Posted inଜାତୀୟ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ

ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ ଏମିତି ଏକ ରାୟକୁ ଅପେକ୍ଷା ଥିବା ବେଳେ ଏବେ ଏହାର ଅନ୍ତ ଘଟିଛି। ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଯୋଧ୍ୟା ମାମଲାକୁ ନେଇ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଭାରତର ସାମାଜିକ କ୍ଷେତ୍ରକୁ ଆହୁରି ମଜଭୁତ କରିବ। ଏହି ରାୟକୁ ସମସ୍ତେ ସମାନଭାବେ ଓ ଉଦାରତାର ସହ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ଏହାସହ ଦେଶରେ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାକୁ ସେ ଜନତାଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଛି।


All Right Reserved By Dharitri.Com

ଏମ୍ସ ହେବ କରୋନା ସଂକ୍ରମଣର ହଟ୍‌ସ୍ପଟ!

ନୂଆଦିଲ୍ଲୀ,୨୭।୪: ରାଜଧାନୀ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ) ଏବେ କରୋନା ସଂକ୍ରମଣର ହଟ୍‌ସ୍ପଟ ହେବାକୁ ଯାଉଛି ବୋଲି କୁହାଯାଉଛି। ଅନ୍ୟପଟେ କେନ୍ଦ୍ର...

ପଞ୍ଚାୟତ ନିର୍ବାଚନକୁ ବାଲଟ ପେପରରେ କରିବାକୁ ଅନୁରୋଧ କଲେ ମମତା

କୋଲକତା,୨୧।୭: ଆସନ୍ତା ପଞ୍ଚାୟତ ଓ ମ୍ୟୁନିସପାଲ ନିର୍ବାଚନକୁ ବାଲଟ ପେପର ମାଧ୍ୟମରେ କରିବାକୁ ନିର୍ବାଚନ କମିଶନଙ୍କୁ ଅନୋରାଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ...

ଉଦ୍ଧବ ଠାକରେଙ୍କୁ ଝଟ୍‌କା: ଶିବସେନା ଛାଡିଲେ ଅବଦୁଲ

ମୁମ୍ବାଇ,୪।୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଢାଯାଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ କିଛି ଠିକ୍‌ ଚାଲୁ ନ ଥିବା ଆଲୋଚନା ହେଉଛି। କାରଣ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ...

ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଏନ୍‌ସିପି ନେତାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏନ୍‌ସିପି...

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨...

ଏମିତି ଇଦ୍‌ ପାଳିଲେ ନୌଶାଦ୍‌, ଲୋକେ କହିଲେ ବାଃ ବାଃ

ଥିରୁଭାନନ୍ତପୁରମ୍‌,୧୨।୮: ଦେଶର ଚାରି ରାଜ୍ୟ କେରଳ, କର୍ନାଟକ, ମହାରାଷ୍ଟ୍ର ଏବଂ ଗୁଜରାଟରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଏହି ୪ଟି ରାଜ୍ୟରେ ବନ୍ୟା ଯୋଗୁ ୧୭୪ଜଣଙ୍କ...

ଅସରପା ଡ୍ରୋନ୍‌ ଶତ୍ରୁଙ୍କ ତଥ୍ୟ ସହଜରେ କରିବ ସଂଗ୍ରହ

କାନପୁର,୨୩।୨: ଉତ୍ତରପ୍ରଦେଶ କାନପୁର ଆଇଆଇଟି ଏବଂ ଭାରତ ଇଲୋଟ୍ରୋନିକ୍ସ୍‌ ଲିମିଟେଡ୍‌ର ମିଳିତ ସହଯୋଗରେ ଅସରପା ଭଳି ଦେଖାଯାଉଥିବା କ୍ଷୁଦ୍ର ଡ୍ରୋନ୍‌ ପ୍ରସ୍ତୁତ କରାଯାଇଛି। ଏହା ସହଜରେ...

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର...

Leave a comment

Your email address will not be published. Required fields are marked *