Posted inଜାତୀୟ

ମହାରାଷ୍ଟ୍ର ସଙ୍କଟ: ବିଧାୟକଙ୍କୁ ନେଇ ଭୟରେ ବଡ଼ ବଡ଼ ଦଳ

ମୁମ୍ବାଇ,୯।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା କଳହ ମଧ୍ୟରେ ଏବେ ଭୟରେ ଅଛି କଂଗ୍ରେସ, ଏନ୍‌ସିପି ଓ ଶିବସେନା। କାରଣ ଏବେ ଏମାନଙ୍କ ବିଧାୟକମାନେ ଯଦି ଦଳ ଛାଡି ଦିଅନ୍ତି ତେବେ ରାଜନୀତି ଭିନ୍ନ ମୋଡ ନେବ ବୋଲି ଏବେଠାରୁ ଆଲୋଚନା ହେଲାଣି। ଏହାକୁ ନଜରରେ ରଖି କଂଗ୍ରେସ ତା’ର ବିଧାୟକମାନଙ୍କୁ ଜୟପୁର ପଠାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଶିବସେନା ତା’ର ୫୬ ବିଧାୟକଙ୍କୁ ବାନ୍ଦ୍ରାର ଏକ ହୋଟେଲରେ ରଖିଥିବା ସୂଚନା ମିଳିଥିଲା। ଆଉ ଏପଟେ ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କ ବିଧାୟକଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଶୁକ୍ରବାର ଭାଜପା ଉପରେ ଘୋଡା ବେପାରର ଅଭିଯୋଗ ଆଣିଥିଲେ। କଂଗ୍ରେସ କହିଥିଲା ଭାଜପା କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ମୋଟା ଅଙ୍କର ଅର୍ଥ ଦେବାକୁ କହିଛି। ଯେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ନାହିଁ ସେପର୍ଯ୍ୟନ୍ତ ରାଜନୀତି ସରଗରମ ରହିବ ବୋଲି କୁହାଯାଉଛି।


All Right Reserved By Dharitri.Com

ମାୟାବତୀଙ୍କୁ ଯିଏ ଛୁଇଁବ ତାଙ୍କର ମୃତ୍ୟୁ ନିଶ୍ଚିତ: ଭାଜପା ନେତା

ଲକ୍ଷ୍ନୌ,୨୯।୮: ବହୁଜନ ସମାଜ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ନେଇ ଭାଜପା ନେତା ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ଭାଜପା ନେତା ତଥା...

ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍‌

କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍‌। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ...

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ

ବେଙ୍ଗାଲୁରୁ,୧୦।୧୦: କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପରମେଶରଙ୍କ ମାଲିକାନାରେ...

ବାଲାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏନ୍‌ସିପି ନେତା

ମୁମ୍ବାଇ,୧୭।୧୧: ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ୭ମ ଶ୍ରାଦ୍ଧବାର୍ଷୀକି ଅବସରରେ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଛଗନ ଭୁଜବଳ ରବିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ...

ସକାଳ ଖରାରେ ବସନ୍ତୁ ମାତ୍ର ୫ ମିନିଟ୍‌…

ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। -ପ୍ରତିଦିନ ସକାଳେ...

କୁଲଗାମ୍‌ରେ ବିସ୍ଫୋରଣ: ଜଣେ ମୃତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ଗୁରୁବାର ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି...

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି...

ଜଳପଥ ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ: କାଣ୍ଡଲା ବନ୍ଦରରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଗାନ୍ଧୀ ନଗର,୨୯।୮: ଗୁଜରାଟର କାଣ୍ଡଲା ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ କମାଣ୍ଡୋ ଜଳଭାଗ ଦେଇ ଭାରତ ସୀମାରେ ଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *