ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାର ଶିକ୍ଷୟିତ୍ରୀ ମମତା ମିଶ୍ରା ଜଣେ। ମମତା ଚାକା ବ୍ଲକ୍‌ର ନେନ୍ଦୁଆବନ ମଣ୍ଡଳ ପ୍ରାଇମେରି ସ୍କୁଲ୍‌ରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ନିଜ ଉଦ୍ୟମରେ ସ୍କୁଲ୍‌କୁ କନଭେଣ୍ଟ୍‌ ସ୍କୁଲ୍‌ ସ୍ତର ଯାଏ ନେଇଯାଇଛନ୍ତି। ପ୍ରୟାଗରାଜର ଏହି ଶିକ୍ଷୟିତ୍ରୀ ଜଣକ କେବଳ ନିଜ ଦରମା ଟଙ୍କାରେ ଏଭଳି କାର୍ଯ୍ୟ କରିଛନ୍ତି । ପିଲାମାନଙ୍କୁ ମୋବାଇଲ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷା ପ୍ରଦାନ କରୁଛନ୍ତି। ସେ ୟୁ-ଟ୍ୟୁବ୍‌ରେ ନିଜସ୍ବ ଚ୍ୟାନେଲ ମଧ୍ୟ ଚଲାଉଛନ୍ତି। ପିଲାମାନଙ୍କୁ ପଢ଼ାଇବା ପାଇଁ ଏବେ ସୁଦ୍ଧା ସେ ୪୮୭ଟି ଭିଡିଓ ଅପ୍‌ଲୋଡ କରିଛନ୍ତି। ମମତା ଏହି ସ୍କୁଲ୍‌ରେ ୨୦୧୫ରେ ନିଯୁକ୍ତି ପାଇବା ପରଠାରୁ ଏପରିି ଉଦ୍ୟମ ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କ ଉପାର୍ଜିତ ଅର୍ଥକୁ ପିଲାଙ୍କ ପାଇଁ ଖର୍ଚ୍ଚ କରିବା ଲାଗି ସ୍ଥିର କରିଥିଲେ ବୋଲି କୁହନ୍ତି ମମତା। ଏମିତିକି ସ୍କୁଲ୍‌ରେ ପଢୁଥିବା ପ୍ରଥମ ଶ୍ରେଣୀର ପିଲାମାନଙ୍କୁ ତାଙ୍କ ଘରେ ମୋବାଇଲ ମାଧ୍ୟମରେ କେମିତି ପଢିବେ ସେ ସମ୍ପର୍କରେ ଶିଖାଉଛନ୍ତି। କ୍ଲାସ୍‌ରେ ପିଲାମାନଙ୍କୁ ପଢାଇବା ସହ ମମତା ମୋବାଇଲରେ ଦୀକ୍ଷା ଆପ୍‌ ମାଧ୍ୟମରେ ପଢିବାର ଉପାୟ ବି ଶିଖାଇଥାନ୍ତି। ସ୍କୁଲରେ ଯଦି ପିଲାମାନଙ୍କ ବସିବା ପାଇଁ ମମତା ନିଜ ରୋଜଗାର ଅର୍ଥରୁ ଖର୍ଚ୍ଚ କରି ଡେକ୍ସ ବେଞ୍ଚ କିଣିଦିଅନ୍ତି। ଏମିତି କି ସ୍କୁଲ୍‌ରେ ପଢୁଥିବା ପିଲାମାନଙ୍କର ଯଦି ପାଠ୍ୟ ଉପକରଣ କିମ୍ବା ସ୍କୁଲ୍‌ ଫିସ୍‌ର ଅଭାବ ପଡେ ତେବେ ମମତା ତାହା ମଧ୍ୟ ପୂରଣ କରିଥାନ୍ତି। ମମତାଙ୍କର ଏଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କି ବାତ୍‌’ରେ ପ୍ରଶଂସା ମଧ୍ୟ କରିଛନ୍ତି।


All Right Reserved By Dharitri.Com

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ...

ଆଜିର ଅର୍ଥନୀତି/ ଲୁଚାଛପା କାହିଁକି

ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ କେସ୍‌ ଭୟାନକ ଭାବେ ବୃଦ୍ଧିପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରାଜକୋଷ ଖୋଲି ଦେଇଛନ୍ତି। ଆକି ପର୍ଯ୍ୟନ୍ତ ସରକାର ଅନ୍ୟ...

ଏଇ ଭାରତରେ

ପାଣି ନଷ୍ଟ କଲେ ଦେବାକୁ ପଡିବ ଜରିମାନା। ଗୁଜରାଟର ଗାନ୍ଧୀନଗର ନିକଟବର୍ତ୍ତୀ ଦାହୋଦରେ ଏବେ ପାଣି ନଷ୍ଟ କଲେ ଦେବାକୁ ପଡିବ ୨୫୦ରୁ ୫୦୦ ଟଙ୍କା...

ଅଡିଓ ବିବାଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ)ର ଅଧ୍ୟକ୍ଷ ରଜନୀଶ କୁମାର ଏବଂ ଅନ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ଗାଳିଦେବାର ବିବାଦୀୟ...

ଏଇ ଭାରତରେ

ପଇସାପତ୍ର ଅଭାବରୁ ଏକ ବୃଦ୍ଧ ଦମ୍ପତି ପରିଣତ ବୟସରେ ବାହା ହୋଇଛନ୍ତି। ତାହା ପୁଣି ବୟସ୍କ ଝିଅପୁଅ ଏବଂ ନାତୁଣୀନାତିଙ୍କ ମେଳରେ। ସେମାନେ ଏକତ୍ର ୫୦...

ନିରର୍ଥକ ହେଉଛି ଜନଶୁଣାଣି

ଦେବ ରଞ୍ଜନ ଆଜି ଓଡିଶାବାସୀ ଯେଉଁ ସବୁ ଦୁର୍ବିପାକର ସାମ୍ନା କରୁଛନ୍ତି ତାହା କଦାପି ପ୍ରକୃତିଜନିତ ନୁହେଁ ବରଂ କ୍ଷମତାରେ ଥିବା ମଣିଷକୃତ। ପ୍ରକୃତି ଓ...

ଚାଷୀ କଥା ଶୀଘ୍ର ବୁଝ

ଇଂ. ବିଦ୍ୟାଧର ପଣ୍ଡା ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ...

ଏଇ ଭାରତରେ

ସମାଜରେ ଧର୍ମ ଓ ସାମ୍ପ୍ରଦାୟିକ ଭାବନାରୁ ଊର୍ଦ୍ଧ୍ୱକୁ ଉଠି ଭାଇଚାରା ଓ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଉଛନ୍ତି ସିମରା ଗାଁର ମୁସଲମାନ୍‌ମାନେ। ବୃତ୍ତି ପାଇଁ ଧର୍ମ...

Leave a comment

Your email address will not be published. Required fields are marked *