ଅଯୋଧ୍ୟା ରାୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ରାୟ ଯାହା ବି ଆସୁ, ସମସ୍ତେ ସ୍ବୀକାର କରନ୍ତୁ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଯାହା ବି ରାୟ ଆସୁ, ତାକୁ ସମସ୍ତେ ସ୍ବୀକାର କରନ୍ତୁ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଅପିଲ୍‌ କରିଛନ୍ତି। ସମସ୍ତେ ଶାନ୍ତି ଏବଂ ସଦ୍‌ଭାବନା ସହ ରୁହନ୍ତୁ। ଭାଇଚାରା ଭାବନା ଆମର ଧର୍ମନିରପେକ୍ଷତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାର ଚୂଡ଼ାନ୍ତ ନିର୍ଦ୍ଦେଶ ପୂର୍ବରୁ ସୁପ୍ରିମକୋଟ୍‌ ଐତିହାସିକ ରାୟ ଦେଇଛନ୍ତି। ବିଭିନ୍ନ ତଥ୍ୟପ୍ରମାଣ ସହ କୋର୍ଟ ମୁସଲିମ୍‌ ପକ୍ଷ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଅନ୍ୟତ୍ର ୫ ଏକର ଜାଗା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜମିର ମାଲିକାନା ସ୍ବତ୍ୱ ଟ୍ରଷ୍ଟକୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିି। କୋର୍ଟଙ୍କ ଏଭଳି ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ପରିଷ୍କାର ହୋଇଯାଇଛି।


All Right Reserved By Dharitri.Com

ଏସ୍‌ସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ

କଟକ ଅଫିସ,୧୬।୩: କରୋନା ସନ୍ଦେହରେ ଭୁବନେଶ୍ୱରର ଜଣେ ଯୁବକ ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିକାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ସେ ପୂର୍ବରୁ ଥଣ୍ଡା,...

ଜାତୀୟ ସ୍ମୃତି ହେବ ଗୋପବନ୍ଧୁଙ୍କ ଜନ୍ମପୀଠ: ସୁଆଣ୍ଡୋରେ ୫-ଟି ସଚିବ

ସାକ୍ଷୀଗୋପାଳ,୨୭ା୧(ଡି.ଏନ.ଏ)- ଉକତ୍ଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ଜାତୀୟ ସ୍ମୃତି ଭାବେ ସଂରକ୍ଷିତ କରାଯିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି...

୪ ବର୍ଷ ପରେ ଜେଲରୁ ମୁକୁଳିଲେ ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳିଛନ୍ତି। ସମସ୍ତ ୩ଟି ଯାକ ମାମଲାର ଜାମିନ୍‌ ପାଇବା ପରେ କଟକ ଚୌଦ୍ୱାର...

୧୦ ଗ୍ରାମ୍‌ ବ୍ରାଉନସୁଗାର, ୧୧ହଜାର ଟଙ୍କା ଜବତ, ଅଭିଯୁକ୍ତ ନାଗା ଗିରଫ

ଭୁବନେଶ୍ୱର,୯।୩(ବ୍ୟୁରୋ): ବେଆଇନ ବ୍ରାଉନସୁଗାର କାରବାର ଚଳାଇଥିବା ସହଦେବ ବାରିକ ଓରଫ ନାଗାଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ନିକଟରୁ ୧୦ ଗ୍ରାମ...

ବିଏସ୍‌ସିଏଲ୍‌କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ)କୁ ସ୍ମାର୍ଟସିଟି ସଶକ୍ତୀକରଣ ପୁରସ୍କାର-୨୦୨୦ ସମ୍ମାନ ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର...

ସ୍ବତନ୍ତ୍ର ବର୍ଥ ନିର୍ମାଣ କରିବ ପାରାଦୀପ ବନ୍ଦର

ପାରାଦୀପ, ୧୯।୩ (ସ୍ବ.ପ୍ର.): ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପରିଚୟ ପାଇଥିବା ପାରାଦୀପରେ କ୍ୟାପ୍‌ସାଇଜ୍‌ ଜାହାଜ ଲାଗିବା ଭଳି ଏକ ସ୍ବତନ୍ତ୍ର ବର୍ଥ ନିର୍ମାଣ କରାଯିବ।...

ସୁନ୍ଦରଗଡ଼ରେ ଆଉ ୪ ପଜିଟିଭ୍‌ ଚିହ୍ନଟ: ୩୭ରେ ପହଞ୍ଚିଲା ମୋଟ କରୋନା ଆକ୍ରାନ୍ତ ସଂଖ୍ୟା

ସୁନ୍ଦରଗଡ଼,୨୪।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଆଉ ୪ଜଣ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି। ସେମାନଙ୍କ ମଧ୍ୟରେ...

କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି...

Leave a comment

Your email address will not be published. Required fields are marked *