ଅପହୃତା ଝିଅକୁ ଉଦ୍ଧାର ପାଇଁ ଥାନା ଆଗରେ ଧାରଣାରେ ବସିଲେ ମା’, ବାହାର ରାଜ୍ୟକୁ ଚାଲାଣ ଅଭିଯୋଗ ଆଣିଲେ ପରିବାର

ହାଟଡ଼ିହୀ, ୨୭ା୫ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଓରାଳି ପଞ୍ଚାୟତ ମଧୁରଗଡ଼ିଆ ଗ୍ରାମର ଜଣେ ୧୫ ବର୍ଷିୟା ସବର୍ଣ୍ଣ ନାବାଳିକାଙ୍କୁ ସେହି ଗ୍ରାମର କିଛି ଅସବର୍ଣ୍ଣ ବ୍ୟକ୍ତି ଗତ ୨୧ ତାରିଖ ରାତିରେ ଜୋର ଜବରଦସ୍ତ ଘରେ ପଶି ଅପହରଣ କରିନେଇଥିଲେ। ଏ ନେଇ ନାବାଳିକାଙ୍କ ମା’ଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ଥାନା ପୋଲିସ(ନଂ ୪୫/୧୯) ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନାବାଳିକାଙ୍କୁ ଉଦ୍ଧାର କରିପାରି ନାହିଁ। ଏ ନେଇ ରବିବାର ରାତିରୁ ନାବାଳିକାଙ୍କ ମା’ ଥାନା ଆଗରେ ଧାରଣା ବସିରହିଛନ୍ତି। ଘଟଣା ଦିନଠାରୁ ଝିଅକୁ ଉଦ୍ଧାର ପାଇଁ ପୋଲିସକୁ କାକୁତିମିନତି ହେଉଥିଲେ ବି ପୋଲିସ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଗତ ରବିବାର ରାତିସାରା ମଧ୍ୟ ସେ ଧାରଣା ଦେଇଥିଲେ। ନାବାଳିକାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି।
ଏ ପ୍ରସଙ୍ଗରେ ଥାନା ଅଧିକାରୀ ମାନସ ସ୍ବାଇଁ କହିଛନ୍ତି, ନାବାଳିକାଙ୍କୁ ଉଦ୍ଧାର ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛୁ। ମହିଳାଙ୍କୁ ଘରକୁ ଫେରିଯିବା ପାଇଁ ପରାମର୍ଶ ଦେଇଥିଲେ ବି ସେ ଘରକୁ ନ ଯାଇ ଏଠାରେ ବସିରହିଛନ୍ତି।


All Right Reserved By Dharitri.Com

ଅଗ୍ନିକାଣ୍ଡରେ ୧୨ ବଖରା ଭସ୍ମୀଭୂତ

ବ୍ରହ୍ମଗିରି, ୮ା୧୨(ଡି.ଏନ୍‌.ଏ.) ବ୍ରହ୍ମଗିରି ବ୍ଲକ ଚଣ୍ଡପଡ଼ା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ବଖରା ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,...

ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ

ପାଟପୁର,୮ା୧: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଟିଗୁଡ଼ା ଗ୍ରାମର ପୀତବାସ ଗୌଡ଼ଙ୍କ ସ୍କୁଟିକୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଥିବା ଅଭିଯୋଗ ହୋଇଛି। ପୀତବାସଙ୍କ...

୩୩୨୩ ଗ୍ରାମକୁ ରାସ୍ତା ନାହିଁ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟରେ ୩୩୨୩ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ସହ ଯୋଡାଯାଇପାରିନାହିଁ। ଅନୁଗୋଳ...

ପୋଲ ତଳୁ ମୃତଦେହ ଉଦ୍ଧାର: ଦୁର୍ଘଟଣା ସନ୍ଦେହ

କେନ୍ଦୁଝର,୧୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଗଜପୁର ଗ୍ରାମ ରାସ୍ତାର ଏକ ପୋଲତଳୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗଜପୁର...

ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ...

ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ।...

ନିଶାଦ୍ରବ୍ୟ ଚାଲାଣର ସୁରକ୍ଷିତ ମାଧ୍ୟମ: ନାଇଟ୍‌ କୋଚ୍‌ ବସ୍‌, ଲେଡି ଏଜେଣ୍ଟ

ବେଆଇନ ନିଶା କାରବାରର ପେଣ୍ଠସ୍ଥଳ ପାଲଟିଗଲାଣି ଓଡ଼ିଶା। ବ୍ରାଉନସୁଗାର, ହିରୋଇନ୍‌, ଚରସ ଆଦି ନିଶାଦ୍ରବ୍ୟ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବାବେଳେ ଏଠାରୁ ଗଞ୍ଜେଇ ଓ ଅଫିମ...

କେନ୍ଦୁଝର ଜିଲା ପାଇଁ ଭାଜପା କ’ଣ କରିଛି: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୭।୪(ସ୍ବ.ପ୍ର.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଜିଲା ସଦର ନିିର୍ବାଚମଣ୍ଡଳୀ ଗସ୍ତ କରି ନିର୍ବାଚନୀ ପ୍ରଚାର କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ...

Leave a comment

Your email address will not be published. Required fields are marked *