ପାର୍ବଣରେ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭି ବିକ୍ରିରେ ଉନ୍ନତି

ନୂଆଦିଲ୍ଲୀ,୧୦-୧୧: ଚଳିତ ବର୍ଷ ପାର୍ବଣରେ ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭିଗୁଡିକ ବିକ୍ରି ବେଶ୍‌ ଉନ୍ନତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ ଚାହିଦା ଉନ୍ନତ ରହିବାରୁ ବିକ୍ରି ଭଲ ରହିଥିବା ଜଣାପଡିଛି। ନୂଆ କ୍ୟୁଏଲ୍‌ଇଡି ପ୍ରଯୁକ୍ତି, ଉନ୍ନତ ଡିଜାଇନ ଏବଂ ଲାଇଫ୍‌ ଷ୍ଟାଇଲକୁ ବିଚାର କରି ଗ୍ରାହକ ଏହି ବର୍ଗରେ ଟିଭି କ୍ରୟ କରିବାକୁ ବିଚାର କରୁଛନ୍ତି। ଗତ ୧୩ ବର୍ଷ ଧରି ଏହି ବର୍ଗରେ ଦେଶ ମଧ୍ୟରେ ଏକ ପ୍ରମୁଖ ସ୍ଥାନ ହାସଲ କରିଥିବା ସାମ୍‌ସଙ୍ଗ ପକ୍ଷରୁ ସୂଚନା ରହିଛି। ଦୀପାବଳୀରେ କମ୍ପାନୀର କ୍ୟୁଏଲ୍‌ଇଡି ଟିଭି ବିକ୍ରି ଗତ ବର୍ଷ ତୁଳନାରେ ୩ ଗୁଣ ବଢିଛି। ଏହା ଅଲ୍ଟା ହାଇଡେଫିନିଶନ ଟିଭି କ୍ଷେତ୍ରରେ ପ୍ରାୟ ୨ ଗୁଣ ଅଭିବୃଦ୍ଧି ରହିଥିବା ଜଣାପଡିଛି। ଫ୍ରେମ୍‌ କ୍ୟୁଏଲ୍‌ଇଡି ଟିଭି ଏବଂ ଲାଇଫ୍‌ ଷ୍ଟାଇଲ ଟିଭି ଗୁଡିକ ଉନ୍ନତ ବିକ୍ରି ସଫଳତା ହାସଲ କରିଛି। ଦେଶର ପ୍ରମୁଖ ସହରଗୁଡିକରେ ଏହି ଟିଭି ଚାହିଦା ଉନ୍ନତ ରହିଛି। ମୂଲ୍ୟଯୁକ୍ତ ଗ୍ରାହକ କୈନ୍ଦ୍ରିକ ଅଭିନବତା ଯୋଗାଇବା ନିମନ୍ତେ ବିଭିନ୍ନ ପଦକ୍ଷେପ ଦିଗରେ କାର୍ଯ୍ୟ କରୁଥିବା ସାମସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକଟ୍ରୋନିକ୍ସ ବିଜନେସ୍‌ ବରିଷ୍ଠ ଉପାଧ୍ୟକ୍ଷ ରାଜୁ ପୁଲାନ କହିଛନ୍ତି।


All Right Reserved By Dharitri.Com

ଦୁର୍ଦ୍ଦଶା ଲାଗି ଅଟୋ ସେକ୍ଟର ନିଜେ ଦାୟୀ: ରାଜୀବ ବଜାଜ

ମୁମ୍ବାଇ,୧୨-୯: ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ସଙ୍କଟ ଆସିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏଥିପାଇଁ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି। ଲୋକେ...

ଆଧାର ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ନଗଦ କାରବାର

ନୂଆଦିଲ୍ଲୀ,୭-୭: ଏଣିକି ପାନ୍‌ ବଦଳରେ ଆଧାର କାର୍ଡ ମାଧ୍ୟମରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ନଗଦ କାରବାର କରିହେବ। ଏହାଛଡ଼ା ଯେଉଁଠି ପାନ୍‌ ବ୍ୟବହାର ଅନିବାର୍ଯ୍ୟ...

ରାଜନୀତିକୁ ଆସିଲେ ସ୍ତ୍ରୀ ମୋତେ ଛାଡ଼ି ଦେବେ: ରାଜନ

ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ...

କର୍ପୋରେଟ ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

ଭୁବନେଶ୍ୱର,୭-୭(ବ୍ୟୁରୋ): ୨୦୧୯-୨୦ ଆର୍ଥତ୍କ ବର୍ଷ ବଜେଟରେ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଶିଳ୍ପ ବିଶେଷଜ୍ଞମାନେ ସ୍ବାଗତ ଜଣାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, କ୍ଷୁଦ୍ର ବ୍ୟବସାୟୀଙ୍କ...

ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି;ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ,ଅଟୋ ସେକ୍ଟର ନିରାଶ

ପାନାଜୀ,୨୧-୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।...

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ...

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ...

ଟାଟା ଗ୍ରୁପ ଅଧୀନକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୫-୧୧: ଟାଟା ଗ୍ରୁପ ନିକଟକୁ ଏୟାର ଇଣ୍ଡିଆର ପରିଚାଳନା ଭାର ଫେରିପାରେ। ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ବର୍ତ୍ତମାନ କ୍ଷତିରେ ଚାଲିଥିବା ବେଳେ ଏହାର ୧୦୦% ଅଂଶଧନ...

Leave a comment

Your email address will not be published. Required fields are marked *