Posted inଖେଳ

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର ସ୍ପଷ୍ଟ ହୋଇଛି। ଉଭୟଙ୍କ ମଧ୍ୟରେ ଡିସେମ୍ବର ଶେଷ ସପ୍ତାହରେ ମୁକାବିଲା ହେବ ବୋଲି ଅଫିସିଆଲ ସୂଚନା ମିଳିଛି। ଟ୍ରାଏଲର ବିଜେତା ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ୫୧ କେଜି ଓଜନ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଏ ନେଇ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନୋଟିସ କରାଯିବ ବୋଲି ବିଏଫ୍‌ଆଇ ସଭାପତି ଅଜୟ ସିଂ କହିଛନ୍ତି। ଲଭଲିନା ବରଗୋହିନଙ୍କୁ ମଧ୍ୟ ୬୯ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ଗୁରୁବାର ବିଏଫ୍‌ଆଇ ଅଫିସିଆଲ, ସାଇ କର୍ମକର୍ତ୍ତା, ଡିରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ ଓ ଦୁଇ ବିଦେଶୀ କୋଚ୍‌ ରାଫାଲେ ବରଗାମାସ୍କୋ ଓ ସାଣ୍ଟିଆଗୋ ନେଇଭାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକ ସାଇ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏଥିରେ ଭାରତୀୟ ପ୍ରତିନିଧିତ୍ୱ ଦଳ ଚୟନ କରିବା ପାଇଁ ଥିବା ନିୟମ ଉପରେ ଚର୍ଚ୍ଚା ହୋଇଥିଲା। ବୋର୍ଡର ସଭାପତିଙ୍କ ସମେତ ସଭିଙ୍କ ସହ ଆଲୋଚନା ପରେ ଚୟନ ଲାଗି ଉଦ୍ଦିଷ୍ଟ ନିୟମରେ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଜଣାପଡ଼ିଥିଲା। ଏଣୁ ଚାଇନାର ଉହାନଠାରେ ଫେବୃୟାରୀ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ଟ୍ରାଏଲ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଆମକୁ ନିୟମରେ ରହିବାକୁ ପଡ଼ିବ। ଏବେ କିଛି ଦ୍ୱନ୍ଦ୍ୱ ନାହିଁ। ଏହି ଟ୍ରାଏଲ ଇଣ୍ଡିଆନ ବକ୍ସିଂ ଲିଗ୍‌ (ଆଇବିଏଲ୍‌) ପରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଟ୍ରାଏଲ ସମ୍ମୁଖୀନ ହେବାରେ ମେରିକମ୍‌ଙ୍କ କିଛି ଅସୁବିଧା ନ ଥିଲା। ହେଲେ ବିଏଫ୍‌ଆଇ ସଭାପତିଙ୍କ ମନ୍ତବ୍ୟ ପରେ ସବୁ ବିବାଦ ଆରମ୍ଭ ହୋଇଥିଲା।


All Right Reserved By Dharitri.Com

Posted inଖେଳ View All

ବଲିଉଡ୍‌ରେ ଡେବ୍ୟୁ କରିବେ ଟିକ୍‌ ଟକ୍‌ ଷ୍ଟାର

ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ଜଣାଯାଉଥିବା ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଟିକ୍‌ ଟକ୍‌ ଷ୍ଟାର ଗୌରବ ଆରୋରା ଏବେ...

ସେପ୍ଟେମ୍ବରରେ ସମୀକ୍ଷା ହେବ ଓଭର ଥ୍ରୋ ନିୟମ

ଲଣ୍ଡନ,୧୩।୮- ବିଶ୍ୱକପ୍‌ ଫାଇନାଲରେ ଡିପ୍‌ ଅଞ୍ଚଳରୁ ଯେଉଁ ଥ୍ରୋ ବେନ ଷ୍ଟୋକ୍ସଙ୍କ ବ୍ୟାଟରେ ବାଜି ବାଉଣ୍ଡ୍ରି ଲାଇନ ଅତିକ୍ରମ କରିଥିଲା, ତାହା ଆସନ୍ତା ସେପ୍ଟେମ୍ବରରେ ସମୀକ୍ଷା...

ଏହି କ୍ରିକେଟରଙ୍କ ଭାଇ ବି କ୍ରିକେଟରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି

କୋଲକାତା,୨୨।୧୦: ଭାରତୀୟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସାମିଙ୍କ ପରି ତାଙ୍କ ସାନ...

୧୫୦ ଟେଷ୍ଟ ଉଇକେଟ କ୍ଲବରେ ସାମି

କିଙ୍ଗ୍‌ଷ୍ଟନ,୨।୯: ଭାରତୀୟ ପେସର ମହମ୍ମଦ ସାମି ରବିବାର ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଘରୋଇ ଅଲରାଉଣ୍ଡର...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ବାଂଲାଦେଶ ମୁକାବିଲା

ନଟିଂହାମ,୨୦।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ୨୬ତମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦମ୍‌ଦାର ପ୍ରଦର୍ଶନ କରୁଥିବା ବାଂଲାଦେଶ ପରସ୍ପରକୁ ଭେଟିବେ। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ ଗ୍ରାଉଣ୍ଡରେ...

ଜାମଶେଦପୁର ଏଫ୍‌ସିର କ୍ରମାଗତ ଦ୍ୱିତୀୟ ବିଜୟ

ଜାମସେଦପୁର,୩୦ା୧୦: ସ୍ଥାନୀୟ ଜେଆର୍‌ଡି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ମଙ୍ଗଳବାର ଚଳିତ ୬ଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ (ଆଇଏସ୍‌ଏଲ)ର ଦଶମ ମ୍ୟାଚରେ ନବାଗତ ହାଇଦ୍ରାବାଦ ଏଫ୍‌ସିକୁ ୩-୧...

ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବୁଧବାର ଉଦ୍‌ଯାପିତ ହୋଇଛି। ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା...

ଇଷ୍ଟ ଜୋନ୍‌ ସ୍ନୁକର: ଶାହାବାଜ ଚାମ୍ପିୟନ

ଭୁବନେଶ୍ୱର,୧୫।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶନିବାର ଶେଷ ହୋଇଛି। ପଶ୍ଚିମବଙ୍ଗର ଶାହାବାଜ ଆଦିଲ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *