Posted inଫୁରସତ

ଦୁଇ ମାସ ଶୋଉଥିବା ଝିଅ

କିମ୍ବଦନ୍ତୀ କହେ କୁମ୍ଭକର୍ଣ୍ଣ ୬ ମାସ ଶୋଉଥିଲେ। ତେବେ ବାସ୍ତବ ଜୀବନରେ କ’ଣ ଏମିତି ଘଟେ? ହଁ ଘଟିଥାଏ। କଲମ୍ବିଆର ଆକାସିଆସ୍‌ ସହରରେ ରହୁଥିବା ୧୭ ବର୍ଷୀୟା ଶାରିକା ତୋଭାରଙ୍କ ଜୀବନରେ ଏହା ଘଟୁଛି। ମାତ୍ର ୨ ବର୍ଷ ବୟସର ହୋଇଥିବା ସମୟରୁ ସେ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯାହା ‘ସ୍ଲିପିଂ ବ୍ୟୁଟି’ ନାମରେ ପରିଚିତ। ଏହା ଏକ ଅତି ବିରଳ ଘଟଣା। ଆଜି ପର୍ଯ୍ୟନ୍ତ ସାରା ପୃଥିବୀରେ ମାତ୍ର ୪୦ଟି ଏଭଳି ଘଟଣା ଦେଖିବାକୁ ମିଳିଛି। ଶାରିକା ହାଇପରସୋମ୍ନିଆ ବା ଗାଢ ନିଦ୍ରାରେ ୨ ମାସ ପର୍ଯ୍ୟନ୍ତ ରହନ୍ତି। ଏହି ସମୟରେ ତାଙ୍କ ମା’ ମାର୍ଲେନୀ ଝିଅକୁ କିଛି ଘଣ୍ଟା ଅନ୍ତରାଳରେ ଖୁଆଇଥାଆନ୍ତି। ଖାଦ୍ୟକୁ ଗ୍ରାଇଣ୍ଡ କରିବା ସହ ତରଳ ଅବସ୍ଥାରେ ଟ୍ୟୁବ୍‌ ମାଧ୍ୟମରେ ଖୁଆନ୍ତି। ଝିଅର ଏଭଳି ସ୍ଥିତି ପାଇଁ ମାର୍ଲେନୀଙ୍କୁ ଚାକିରି ବି ଛାଡିବାକୁ ପଡିଥିଲା। ଏହି ଗାଢ ନିଦ୍ରାରୁ ଉଠିବା ପରେ ଶାରିକା କେବେ ଆଂଶିକ ତ କେବେ ସମ୍ପୂର୍ଣ୍ଣ ସ୍ମରଣଶକ୍ତି ହରାଇ ବସନ୍ତି। ଏମିତିକି ନିଜ ମା’କୁ ବି ଚିହ୍ନିପାରନ୍ତି ନାହିଁ। ତେବେ ଏ ପର୍ଯ୍ୟନ୍ତ ଏହି ରୋଗର କାରଣ ଜଣାପଡିନାହିଁ। ଏହା ଭାଇରାଲ ଇନଫେକ୍ସନରୁ ହୋଇଥାଇପାରେ ବୋଲି ଡାକ୍ତର କହନ୍ତି।


All Right Reserved By Dharitri.Com

ଲୋକସଂଖ୍ୟା ବଢାଇବାର ଲୋଭନୀୟ ଅଫର : ମାଗଣାରେ ପାଇବେ ଘର ଓ ମାସକୁ ୪୦ହଜାର ଟଙ୍କା

ଏଥେନ୍ସ: ଗ୍ରୀସର ଦ୍ୱୀପ ଏନ୍ତିକେଥେରାରେ ଲୋକସଂଖ୍ୟ। ବୃଦ୍ଧି କରିବା ପାଇଁ ସେଠାକାର ସରକାର ଏକ ଅଫର ଦେଇଛନ୍ତି। ସେହି ଦ୍ୱୀପରେ ରହିଲେ ମାଗଣାରେ ଘର ଓ...

ଅଜବ ସ୍ଥାପତ୍ୟର ପାର୍କ

ନ୍ୟୁୟର୍କ, ସାଉଥ୍‌ ଡକୋଟାରେ ଅଛି ଏକ ଅଜବ ପାର୍କ। ଅନେକ ସ୍ଥାପତ୍ୟ ଭରି ରହିଛି ଏହି ପାର୍କରେ। ଆଉ ସମସ୍ତ ସ୍ଥାପତ୍ୟ ଭିନ୍ନ ଓ ବେଶ୍‌...

ପଞ୍ଚୁକ ପଡ଼ିଲେ ୬ ଦିନ ଶ୍ରୀଜିଉଙ୍କର ହୁଏ ନାଗାର୍ଜୁନ ବେଶ: ୨୫ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ

କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଲେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଶ୍ରୀଜିଉ ବୀରବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି...

ମା’ ହେଲେ ରାଲି

ଢେଙ୍କାନାଳ: ଓଲିଉଡ ଅଭିନେତ୍ରୀ ରାଲି ନନ୍ଦ ସୋମବାର ମା’ ହୋଇଛନ୍ତି। ତାଙ୍କ କୋଳମଣ୍ଡନ କରିଛି ଏକ କନ୍ୟାସନ୍ତାନ। ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।...

ଅଭିଶପ୍ତ: ଯେତେ ଖୋଜିଲେ ବି ଯାହାର ଉତ୍ତର ମିଳେନା

ତାର ଆକର୍ଷଣରୁ କେହି କେବେ ନିଜକୁ ରୋକି ପାରେନା। ଆପେ ଟାଣି ହୋଇ ଚାଲିଯାଏ ତା’ ପାଖକୁ। କହିବାକୁଗଲେ ସେ ନିଜ ଆକର୍ଷଣର ମାୟାଜାଲରେ ସମସ୍ତଙ୍କୁ...

ଅଣ ମୁସଲମାନ୍‌ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍‌

ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍‌ ଗଫୁର ମସଜିଦ୍‌କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ...

ଅଜବ ଓ୍ବାଟରିଂ କ୍ୟାନ୍‌

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏବେ ମାର୍କେଟ୍‌ରେ ଏମିତି କିଛି ଅଜବ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା...

ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ...

Leave a comment

Your email address will not be published. Required fields are marked *