Posted inଗଜପତି

୧୬ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଆର.ଉଦୟଗିରି,୯ା୧୧(ଡି.ଏନ.ଏ.)-ଆର.ଉଦୟଗିରି ଥାନା କାଲିପଙ୍କ ଏବଂ ପାଇକରାୟ ଜଙ୍ଗଲରୁ ଅବକାରୀ, ପୋଲିସ, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ସଂରକ୍ଷିତ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ୮୨.୫ ଏକର ଜମିରେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି, ଆର.ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକ, ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁ, ଏସ୍‌ଆଇ ଜି. ସୁରିୟା ବାବୁ, ଚିତ୍ତରଞ୍ଜନ ଜେନା, ବନ ବିଭାଗ ଏବଂ ରାଜସ୍ବ ବିଭାଗ ଓ ସ୍ଥାନୀୟ ପୋଲିସ କର୍ମଚାରୀମାନେ ମିଳିତ ଭାବେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟର ମେଶିନ ସାହାଯ୍ୟରେ ଗଞ୍ଜେଇ ଗଛ ନଷ୍ଟ କରିଥିଲେ , ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିପିଓ ମହାନ୍ତି କହିଛନ୍ତି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ...

ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ

ଗୁମ୍ମା, ୧୫।୮-ଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ନଟବର ଗରଡ଼ା, ସଡିପିଓ ଅନିତା ରାଣୀ ପଟ୍ଟନାୟକ,...

ବାଲି ଚୋରାଚାଲାଣ : ୫ ଟ୍ରାକ୍ଟର ଜବତ

ଚନ୍ଦ୍ରଗିରି,୧।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଖସଡ଼ା ରାମନଦୀରୁ ଗୁରୁବାର ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ମୋହନା ତହସିଲଦାର କଲ୍ୟାଣୀ...

କ୍ୟାନ୍‌ସର ପୀଡ଼ିତଙ୍କ କ୍ୱାରାଣ୍ଟାଇନରେ ମୃତ୍ୟୁ

କାଶୀନଗର,୨୧ା୫(ଡି.ଏନ୍‌.ଏ.)-ଗଜପତି ଜିଲା କାଶୀନଗର ବ୍ଲକ ସିଆଳି ପଞ୍ଚାୟତର ହରିପୁର ଗ୍ରାମର ଅଲଡ଼ାଠାରେ ହୋଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ କାଟ୍ଟି...

ଗୁମ୍ମା ଅଞ୍ଚଳକୁ ସାନିଟାଇଜ୍‌ କଲା ପ୍ରଶାସନ

ଗୁମ୍ମା,୧୪ା୪: ଗଜପତି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ...

ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ...

ଚର୍ଚ୍ଚରେ ଚାଲିଥିଲା ସାମୂହିକ ପ୍ରାର୍ଥନା: ପରିଚାଳକ ସମେତ ୮ ଗିରଫ

କାଶୀନଗର,୫।୪(ଡି.ଏନ୍.ଏ.): କରୋନାକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଘରୁ ନ ବାହାରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ...

ପଥର ଖୋଲରୁ ୨ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୨୬ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଥାନା ଖମ୍ଭାରିସାହି ଗ୍ରାମ ନିକଟସ୍ଥ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରଷଙ୍କ...

Leave a comment

Your email address will not be published. Required fields are marked *