Posted inଖେଳ

ଟି୨୦ ସିରିଜ ଜିତିଲା ଅଷ୍ଟ୍ରେଲିଆ: ପାକିସ୍ତାନ ୧୦ ଉଇକେଟରେ ପରାସ୍ତ

ପର୍ଥ,୯।୧୧(ଏଏଫ୍‌ପି)- ପ୍ରଥମେ ପେସର ଓ ପରେ ଓପନରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ତୃତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନକୁ ଅତି ସହଜରେ ହରାଇଛି। ୪୯ଟି ବଲ୍‌ ବାକି ରଖି ଅଷ୍ଟ୍ରେଲ ିଆ ୧୦ ଉଇକେଟରେ ବିଜୟ ହାସଲ କରିବା ସହ ଏହି ଟି୨୦ ସିରିଜରେ ୨-୦ରେ ବିଜୟୀ ହୋଇଛି। ଏହି ସିରିଜରେ ପାକିସ୍ତାନ ସବୁ ଦୃଷ୍ଟିକୋଣରୁ ବିଫଳ ହୋଇଥିଲା। ପ୍ରଥମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା ଓ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ଥାଇ ମଧ୍ୟ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇଥିଲା। ତେବେ ବାକି ଦୁଇଟି ମ୍ୟାଚ୍‌ରେ ଘରୋଇ ଦଳ ବାଜି ମାରି ସିରିଜ ହାତେଇ ନେଇଛି। ୧୪ ରନ୍‌ ଦେଇ କରି ୨ ଉଇକେଟ ଅକ୍ତିଆର କରିଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ସିନ ଆବୋଟ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଓ ସାରା ସିରିଜରେ ସ୍ଥିର ପ୍ରଦର୍ଶନ କରିଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ପ୍ଲେୟାର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ କ୍ରମାଗତ ଅଷ୍ଟମ ଟି୨୦ ମ୍ୟାଚ୍‌ ଜିତିଛି। ଅଷ୍ଟ୍ରେଲିଆ ଏଥିସହ ୨୦୧୯ରେ ଟି୨୦ ଫର୍ମାଟରେ ଅପରାଜେୟ ରହି ଏକ ବିରଳ ସଫଳତା ହାସଲ କରିଛି। ଏହି ବର୍ଷ ୮ଟି ଟି୨୦ ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ୭ଟି ବିଜୟ ହାସଲ କରିଛି ଓ ଗୋଟିଏ ମ୍ୟାଚ୍‌ ବର୍ଷା କାରଣରୁ ବିନା ଫଳାଫଳରେ ଶେଷ ହୋଇଥିଲା।
ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଘରୋଇ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ପାକିସ୍ତାନ ୨୦ ଓଭରରେ ୮ ଉଇକେଟ ହରାଇ ୧୦୬ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୧.୫ ଓଭରରେ କୌଣସି ଉଇକେଟ ନ ହରାଇ ୧୦୯ ରନ କରି ବିଜୟୀ ହୋଇଥିଲା। ଦୁଇ ଓପନର ଡେଭିଡ ଓ୍ବାର୍ନର ୪୮ (୩୫ ବଲ, ୪ ଚୌକା, ୨ ଛକା) ଓ ଅଧିନାୟକ ଆରୋନ ଫିଞ୍ଚ୍‌ ୫୨ (୩୬ ବଲ, ୪ ଚୌକା, ୩ ଛକା) ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ତରଫରୁ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ଇଫ୍‌ତିକାର ଅହମ୍ମଦ ୩୭ ବଲରୁ ୬ ଚୌକା ସହ ୪୫ ଓ ଓପନର ଇମାମ-ଉଲ- ହକ ୧୪ ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବାବର ଆଜମ ୬, ହାରିସ ସୋହେଲ ୮, ଖୁସ୍‌ଦିଲ ଶାହା ୮, ଇମାଦ ଓ୍ବାସିମ ୬, ଶଦାବ ଖାଁ ୧ ରନ କରି ଆଉଟ ହୋଇଥିବା ବେଳେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଖାତା ଖୋଲିପାରି ନ ଥିଲେ। ମହମ୍ମଦ ଆମିର ୯ ଓ ମହମ୍ମଦ ହାସନୈନ ୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କେନ୍‌ ରିଚାର୍ଡସନ ୩, ମିଚେଲ ଷ୍ଟାର୍କ ଓ ଆବୋଟ ୨ଟି ଲେଖାଏ, ଆଷ୍ଟନ ଅଗର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ୨୦ ଓଭରରେ ୧୦୬/୮
(ଇଫତିକାର- ୪୫, ଇମାମ- ୧୪, ରିଚାର୍ଡସନ- ୩/୧୮, ଷ୍ଟାର୍କ- ୨/୨୯, ଆବୋଟ- ୨/୫୪)।
ଅଷ୍ଟ୍ରେଲିଆ ୧୧.୫ ଓଭରରେ ୧୦୯/୦
(ଓ୍ବାର୍ନର- ୪୮*, ଫିଞ୍ଚ୍‌- ୫୨*)।


All Right Reserved By Dharitri.Com

Posted inଖେଳ View All

ପଞ୍ଚମ ଓ୍ବିମ୍ବେଲଡନ୍‌ ଟାଇଟଲ୍‌ ଲକ୍ଷ୍ୟରେ ଜୋକୋଭିଚ୍‌

ଲଣ୍ଡନ, ୩୦।୬(ଏଏଫ୍‌ପି)- ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ସୋମବାରଠାରୁ ସ୍ଥାନୀୟ ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ କ୍ଲବଠାରେ ଆରମ୍ଭ ହେବାକୁ ଯାଉଛି।...

ଜୁଲାଇରେ ଇଂଲଣ୍ଡ ଗସ୍ତ କରିବାକୁ ପାକିସ୍ତାନ ରାଜି: ଗସ୍ତରେ ସାମିଲ ହେବାକୁ ଖେଳାଳିଙ୍କୁ ବାଧ୍ୟ କରାଯିବ ନାହିଁ

କରାଚି,୧୭।୫(ପି.ଟି.): ଆସନ୍ତା ଜୁଲାଇରେ ପାକିସ୍ତାନ ଟେଷ୍ଟ ଓ ଟି୨୦ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବାକୁ ରାଜି ହୋଇଛି। ତେବେ ଏହି ଗସ୍ତରେ ସାମିଲ ହେବାକୁ...

ବୁମରାଙ୍କୁ କେମିତି ଖେଳିବେ ଡାହାଣହାତୀ ବ୍ୟାଟ୍ସମ୍ୟାନ

ସାଉଥମ୍ପ୍‌ଟନ, ୬।୬(ପି.ଟି.)- ଭାରତୀୟ ପେସର ଯଶପ୍ରୀତ୍‌ ବୁମରାଙ୍କ ସମ୍ମୁଖୀନ ହେବା ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷେ କଷ୍ଟକର ହେଉଛି। ଏଥିଲାଗି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସନ୍‌...

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌...

ଡିସେମ୍ବରରେ ଆୟୋଜନ ହେବ ଇଣ୍ଡିଆ ଓପନ୍‌: ୨୦୨୦ର ଅବଶିଷ୍ଟ କ୍ୟାଲେଣ୍ଡର ଘୋଷଣା କଲା ବିଡ଼ବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ,୨୨।୫(ପି.ଟି.): ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭାବେ ପରିଗଣିତ ହେଉଥିବା ଇଣ୍ଡିଆ ଓପନ୍‌ ବ୍ୟାଟ୍ସମ୍ୟାନ ଟୁର୍ନାମେଣ୍ଟ ନୂଆ ତାରିଖ ଘୋଷଣା କରାଯାଇଛି। କୋଭିଡ-୧୯ ମହମାରୀ କାରଣରୁ ଏହି...

ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ

ମହିଳା ଟି୨୦ ବିଶ୍ୱକପ୍‌: ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଇଭେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ...

ଶ୍ରୀଲଙ୍କା ସ୍ପିନରଙ୍କ ଅନଅର୍ଥଡକ୍ସ ବୋଲିଂ ଷ୍ଟାଇଲ ଭାଇରାଲ

କଲମ୍ବୋ,୧୯।୧୧- ଶ୍ରୀଲଙ୍କାରେ ବହୁ ଅନ୍‌ଅର୍ଥଡକ୍ସ ଷ୍ଟାଇଲର ବୋଲର ସୃଷ୍ଟି ହୋଇଛନ୍ତି। ଲସିଥ ମାଲିଙ୍ଗା ଏହାର ସଫଳତମ ଉଦ୍‌ହାରଣ। ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ୨୧...

ଏସିଆ କପ୍‌ରୁ ଭାରତ ଓହରିଲେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍‌ରେ ଖେଳିବୁ ନାହିଁ: ପିସିବି

ଲାହୋର,୨୫।୧- ଟି୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍‌ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ ଛାଡ଼ିଦେଇଥିବା ରିପୋର୍ଟକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟକାରୀ...

Leave a comment

Your email address will not be published. Required fields are marked *