଥ୍‌ରାଜନଙ୍କ ଜନ୍ମ ୧୯୯୫ ନଭେମ୍ବର ୧୮ରେ ହୋଇଥିଲା। ଆସନ୍ତା ୨୦୨୨ ଏପ୍ରିଲ ୨୬ରେ ଶ୍ରୀକୃଷ୍ଣ ମନ୍ଦିରରେ ବିବାହ ବନ୍ଧନରେ ୪ ଭଉଣୀ ଆବଦ୍ଧ ହେବେ। ଯେଉଁଦିନ ଏମାନେ ଜନ୍ମ ନେଇଥିଲେ ତାଙ୍କ ପିତା ଘରର ନାମ ‘ପଞ୍ଚ ରତ୍ନମ୍‌’ ରଖିଥିଲେ। ସମ୍ପର୍କୀୟ କୁହନ୍ତି, ୯ ବର୍ଷ ପର୍ଯ୍ୟନ୍ତ ୫ ପିଲାଙ୍କୁ ତାଙ୍କ ପିତା ଏକାପ୍ରକାର ସ୍କୁଲ ବ୍ୟାଗ୍‌, ଛତା, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ଦେଇଆସୁଥିଲେ। ୨୦୦୪ ମସିହାରେ ମା’ ହୃଦ୍‌ପିଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ। ଏଥିରେ ବହୁ ଅର୍ଥ ଖର୍ଚ୍ଚ କରି ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଲା। ଏଥିରେ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଦେଲେ ପିତା। ମାଆ କୁହନ୍ତି, ସ୍ବାମୀଙ୍କ ମୃତ୍ୟୁ ପରେ ସେ ଅସହାୟା ହୋଇପଡ଼ିଥିଲେ। ତେଣୁ ପିଲାମାନଙ୍କ ପାଇଁ ବଞ୍ଚିବେ ବୋଲି ସଂଘର୍ଷ ଜାରି ରଖିଲେ। ନିଜେ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ାଇଲେ। ଆଜି ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି। ୪ ଝିଅଙ୍କ ମଧ୍ୟରୁ ଜଣେ ଫେଶନ ଡିଜାଇନର, ଦୁଇଜଣ ଆନାସ୍ଥେସିଆ ଟେକ୍ନିସିଆନ୍‌ ଅନ୍ୟ ଜଣେ ଅନ୍‌ଲାଇନ୍‌ ଲେଖକ। ସେହିପରି ଭାଇ ସଫ୍ଟଓ୍ବେୟାର ଇଞ୍ଜିନିୟର। ଏବେ ୪ ଭଉଣୀଙ୍କର ବିବାହ ହେବ। ସେମାନେ କୁହନ୍ତି, ଆମେ ଗୋଟିଏ ଦିନରେ ଜନ୍ମ ହୋଇଥିଲୁ ଗୋଟିଏ ଦିନରେ ବିବାହ କରିବୁ ବୋଲି ଭାଇର କନ୍ୟାପତ୍ର ଠିକ୍‌ ହେବା ପର୍ଯ୍ୟନ୍ତ ୨୦୨୨କୁ ଅପେକ୍ଷା କରିଛୁ।


All Right Reserved By Dharitri.Com

ଆସୁଛି ରାଖୀପୂର୍ଣ୍ଣିମା: ଶୁଣନ୍ତୁ ଏହି ଗୀତ, ଭଉଣୀଙ୍କ ସହ ସମ୍ପର୍କକୁ କରନ୍ତୁ ନିବିଡ଼

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାଖୀ। ତେବେ ବର୍ଷରେ ଥରୁଟିଏ ଆସୁଥିବା ଏହି ରାଖୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି।...

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ...

ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…

ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍‌ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ...

ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା

ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ।...

ବିବାହ ବନ୍ଧନରେ ବାନ୍ଧିହେଲେ ଘୋଡ଼ା-ଘୋଡ଼ୀ, ଫଟୋ ଭାଇରାଲ

ବେଙ୍ଗାଲୁରୁ: କର୍ନାଟକ ରାଜଧାନୀ ବେଙ୍ଗାଲୁରୁର କୁବନ ପାର୍କରେ ଏକ ଘୋଡ଼ା(ରାଜା) ଏବଂ ଘୋଡ଼ୀ(ରାଣୀ)ର ବିବାହ ଭାଲେଣ୍ଟାଇନ୍ସ ଡେ’ରେ ସମ୍ପନ୍ନ ହୋଇଛି। ଏହି ବିବାହ ପାରମ୍ପରିକ ରୀତିନୀତିରେ...

ମନୋହରି ଗୋଲ୍ଡ ଚା’ ନିଲାମ : କେଜିକୁ ୫୦,୦୦୦ ଟଙ୍କା

ଚା’ କେଜିକୁ ୫୦,୦୦୦ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଆସାମର ମନୋହରି ଗୋଲ୍ଡ ଚା’ଦାମ ଏବେ ପୂରା ଆକାଶ ଛୁଇଁଛି। ଏହି ଚା’ର...

ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ...

ବୁଲାକୁକୁରଙ୍କୁ ସାହାରା ଦେବା ପାଇଁ ୧୪ ଶହ କିମି ପାଦରେ ଚାଲିଲେ ଏହି ବ୍ୟକ୍ତି

ମେକ୍ସିକୋ,୧୨।୧୧:ସାଧାରଣତଃ ରାସ୍ତାରେ ବୁଲୁଥିବା କୁକୁରଙ୍କୁ କେହି ଧ୍ୟାନ ଦେଇ ନ ଥାନ୍ତି। କେହି ବୁଲାକୁକୁରଙ୍କୁ ଢେଲା ଫୋପାଡିଲାଣି ତ ଆଉ କିଏ ପାଣି। ଏମିତି ଅସହାୟ...

Leave a comment

Your email address will not be published. Required fields are marked *