କରଣଙ୍କ ପାଦ ଛୁଇଁଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ ଲାଗିଛନ୍ତି। ଏବେ ସେ ଅନ୍ୟମାନଙ୍କଠାରୁ କମ୍‌ ବଜେଟରେ କାମ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଶହେ କୋଟିରୁ ଊର୍ଦ୍ଧ୍ୱ ଆୟ କରୁଛି। କାର୍ତ୍ତିକଙ୍କ ଫିଲ୍ମକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି। ଫିଲ୍ମ ‘ପତି ପତ୍ନୀ ଔର୍‌ ଓ୍ବ’ ପରେ ଏବେ ସେ ଦୋସ୍ତାନା-୨ର ଶୁଟିଂ ପାଇଁ ଲାଗିପଡ଼ିଛନ୍ତି। ତେବେ ଶୁଟିଂର ଆରମ୍ଭରୁ କାର୍ତ୍ତିକଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ପାଦ ଛୁଇଁ କାର୍ତ୍ତିକ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

କାର୍ତ୍ତିକ ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି, ‘ମା’ ଦା ଲାଡଲା ଚଣ୍ଡିଗଡ଼ ନିକଲା ଗୟା’। ଦୋସ୍ତାନା-୨। ଏଥିସହ ସେ ଲେଖିଛନ୍ତି, ଏହା ଧର୍ମା ପ୍ରଡକ୍ସନର ଏକ ପରମ୍ପରା, ଏହି ବ୍ୟାନରରେ ହେଉଥିବା ସମସ୍ତ ଫିଲ୍ମର ଆରମ୍ଭରୁ ସବୁ ଅଭିନେତାଙ୍କୁ ଏହା କରିବା ଉଚିତ ବୋଲି କାର୍ତ୍ତିକ କହିଛନ୍ତି। ତେବେ ତାଙ୍କର ଏହି କ୍ୟାପଶନର ପ୍ରତିଉତ୍ତର ରଖିଛନ୍ତି କରଣ। କାର୍ତ୍ତିକଙ୍କ ପୋଷ୍ଟରେ ସେ ହସିବା ସହ ଏହା ବେକାର କଥା ବୋଲି କହିଛନ୍ତି। ମୋତେ ବୃଦ୍ଧ ହେବାର ଅନୁଭବ କରାଇବା ବନ୍ଦ କର ବୋଲି କାର୍ତ୍ତିକଙ୍କୁ କରଣ କହିଛନ୍ତି।


All Right Reserved By Dharitri.Com

ବାଜି ମାରିଲା ‘ମିଶନ ମଙ୍ଗଳ’

ମୁମ୍ବାଇ: ବଲିଉଡ୍‌ ଦୁନିଆ ପାଇଁ ଚଳିତ ବର୍ଷର ସ୍ବାଧୀନତା ଦିବସ ଭଲ ଦିନ ଭାବେ ପରିଗଣିତ ହୋଇଛି। କାହିଁକିନା ଅଗଷ୍ଟ ୧୫ରେ ବଲିଉଡ୍‌ର ୨ଟି ବଡ...

ନାଲି ଶାଢ଼ୀରେ ମରାଠୀ ଲୁକ୍‌ରେ ନଜର ଆସିଲେ ଫାତିମା

ମୁମ୍ବାଇ: ୨୦୧୬ରେ ଫୋଗାଟ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଆମିର ଖାଁଙ୍କ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ’ରେ ଗୀତା ଫୋଗାଟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା...

ବୟଫ୍ରେଣ୍ଡ୍‌ଙ୍କ ସହ ଘରଛାଡ଼ି ପଳେଇବାକୁ ସୁସ୍ମିତା ପ୍ରସ୍ତୁତ

ପୂର୍ବତନ ମିସ୍‌ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ବ୍ରୟଫ୍ରେଣ୍ଡ ରେହମାନ୍‌ ଶାଲଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନିୟୁର୍କରେ ଥିବା...

ମା’ ଭୂମିକାରେ ସନ୍ତୁଷ୍ଟ ପ୍ରମିଳା

ଯାତ୍ରା ହେଉଛି ଜୀବନ ତଥା ସମାଜର ଛବି। ପାରିବାରିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହୁଏ ନାଟକ। ଆଉ ପରିବାର ବିଷୟ ଉଠିଲେ ଗୋଟିଏ ମା’ର...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର...

ସୁଷମାଙ୍କ ବିୟୋଗକୁ ନେଇ ଶୋକରେ ବଲିଉଡ୍‌

ମୁମ୍ବାଇ: ପୁର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ତଥା ଭାରତୀୟ ରାଜନୀତିର ଜଣେ କିମ୍ବଦନ୍ତୀ ମହିଳା ନେତା ସୁଷମା ସ୍ବରାଜଙ୍କ ମୃତ୍ୟୁକୁ ନେଇ ଶୋକରେ ବଲିଉଡ୍‌। କଳାକାରମାନେ ସୋସିଆଲ...

ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର...

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪...

Leave a comment

Your email address will not be published. Required fields are marked *