ଚର୍ଚ୍ଚାରେ ଫିଲ୍ମ ‘ବାଲା’ର ଶିଶୁ କଳାକାର ସଚିନ

ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ ବ୍ୟକ୍ତି ଉପରେ ଆଧାରିତ। ପୁଣି ମୁଣ୍ଡରେ କେଶ ଉଠିବା ପାଇଁ କ’ଣ ସବୁ କରାଯାଉଛି ତାହା ଉପରେ ଫିଲ୍ମର କାହାଣୀ ଗତି କରୁଛି। ‘ବାଲା’ରେ ଆୟୁଷ୍ମାନ୍‌ଙ୍କ ଚରିତ୍ରର ନାମ ରହିଛି ବାଳମୁକୁନ୍ଦ। ଆୟୁଷ୍ମାନ୍‌ଙ୍କ ବ୍ୟତୀତ ଫିଲ୍ମରେ ଅନ୍ୟ ଯେଉଁ କଳାକାରଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଉଛି, ସେ ହେଲେ ଆୟୁଷ୍ମାନ୍‌ଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସଚିନ ଚୌଧୁରୀ।
ସଚିନଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ପୂର୍ବରୁ ସେ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଏବଂ ‘ଲିଟିଲ ଚ୍ୟାମ୍ପ୍‌ସ’ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖକୁ ଆସିସାରିଛନ୍ତି। ‘ଲିଟିଲ ଚ୍ୟାମ୍ପ୍‌ସ’ରେ ନିଜର ଅଭିନୟ ଦ୍ୱାରା ସଚିନ ଶୋ’ର ଜଜ୍‌ଙ୍କ ମନ ମୋହିଥିଲେ। ‘ବାଲା’ରେ ଆୟୁଷ୍ମାନ୍‌ଙ୍କ ବ୍ୟତୀତ ଭୂମି ପେଡନେକର, ୟାମି ଗୌତମ, ସୀମା ପାହଓ୍ବା ଏବଂ ସୌରଭ ଶୁକ୍ଳା ପ୍ରମୁଖ ଚରିତ୍ରରେ ରହିଛନ୍ତି।


All Right Reserved By Dharitri.Com

ଭଲ ବ୍ୟବସାୟ କରୁଛି ଭାଇଜାନ୍‌ଙ୍କ ‘ଭାରତ’, ଖୁବ୍‌ଶୀଘ୍ର ସାମିଲ ହେବ ୨ଶହ କୋଟି କ୍ଲବରେ

ମୁମ୍ବାଇ: ଇଦ୍‌ରେ ପରଦାକୁ ଆସିଥିବା ସଲ୍‌ମାନ-କଟ୍ରିନା ଅଭୀନିତ ‘ଭାରତ’କୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳୁଛି। ଏହାର ପ୍ରମାଣ ହେଉଛି ଫିଲ୍ମର ବ୍ୟବସାୟ। ରିଲିଜ୍‌ର ପ୍ରଥମ ସପ୍ତାହରେ...

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର...

ମାଆ ହେବାକୁ ଚାହାନ୍ତିନି ଏହି ଅଭିନେତ୍ରୀ

ଛୋଟପରଦାରେ ‘ଚନ୍ଦ୍ରମୁଖୀ ଚୌଟାଲା’ ନାମରେ ପରିଚିତ ଅଭିନେତ୍ରୀ କବିତା କୌଶିକ୍‌ ବିବାହ କରିଥିଲେ ମଧ୍ୟ କେବେ ମାଆ ହେବାକୁ ଚାହାନ୍ତିନି। ୨୦୧୭ରେ ରୋନିତ୍‌ ବିଶ୍ୱାସଙ୍କୁ ବିବାହ...

ଅଭିନୟରେ ଫେଲ ହେବା ପରେ ନିର୍ଦ୍ଦେଶନାରେ ପାଦ ରଖିଲେ ଫୈଜଲ

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ଙ୍କ ଭାଇ ଫୈଜଲ ଖାନ୍‌ ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରୁଛନ୍ତି। ଏଥର ଅଭିନେତା ନୁହେଁ ବରଂ ନିର୍ଦ୍ଦେଶକଭାବେ ସେ ବଲିଉଡ୍‌କୁ...

କୋମାରୁ ବର୍ତ୍ତି ଯାଇଥିଲେ ନିକ୍‌

ଲସ୍‌ ଆଞ୍ଜେଲସ୍‌: ଆମେରିକାର ପପ୍‌ ସିଙ୍ଗର ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଜଣେ ଇଣ୍ଟରନ୍ୟାଶନାଲ ଷ୍ଟାର। ପ୍ରିୟଙ୍କାଙ୍କୁ ବିବାହ କରିବା...

ହାସ୍ୟ ନାୟିକାରୁ ଯାତ୍ରା ଜଗତର ମୁଖ୍ୟ ନାୟିକା ଟିକିନା

ଜୀବନ ଯଦି ଗୋଟେ ଗତି ହୁଏ ତା’ହେଲେ କେହି ଜାଣେନା ସେ ଗତିର ଗତିପଥ କୁଆଡ଼େ? ଜୀବନ ତା’ ନିଜ ଇଚ୍ଛାରେ ଚାଲେ। ନିଜ ଇଚ୍ଛାରେ...

ପ୍ରେମ ବିବାହ ପାଇଁ ହେମା ମାଳିନୀ କରିଥିଲେ ଧର୍ମ ପରିବର୍ତ୍ତନ

ମୁମ୍ବାଇ,୧୬।୧୦: ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବୁଧବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ...

ଏଲିଟ୍‌ କ୍ଲବ୍‌ରେ ଶାହିଦ୍‌ କପୁର

ମୁମ୍ବାଇ: ଆମିର, ସଲମାନ୍‌ ଓ ଶାହରୁଖଙ୍କ ଭଳି ଶାହିଦ୍‌ କପୁର ଏବେ ଏଲିଟ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି। ବିଶେଷକରି ‘କବିର ସିଂ’ ଫିଲ୍ମର ସଫଳତା ତାଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *