ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ରେ ଦେଉଥିଲେ ତଥ୍ୟ: ପାକିସ୍ତାନୀ ଏଜେଣ୍ଟ ହନି ଟ୍ରାପରେ ହିିଞ୍ଜିଳି ଯୁବକ

ହିିଞ୍ଜିଳିକାଟୁ,୯ା୧୧(ଡି.ଏନ.ଏ)- ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନି ଟ୍ରାପରେ ଫସି ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ୨ ଜଣ ଯବାନଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ଜଣେ ଯବାନ ଗଞ୍ଜାମ ଜିଲା ହିିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ସେ ହେଲେ ବିଚିତ୍ର ବେହେରା। ଖବର ପ୍ରକାଶ ପରେ ଗୁରୁବାର ରାତିରୁ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶୁକ୍ରବାର ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାଶ ବିଚିତ୍ରଙ୍କ ଘରକୁ ଯାଇ ତଦନ୍ତ ଚଳାଇଛନ୍ତି। ବିଚିତ୍ର ଏପରି କାର୍ଯ୍ୟ କରିଥିବା ତାଙ୍କ ମା’ ବାପା ବିଶ୍ୱାସ କରୁ ନାହାନ୍ତି ବୋଲି କହିଛନ୍ତି। ପ୍ରକାଶ ଯେ, ଆଙ୍କୋରଡ଼ା ନୂଆଁସାହି ବାସିନ୍ଦା କଂଗ୍ରେସ ବେହେରା ଓ ମନୁଙ୍କ ପୁଅ ବିଚିତ୍ର । ୨୦୧୩ରେ ବିଚିତ୍ର ଫାୟାରମ୍ୟାନ ଭାବେ ଚାକିରି କରିଥିଲେ। ୫ମାସ ପରେ ସେ ସେନାବାହିନିରେ ସିପାହୀ ଭାବେ ଯୋଗ ଦେଇଥିଲେ। ପୂର୍ବରୁ ଜମ୍ମୁ କଶ୍ମୀରରେ ସେନା ବାହିନୀରେ କାମ କରୁଥିବା ବେଳେ ବର୍ତ୍ତମାନ ରାଜସ୍ଥାନର ପୋଖରାନରେ ସେନା ବାହିନୀରେ କାମ କରୁଥିଲେ। ସେଠାରେ ସାମାଜିକ ଗଣମାଧ୍ୟମରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ମହିଳା ଏଜେଣ୍ଟଙ୍କ ସମ୍ପର୍କରେ ଆସି ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପଇସା ପାଇଁ ବିଚିତ୍ର ଏହା କରିଥିବା ଜଣାପଡ଼ିଛି। ଶୁକ୍ରବାର ଗ୍ରାମରେ ମା’ କାଳୁଆଙ୍କ ଯାତ୍ରା ଚାଲିଥିବାରୁ ବିଚିତ୍ର ଆସିବାର ଥିଲା। କିନ୍ତୁ ରାଜସ୍ଥାନ ପୋଲିସର ଇଣ୍ଟେଲିଜେନ୍ସ ବୁ୍ୟୁରୋ ଓ ରାଜ୍ୟ ସିଆଇଡିର ଯୁଗ୍ମ ତଦନ୍ତରେ ୨ଜଣ ଯବାନ ଗିରଫ ହୋଇଥିଲେ। ସେଥିରେ ଜଣେ ଲାନ୍ସ ନାଏକ ରବି ବର୍ମା ଓ ବିଚିତ୍ର ଥିଲେ। ପୋଲିସ ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି। ଏହା ଶୁଣି ବିଚିତ୍ରଙ୍କ ପରିବାର ଲୋକେ ଚିନ୍ତାଗ୍ରସ୍ତ ଅଛନ୍ତି। ଯାତ୍ରା କମିଟି ସଭାପତି ତଥା ପୂର୍ବତନ ପୌରାଞ୍ଚଚଳ ଉପାଧ୍ୟକ୍ଷ ସୁବାସ ପଲେଇ ଏହି ଘଟଣା ପରେ ଗ୍ରାମରେ ଦୁଃଖ ପ୍ରକାଶ ପାଇଥିବା କହିଛନ୍ତି।


All Right Reserved By Dharitri.Com

ଯୁବକଙ୍କ ଗଳା କାଟି ହତ୍ୟା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେସନ ୪ନଂ ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି।...

ଟ୍ୟୁଶନ ନ ପଢ଼ିଲେ ମାର୍କ ଦେଉନାହାନ୍ତି ଅଧ୍ୟାପକ

ବ୍ରହ୍ମପୁର ଅଫିସ୍‌,୨୦ା୭-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି । ଯେଉଁ ଛାତ୍ରୀମାନେ ଟ୍ୟୁଶନ ପଢ଼ିବେ ନାହିଁ,...

ବଦାଙ୍ଗିରୁ ବିଦେଶୀ ମଦ ଜବତ

ଭଞ୍ଜନଗର,୧୧।୬(ଡି.ଏନ.ଏ.)- ତାରସିଂ ପୋଲିସ ବୁଧବାର ବଦାଙ୍ଗିରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ସାହୁଙ୍କୁ ଗିରଫ କରି ଭଞ୍ଜନଗର...

ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ

ଦାରିଙ୍ଗବାଡ଼ି,୯।୬(ଡି.ଏନ୍‌.ଏ): ରାଉରକେଲା କଳାସଂଘମ୍‌ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍‌ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ...

ନାବାଳିକାଙ୍କୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୨ା୧୧(ଡି.ଏନ୍‌.ଏ)- ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ...

ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର, ଗୁରୁତର ଅବସ୍ଥାରେ ଚିକିତ୍ସିତ: ୨ ଅଟକ

ବ୍ରହ୍ମପୁର ଅଫିସ,୧୩ା୧-ଗଞ୍ଜାମ ଜିଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୮ ମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ହାତଗୋଡ ବାନ୍ଧି ଗଣ ବଳାତ୍କାର କରାଯାଇଥିବା...

ଭିନ୍ନ ଏକ ରଜ ଉତ୍ସବ

ବ୍ରହ୍ମପୁର ଅଫିସ୍‌,୧୬ା୬-ସେମାନେ ଦେଖି ପାରନ୍ତି ନାହିଁ । ନିଜ ଗୋଡ଼ରେ ଚାଲିପାରନ୍ତି ନାହିଁ । ସେମାନେ ଦୃଷ୍ଟିବାଧିତ, ଭିନ୍ନକ୍ଷମ। କିନ୍ତୁ ସାଧାରଣ ଯୁବତୀ ଯୁବକଙ୍କ ଭଳି...

ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ ଖାଇବେ ଔଷଧ

ବ୍ରହ୍ମପୁର ଅଫିସ,୮।୮: ଗଞ୍ଜାମ ଜିଲା ଗୋଳନ୍ଥରାସ୍ଥିତ ବିଜୁ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ଜିଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ...

Leave a comment

Your email address will not be published. Required fields are marked *