ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୯କୁ ‘ ଜାତୀୟ ଆଇନ ସେବା ଦିବସ’ ଭାବେ ପାଳନ କରାଯାଉଛି। ଗରିବ ତଥା ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଆଇନଗତ ସହାୟତା ଓ ସମର୍ଥନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୧୯୯୫ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭ ଅନୁସାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଗଠନ କରାଯାଇଛି। ସମାଜର ଦୁର୍ବଳ ଓ ଅସହାୟ ଶ୍ରେଣୀର ଲୋକମାନଙ୍କୁ ନିଃଶୁଳ୍କ ଆଇନ ସେବା ପ୍ରଦାନ କରିବା ତଥା ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ପାଇଁ ଲୋକ ଅଦାଲତ ଆୟୋଜନ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭାରତର ପ୍ରଧାନ ବିଚାରପତି ଏହାର ମୁଖ୍ୟ ସଂରକ୍ଷକ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱିତୀୟ ବରିଷ୍ଠ ନ୍ୟାୟାଧୀଶ ଏହି ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଟନ୍ତି। ସମ୍ବିଧାନର ଧାରା ୩୯-କ ଆଧାରରେ ସମାଜରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିନା ଦେୟରେ ଆଇନ ସହାୟତା ପ୍ରଦାନ କରାଯିବାର ପ୍ରାବଧାନ ରଖାଯାଇଛି। ସେହିପରି ଧାରା ୧୪ ଓ ୨୨(କ)ରେ ଆଇନର ସମାନତା ସୁନିଶ୍ଚିତ କରିବା ପାଇଁ ରାଜ୍ୟଗୁଡ଼ିକୁ ଏହା ବାଧ୍ୟ କରିଥାଏ। ଜାତୀୟ ଆଇନ ସେବା ପ୍ରାଧିକରଣ ଦେଶରେ ଆଇନ ସହାୟତା କାର୍ଯ୍ୟକ୍ରମ ଓ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ଆଇନ ସେବା ପ୍ରାଧିକରଣ(ଏସ୍‌ଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥାନ୍ତି। ମୁଖ୍ୟତଃ ଏସ୍‌ଏଲ୍‌ଏସ୍‌ଏ, ଜିଲା ଆଇନ ସେବା ପ୍ରାଧିକରଣ, ତହସିଲସ୍ତରରେ ଆଇନ ସହାୟତା ସମିତିକୁ ନ୍ୟାୟିକ ଆଧାରରେ ଯୋଗ୍ୟ ଲୋକଙ୍କୁ ମାଗଣାରେ ଆଇନ ସହାୟତା ପ୍ରଦାନ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାବାଦ୍‌ ବିବାଦଗୁଡିକର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ଲାଗି ଏହିସବୁ ବ୍ୟବସ୍ଥା ଲୋକ ଅଦାଲତ ମାଧ୍ୟମରେ ସଞ୍ଚାଳନ କରିଥାନ୍ତି। ଜାତୀୟ ଆଇନ ସେବା ଦିବସରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ନ୍ୟାୟ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥାଏ। କୋର୍ଟରେ ମାମଲା ଲଢିବା ପାଇଁ ଓକିଲ ଉପଲବ୍ଧ କରାଇବା, କୋର୍ଟ ଫିସ୍‌ ଓ ଅନ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବା, କୋର୍ଟ ଅର୍ଡର ଆଦିର ନକଲ ଲୋକମାନଙ୍କୁ ପ୍ରାପ୍ତ କରାଇବା ତଥା ମାମଲାରେ ନଥିପତ୍ରର ଅନୁବାଦ ଓ ତାହାକୁ ଛପାଇ ପେପର ବୁକ ପ୍ରସ୍ତୁତ କରିବା ଆଦି ଯୋଗାଇଦେବାରେ ଗୁରୁତ୍ୱ ଦିଆଯାଇଥାଏ। ମହିଳା ଓ ଶିଶୁ, ଅନୁସୂଚିତ ଜାତି ଓ ଜନଜାତିର ଲୋକ, ଓଦ୍ୟୋଗିକ ଶ୍ରମିକ, ପ୍ରାକୃତିକ ବିପର୍ଯ୍ୟୟ ତଥା ଓଦ୍ୟୋଗିକ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତି, ଦିବ୍ୟାଙ୍ଗ, କରାଗାରରେ ରଖାଯାଇଥିବା ଗରିବ ଲୋକ, ଯେଉଁମାନଙ୍କ ବାର୍ଷିକ ଆୟ ୧ଲକ୍ଷରୁ କମ୍‌, ଦାଦନ କିମ୍ବା ମାନବ ଚାଲାଣର ଶିକାର ହୋଇଥିବା ଲୋକମାନେ ଆଇନ ସହାୟତା ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି। ଜାତୀୟ ସ୍ତରରୁ ଜିଲା ପର୍ଯ୍ୟନ୍ତ ଗଠନ କରାଯାଇଥିବା ଆଇନ ସେବା ପ୍ରାଧିକରଣ ତଥା ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସେବା ପ୍ରାଧିକରଣ ଓ ଉଚ୍ଚ ନ୍ୟାୟାଳୟ ଆଇନ ସେବା ପ୍ରାଧିକରଣ ଲୋକମାନଙ୍କୁ ଆଇନ ସେବା ଯୋଗାଇଦେବା ପାଇଁ ଗଠନ କରାଯାଇଛି। ଆଜି ବି ଭାରତରେ ଅନେକେ ଖାଦ୍ୟ, ପାନୀୟ, ବାସସ୍ଥାନ, ଶିକ୍ଷା, ପୋଷାକ ଓ ଓଷଧ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଆଇନ ସେବା ସହାୟତା ସେହିମାନଙ୍କୁ ଏହିସବୁ ସର୍ବନିମ୍ନ ଆବଶ୍ୟକତା ପାଇବା ପାଇଁ ସକ୍ଷମ କରିପାରିବ।


All Right Reserved By Dharitri.Com

ସହପାଠିନୀଙ୍କୁ ପୋଡ଼ିମାରିବା ଘଟଣା : ପୁରୁଷ ବନ୍ଧୁଙ୍କୁ ଫାଶୀଦଣ୍ଡ

ଗୁଆହାଟୀ, ୪ା୮(ପି.ଟି.): ଆସାମର କାମ୍‌ରୂପ ଜିଲାରେ ଜଣେ କଲେଜ ଛାତ୍ରୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ସ୍ଥାନୀୟ ଅଦାଲତ ପୁରୁଷ ବନ୍ଧୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବାବେଳେ...

ଦୁଷ୍ୟନ୍ତଙ୍କ ହାତରେ ଚାବିକାଠି

ଚଣ୍ଡିଗଡ଼,୨୫-୧୦(ପି.ଟି.):ହରିୟାଣା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ଥିଲାବେଳେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀଲାଲ୍‌ଙ୍କ ଅଣନାତି ଦୁଷ୍ୟନ୍ତ ଚୌତାଲା ସରକାର ଗଠନରେ କିଙ୍ଗ୍‌ମେକର ଭୂମିକା...

ପ୍ରଥମ ଦରମା ଥିଲା ୨୦ଟଙ୍କା: ଲୋକପ୍ରିୟ ବିଜ୍ଞାନ ଲେଖକ ଶରତ ଚନ୍ଦ୍ର ମିଶ୍ର

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆର୍ମଳା ଗାଁରେ ମୋ ଜନ୍ମ। ରେମୁଣା ହାଇସ୍କୁଲ୍‌ରୁ ୧୯୭୧ ମସିହାରେ ମାଟ୍ରିକ୍‌ ପାସ୍‌ କରି ଫକୀର ମୋହନ କଲେଜରେ...

‘ନ୍ୟାୟିକ ପଦବୀ ପୂରଣଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ’

ନୂଆଦିଲ୍ଲୀ,୩୧ା୭(ପି.ଟି.) : ସାରା ଦେଶର ନ୍ୟାୟିକ ବ୍ୟବସ୍ଥାରେ ବହୁସଂଖ୍ୟକ ବିଚାରପତି ପଦବୀ ଖାଲି ପଡ଼ିଛି। ସେହି ପଦବୀଗୁଡ଼ିକ ପୂରଣ କରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦେଶରେ...

ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇ ଇସ୍ତଫା ଦେଲେ ଫଡ୍‌ନବିସ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନିବସ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୩ଟା ୩୦ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା...

ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ: ଶଶି ଥରୁର

ନୂଆଦିଲ୍ଲୀ,୨୮।୭: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ ବୋଲି...

ହାରିଗଲେ ଭାଜପାର ଏହିସବୁ ପ୍ରମୁଖ ପ୍ରାର୍ଥୀ

ମୁମ୍ବାଇ/ଚଣ୍ଡିଗଡ,୨୪।୧୦: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରsକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି।...

ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ...

Leave a comment

Your email address will not be published. Required fields are marked *