ଲାଞ୍ଚ ନେଇ ପରିସଂଖ୍ୟାନ କିରାଣି ଗିରଫ

କଟକ ଅଫିସ, ୯ା୧୧: ୧ହଜାର ଟଙ୍କା ଲାଞ୍ଚ ନେଇ ନରସିଂହପୁର ବ୍ଲକ ଅଧୀନ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପରିସଂଖ୍ୟାନ କିରାଣି ହୃଦାନନ୍ଦ ଲେଙ୍କା ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡ଼ାପାଟଣା ଗ୍ରାମର ରଶ୍ମିରଞ୍ଜନ ସାମନ୍ତରାୟ ନାମକ ବ୍ୟକ୍ତିଙ୍କଠାରୁ ସେ ଶୁକ୍ରବାର ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରଶ୍ମିରଞ୍ଜନଙ୍କ ମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ନିମନ୍ତେ ଲେଙ୍କା ତାଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ। ନିଜ ଅଫିସରେ ବସି ସେ ଏହି ଲାଞ୍ଚ ରଶ୍ମିରଞ୍ଜନଙ୍କଠାରୁ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏଥିସହ ତାଙ୍କଠାରୁ ଲାଞ୍ଚ ୧ହଜାର ଟଙ୍କା ଜବତ କରିଥିଲେ। ଏହାପରେ ଭିଜିଲାନ୍ସ ପକ୍ଷରୁ ଆଠଗଡ଼ ଥାନା ଅଧୀନ ତେନ୍ତୁଳିଆ ଗ୍ରାମରେ ଥିବା ଲେଙ୍କାଙ୍କ ଘରକୁ ଯାଞ୍ଚ କରାଯାଇଛି। ଏ ସମ୍ପର୍କରେ କଟକ ଭିଜିଲାନ୍ସରେ ଥାନାରେ ଏକ ମାମଲା (ନଂ.୩୫/୨୦୧୯) ରୁଜୁ ହୋଇଛି।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସମଲ ବ୍ୟାରେଜ ବରିଷ୍ଠ କିରାଣୀ

ତାଳଚେର,୩୦।୮(ସ୍ବ.ପ୍ର.): ସମଲ ବ୍ୟାରେଜର ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସରକିଶୋରିପାଳ ଗ୍ରାମର ଅକ୍ଷୟ କୁମାର ସାହୁଙ୍କଠାରୁ କଣ୍ଟ୍ରାକ୍ଟର...

ଯୁବକଙ୍କୁ କୁମ୍ଭୀର ଟାଣିନେବା ଘଟଣା: ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଦାବି

ପଟ୍ଟାମୁଣ୍ଡାଇ, ୩।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ରବିବାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା...

୩୪୬ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ

ସୋନପୁର,୨୯।୭(ନି.ପ୍ର.): ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସ୍ବାସ୍ଥ୍ୟ ସଚେତନତା ଓ ସାନିଟାରି ନାପ୍‌କିନ ‘ଖୁସି’ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି...

୩ ବଖରା ଜଳିଗଲା

ଦିଗପହଣ୍ଡି,୨୯ା୧୨(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗଁାରେ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ବାବୁ ଗୌଡ ଓ ନାରାୟଣ ଗୌଡଙ୍କ ୩ ବଖରା ଜଳିଯାଇଛି। ଦିଗପହଣ୍ଡି...

ଧୁଷୂରୀ ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପରଲୋକ

ଧାମନଗର,୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୂରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଶୁକ୍ରବାର ସନ୍ଧ୍ୟାରେ ଅଜୟ...

ଏମ୍‌ଜିଏନ୍‌ଆରଇଜିଏସ୍‌ର ସାମାଜିକ ସମୀକ୍ଷା

ପଲମ,୩୧।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ପଲମ ପଞ୍ଚାୟତସ୍ଥିତ ପଲମ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ବୁଧବାର ସ୍ଥାନୀୟ ସରପଞ୍ଚ ସାବେତ୍ରୀ ମାଝିଙ୍କ ସଭାପତିତ୍ୱରେ...

ଜଙ୍ଗଲରେ ନାବାଳିକାଙ୍କ ମୃତଦେହ

ସୋରଡା,୨୦ା୯(ଡି.ଏନ୍‌.ଏ.)- ସୋରଡା-ଅସୁରବନ୍ଧ ବାଉଁଶିଆ ଜଙ୍ଗଲରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଖବର ପାଇ ସୋରଡା ତାନା ଅଧିକାର ପ୍ରଭାତ ସାହୁ, ବଡଗଡ ଥାନା ଅଧିକାରୀ ପ୍ରତାପ...

ବାର ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ଯୋଡ଼ା,୧୬।୬(ଡ଼ି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ଏକ ବାରରେ ପଶି ବାର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେବା ଘଟଣାରେ ପୋଲିସ ୩...

Leave a comment

Your email address will not be published. Required fields are marked *