Posted inଜାତୀୟ

ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ

ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗୋବିନ୍ଦପୁର ଇଲାକାରେ ଥିବା ଏକ ବନ୍ଦ ଘରୁ ଜୋରରେ ଦୁର୍ଗନ୍ଧ ବାହାରିବାରୁ କୌଣସି ହତ୍ୟାକାଣ୍ଡ ହୋଇଥାଇପାରେ ଭାବି ସ୍ଥାନୀୟ ଲୋକେ ପୋଲିସକୁ ରବିବାର ରାତି ପ୍ରାୟ ୧୨.୩୦ରେ ଫୋନ୍‌ କରିଥିଲେ। ପୋଲିସ ତୁରନ୍ତ ଆସି ପହଞ୍ଚି ଦେଖିବାରୁ ଉକ୍ତ ଘରେ ତାଲା ପଡିଥିଲା। ଘର ମାଲିକ ବି କିଛିଦିନ ହେବ କୁଆଡେ ପଳେଇ ଥିଲେ। ଘର ମାଲିକଙ୍କୁ ଫୋନ କଲେ ତାଙ୍କ ନମ୍ବର ଅଫ୍‌ ଥିଲା। ୪ଜଣ ପୋଲିସ ବନ୍ଦ ଘରକୁ ରାତିସାରା ଜଗିବସିଥିଲେ। ଆଉ କିଛିଜଣ ପୋଲିସ ମାଲିକଙ୍କୁ ଖୋଜାଖୋଜି କରିବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାରେ ଲାଗିପଡିଥିଲେ। ସ୍ଥାନୀୟ ଅଞ୍ଚଳରେ ଘଟଣାଟି ଖେଳିଯିବା ପରେ ଉକ୍ତ ଘର ସାମ୍ନାରେ ଭିଡ ଜମିଥିଲା। ସକାଳ ହେବା କ୍ଷଣି ମାଲିକଙ୍କ କୌଣସି ସନ୍ଧାନ ନ ମିଳିପାରିବାରୁ ପୋଲିସ ଟିମ୍‌ ସମସ୍ତଙ୍କ ସାମ୍ନାରେ ଘରର ତାଲା ଭାଙ୍ଗିଥିଲା। ଘର ଭିତରେ ଏକ ବଡ ମୂଷା ମରିଥିବାର ଦେଖି ପୋଲିସ ଆଶ୍ୱସ୍ତ ହୋଇଥିଲା।


All Right Reserved By Dharitri.Com

ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଛନ୍ତି ମମତା: ଅଜୟ ଆଲୋକ

ପାଟନା,୧୨।୬: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଛନ୍ତି। ଏନେଇ ଜେଡିୟୁ ନେତା ଅଜୟ ଆଲୋକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟରେ ରୋହିଙ୍ଗ୍ୟାମାନେ ବିହାର...

ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ ହେବ ଉନ୍ନାଓ ପୀଡ଼ିତାଙ୍କ ଚିକିତ୍ସା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨।୮: ଉତ୍ତରପ୍ରଦେଶର ବହୁ୍‌ଚର୍ଚ୍ଚିତ ଉନ୍ନାଓ ପୀଡିତା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୀଡିତାଙ୍କ ଚିକିତ୍ସା ଦିଲ୍ଲୀ ନୁହେଁ, ଲକ୍ଷ୍ନୌରେ...

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ...

ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ କାଳି ମାଡ

ପାଟନା,୧୫।୧୦: ବିହାରର ରାଜଧାନୀ ପାଟନାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ମଙ୍ଗଳବାର କାଳି ମାଡ଼ କରାଯାଇଛି। ପାଟନାର ମେଡିକାଲ କଲେଜ...

ବନ୍ଧୁତ୍ୱ ଦିବସରେ ଅତୀତର ସ୍ମୃତିକୁ ମନେପକାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୪।୮: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବନ୍ଧୁତ୍ୱ ଦିବସରେ ଅତୀତର ସ୍ମୃତିକୁ ମନେ ପକାଇଛନ୍ତି। ଭାରତୀୟ ସେନାରେ କାମ କରୁଥିବା ବେଳେ ସେ ଜଣେ...

ଆତଙ୍କବାଦ ଚିନ୍ତାଧାରା ହଟାଇବା ପାଇଁ ହେବ ଉଦ୍ୟମ: ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ,୧୪।୧୦: ଭାରତରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ତେବେ ଏବେ ଏଭଳି ଚିନ୍ତାଧାରାକୁ ହଟାଇବା ପାଇଁ ଉଦ୍ୟମ କରାଯିବ। ପାକିସ୍ତାନ ଦେଶର ଶାସନ ବ୍ୟବସ୍ଥାରେ ଆତଙ୍କବାଦକୁ...

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩...

ଜଗନ୍ନାଥଙ୍କ କରୁଣା ଭିକ୍ଷା କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ,୪।୭: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଗୁରୁବାର ଅହମ୍ମଦାବାଦରେ ଥିବା ଜଗନ୍ନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀଗୁଣ୍ଡିଚା ଅବସରରେ ସେଠାରେ ଟଣା ଯାଉଥିବା ରଥରେ...

Leave a comment

Your email address will not be published. Required fields are marked *