ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ନିଆରା ଉପାୟରେ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଯୁବକ ଜଣକ ବାହାରକୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହାପରେ ଝରକା ବାହାରେ ଏକ କୋଣରେ ସେ ଶୋଇ ପଡ଼ିଥିଲେ। ଘର ଚାରିଆଡ଼େ ହୁ ହୁ ହୋଇ ନିଆଁ ବ୍ୟାପି ଯାଇଥିଲା। ଏହାର କିଛି ସମୟ ପରେ ଦେହରେ ନିଆଁ ଲାଗିବା ଭୟରେ ଯୁବକ ଜଣଙ୍କ ନିଜର ସାର୍ଟ ଖୋଲି ଫୋପାଡ଼ି ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ସମୟର ଦୃଶ୍ୟ ଅଷ୍ଟ୍ରେଲିଆର ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By

ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ

କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ...

ପାକିସ୍ତାନରେ ଘୂର୍ଣିଝଡର ତାଣ୍ଡବ: ୩୯ ମୃତ

ଇସଲମାବାଦ, ୧୮।୪:ପାକିସ୍ଥାନର ବିଭିନ୍ନ ଜିଲାରେ ଘୂର୍ଣ୍ଣିଝଡ ସହ ବର୍ଷାର ତାଣ୍ଡବ। ଏଥିରେ ୩୯ଜଣଙ୍କ ମୃତ୍ୟୁ ଘଟିଛି। ୧୩୫ରୁ ଅଧିକ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ...

ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ...

ଇମ୍ରାନଙ୍କ ପରେ ଏବେ ପାକିସ୍ତାନ ସେନାମୁଖ୍ୟ ଦେଲେ ଭାରତକୁ ଚେତାବନୀ

ଇସ୍‌ଲାମାବାଦ,୩୧।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି। ଯଦିଓ ଭାରତର ଏହା ଆଭ୍ୟନ୍ତରୀଣ ମାମଲା ତଥାପି...

ଅନଶନରେ ବସିବେ ମରିୟମ୍‌

ଇସ୍‌ଲାମାବାଦ,୯।୭: ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯଦି ବର୍ତ୍ତମାନର...

ରୁଷିଆ ପ୍ଲାଣ୍ଟରେ ବିସ୍ଫୋରଣ

ମସ୍କୋ,୨ା୬(ଏଏଫ୍‌ପି): କେନ୍ଦ୍ରୀୟ ରୁଷିଆର ଏକ ପ୍ଲାଣ୍ଟରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୨ ଆହତ ହୋଇଥିବାବେଳେ ଆଖପାଖର ୨୦୦ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହାସହ...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

କାନ୍ଦାହାର ବିସ୍ଫୋରଣ: ୮ ମୃତ

କାନ୍ଦାହାର,୩୦।୬: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ମାରୁଫ ଜିଲାରେ ରବିବାର ବିସ୍ଫୋରଣ ଘଟି ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *