Posted inUncategorized

ଯୁବକଙ୍କ କାନରୁ ବାହାରିଲେ ୧୦ ଅସରପା

ନୂଆଦିଲ୍ଲୀ: ଚାଇନାରେ ଜଣେ ଲୋକଙ୍କ କାନରୁ ବାହାରିଛି ୧୦ ଅସରପା। ଯୁବକଙ୍କ କାନରେ ପ୍ରବଳ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ। ସେ ଭୟଭୀତ ହୋଇପଡ଼ିଥିବାବେଳେ ଡାକ୍ତର ମଧ୍ୟ ଦେଖିବା ପରେ ଚକିତ ହୋଇଯାଇଥିଲେ। ଯୁବକଙ୍କ କାନରେ ଅସରପା ଥିବା ଜଣାପଡ଼ିଥିଲା। ତାହା ପୁଣି ଗୋଟିଏ କି ଦୁଇଟି ନୁହଁ ୧୦ଟି ଅସରପା (ମା’ ଓ ଛୁଆ) ଡାକ୍ତର କାନରୁ ବାହାର କରିଥିଲେ। ଚାଇନାର ଲଭ୍‌ ନାମକ ଜଣେ ଯୁବକଙ୍କ ସହ ଏହି ଘଟଣା ଘଟିଛି। ଏଥିପୂର୍ବରୁ ମଧ୍ୟ ତାଙ୍କ କାନରେ କଷ୍ଟ ହେବା ସହ କିଛି ଚାଲିଲା ଭଳି ଅନୁଭବ ହେଉଥିଲା। ହେଲେ ସେ ତାହାର କାରଣ ଜାଣିପାରୁ ନ ଥିଲେ। ଅସରପା ପରିବାର ଯୁବକଙ୍କ କାନ ମଧ୍ୟରେ ଘର କରି ରହିବା ସହ କ୍ଷତ ସୃଷ୍ଟି କରିଥିଲେ। ମାତ୍ର କାନଭିତରେ ସେଗୁଡ଼ିକ କେମିତି ରହିଲେ, ତାହା ଡାକ୍ତର ମଧ୍ୟ ବୁଝିପାରି ନ ଥଲେ। ତେବେ ନିଜ ବେଡ୍‌ରେ ଖାଇବା ଜିନିଷ ପକାଇବା ଏବଂ ସେଗୁଡ଼ିକୁ ସଫା ନ କରି ଶୋଇପଡ଼ିବା ଅଭ୍ୟାସ ଯୋଗୁ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଚାଇନାର ଏକ ହସ୍ପିଟାଲ୍‌ର ବିଶେଷଜ୍ଞ ଡାକ୍ତର ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

ଫାଇନାଲରେ ହାରିଲେ ଫୋଗତ୍‌

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତର ଶୀର୍ଷ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ୍‌ ବେଲାରୁଷର ମିନସ୍କଠାରେ ଚାଲିଥିବା ମେଦ୍‌ଭେଦ୍‌ ଇଭେଣ୍ଟର ୫୩ କେଜି ଶ୍ରେଣୀ ଫାଇନାଲରେ ପରାଜିତ...

ଲକଡାଉନ ବେଳେ ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରି

ବଡ଼ବିଲ,୪।୪(ସ୍ଵ.ପ୍ର.)- ଲକଡାଉନ ବେଳେ କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳର ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଦୈନିକ ଶାଳ ଗଛ ଚୋରି ବଢ଼ିବାରେ ଲାଗିଛି। ଶନିବାର ପୂର୍ବାହ୍ନରେ ଶତାଧିକ ମହିଳା...

ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ...

ବିରାଟଙ୍କୁ ସମ୍ରାଟ ଭାବେ ସଜେଇଲା ଆଇସିସି

ନୂଆଦିଲ୍ଲୀ, ୬।୬:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇଂଲଣ୍ଡରେ ବିଶ୍ୱକପ୍‌ ଚାଲିଥିବାବେଳେ ବିରାଟଙ୍କୁ...

ପୁଣି ଚିଲିକାରେ ବୁଡିଗଲା ଡଙ୍ଗା: ୫ ଗୁରୁତର

ବାଲୁଗାଁ,୨।୨(ଡି.ଏନ.ଏ.): ପୁଣି ଚିଲିକାରେ ଡଙ୍ଗା ବୁଡିଛି। ରବିବାର ୨୫ ଜଣ ଯାତ୍ରୀ କାଳିଜାଇ ଦର୍ଶନ ସାରି ଡଙ୍ଗାରେ ଫେରୁଥିବାବେଳେ ଚିଲିକା ମଝିରେ ଡଙ୍ଗାଟି ବୁଡିଯାଇଥିଲା। ଫଳରେ...

ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମା,୫।୬: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ବୁଧବାର ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ...

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

ଖପ୍ରାଖୋଲ, ୨୨ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଯୋଦ୍ଧା ଭାବରେ ପ୍ରଥମ ଧାଡିରେ ରହି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଭୁଲି କାମ କରୁଛନ୍ତି...

Leave a comment

Your email address will not be published. Required fields are marked *