ଏୟାର ଇଣ୍ଡିଆ ବିମାନରେ ନିଆଁ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଏୟାର ଇଣ୍ଡିଆ ବିମାନ। ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଜଣାପଡ଼ିବାରୁ ବିମାନକୁ ରାୟପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଫଳରେ ସମସ୍ତ ୮୯ ଜଣ ଯାତ୍ରୀ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର ଅପରାହ୍ନ ୫.୦୭ରେ ଏଆଇସି ଏୟାର ଇଣ୍ଡିଆ ବିମାନ ଏ ୩୨୧ ମୁମ୍ବାଇ ଅଭିମୁଖେ ଉଡ଼ାଣ କରୁଥିଲା। ଅପରାହ୍ନ ୫.୨୦ରେ ବିଶ୍ୱଜିତ୍‌ ବେହେରା ନାମକ ଯାତ୍ରୀ ଓ୍ବାଶ୍‌ରୁମ୍‌ ଯିବାବେଳେ ବିମାନର ବାମପଟେ ନାଲି ରଙ୍ଗ ବ୍ଲିଙ୍କ୍‌ କରୁଥିବା ଦେଖିଥିଲେ। ଏହି ଖବର ସେ କର୍ମଚାରୀଙ୍କୁ ଦେବା ପରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କର୍ମଚାରୀ ଓ ବିମାନ ପାଇଲଟ୍‌ ନିଆଁ ଲାଗିଥିବା ଜାଣିବା ପରେ ପ୍ରଥମେ ଯାତ୍ରୀମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିଲେ। ତେବେ ବିମାନକୁ କିପରି ସୁରକ୍ଷିତ ଭାବେ କେଉଁଠି ଓ କିପରି ଅବତରଣ କରାଯିବ ସେସବୁ ପାଇଲଟ୍‌ଙ୍କ ହାତରେ ଥିଲା। ଏ ନେଇ ସେ ସଙ୍ଗେ ସଙ୍ଗେ ନିକଟସ୍ଥ ରାୟପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରାୟ ୩୫ମିନିଟ୍‌ ଆକାଶମାର୍ଗରେ ବିମାନଟି ଉଡ଼ାଣ କରିବା ପରେ ପାଇଲଟ୍‌ ସତର୍କତାର ସହ ବିମାନକୁ ରାୟପୁରରେ ଅବତରଣ କରାଇଥିଲେ। ପୂର୍ବରୁ ରାୟପୁର ବିମାନବନ୍ଦରରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ସବୁ ପ୍ରସ୍ତୁତ ରହିଥିଲା। ବିମାନ ଅବତରଣ କରିବା ମାତ୍ରେ ଜରୁରିକାଳୀନ ଦ୍ୱାର ଦେଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ପରେ ଏୟାର ଇଣ୍ଡିଆର ଆଉ ଏକ ବିମାନ ରାତି ସାଢ଼େ ୧୦ଟାରେ ଯାତ୍ରୀମାନଙ୍କୁ ନେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ଅନ୍ୟପକ୍ଷରେ ନିଅଁା ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପକ୍ଷୀ ଆଘାତ କିମ୍ବା ଇନ୍ଧନ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ପର୍ଯ୍ୟାୟରୁ ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି, ବିମାନ ବାମପଟ ଇଞ୍ଜିନରେ ନିଅଁା ଲାଗିଯିବାରୁ ସନ୍ଧ୍ୟା ୫.୫୭ରେ ରାୟପୁର ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ସେଥିରେ ଯାତ୍ରା କରୁଥିବା ସମସ୍ତ ୮୯ଜଣ ଯାତ୍ରୀ ସୁରକ୍ଷିତ ଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ବିମାନରେ ଅଧିକାଂଶ ଯାତ୍ରୀ ଓଡ଼ିଆ ଥିଲେ। ଏହି ବିମାନରେ ଓଡ଼ିଆ ଅଭିନେତା ଦେବାଶିଷ ପାତ୍ର, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଯାତ୍ରା କରୁଥିଲେ। ମନ୍ତ୍ରୀ କହିଛନ୍ତି, ଉଡ଼ାଣର କିଛି ସମୟ ପରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଜାଣିବା ପରେ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ। ତେବେ ପାଇଲଟ୍‌ ସୁରକ୍ଷିତ ଭାବେ ବିମାନକୁ ରାୟପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ। ରାୟପୁର ବିମାନବନ୍ଦର କର୍ତ୍ତୃପକ୍ଷ ସମସ୍ତ ଯାତ୍ରୀଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ସେହିପରି ଦେବାଶିଷ କହିଛନ୍ତି, ଆମେ ସମସ୍ତେ ଖୁବ୍‌ ଡରିଯାଇଥିଲୁ। ବିମାନ କର୍ମଚାରୀମାନେ ଆମମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଥିଲେ।


All Right Reserved By Dharitri.Com

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ...

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ...

କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ/ଭୁବନେଶ୍ୱର, (ବ୍ୟୁରୋ)୧୫ା୧୦: ସୋମବାରଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ହବିଷିଆଳିମାନେ ଆରମ୍ଭ କରିଛନ୍ତି କାର୍ତ୍ତିକ ବ୍ରତ। ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ୩ହଜାର...

ବି.କେ. ଆର୍ଟ କଲେଜରେ ମିଳିତ ମୁଦ୍ରଣ କଳା ପ୍ରଦର୍ଶନୀ: ଛାତ୍ରାବାସ ମରାମତି ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୬।୯ (ବ୍ୟୁରୋ): ଓଡ଼ିଶାର ପାରମ୍ପରିକ ଚିତ୍ରକଳା, କାରୁକଳା ଓ ଭାସ୍କର୍ଯ୍ୟକୁ ବିଶ୍ୱବିଦିତ କରିବା ପାଇଁ ରାଜ୍ୟର ଚାରୁ ଓ କାରୁକଳା ଛାତ୍ରୀଛାତ୍ରମାନେ ପ୍ରୟାସ କରିବା...

ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ

ଚକା ଅପସର ମଧ୍ୟାହ୍ନ ୧୨ଟା ୧୫ ମଙ୍ଗଳ ଆଳତି ୧୨ଟା ୩୦ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦ ତାଟି ଫିଟିବା ଅପରାହ୍ନ...

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ମରାମତି ହେଲାନି ଶ୍ରେଣୀଗୃହ: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଗଣିଆ,୨୭।୬(ଡି.ଏନ.ଏ.): ଫନୀ ବାତ୍ୟାକୁ ଦେଢମାସ ବିତିଲା । ହେଲେ ମରାମତି ହେଲାନି ଭାଙ୍ଗିଯାଇଥିବା ଶ୍ରେଣୀଗୃହ । ଚଳିତ ମାସ ୨୧ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢ଼ା...

କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *