Posted inଖେଳ

ଦିଲ୍ଲୀ ଫ୍ରାଞ୍ଚାଇଜ୍‌ରେ ଯୋଗଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୮।୧୧(ପି.ଟି.)-ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଶୁକ୍ରବାର ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇଛନ୍ତି। ତାଙ୍କ ବଦଳରେ ବାମହାତୀ ଜଗଦୀଶ ସୁଚିଥଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳରେ ସାମିଲ କରିଛି। ପୂର୍ବରୁ ଦିଲ୍ଲୀ ଅଶ୍ୱିନଙ୍କ ବଦଳରେ ସୁଚିଥଙ୍କ ସହ ଦେଢ଼ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲା। ୩୩ ବର୍ଷୀୟ ସିନିୟର ସ୍ପିନରଙ୍କୁ ସିଜନ ପିଛା ଗତବର୍ଷ ଭଳି ୭.୬ କୋଟି ଟଙ୍କା ମିଳିବ। ସମାନ ମୂଲ୍ୟରେ ୨୦୧୮ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ କିଣିଥିଲା। ସେ ଦେଶର ଶ୍ରେଷ୍ଠ ଓ ଅଭିଜ୍ଞ ସ୍ପିନର। ଭାରତ ଓ ଆଇପିଏଲରେ ତାଙ୍କ ରେକର୍ଡ ଖୁବ ଭଲ ରହିଛି। ତାଙ୍କ ଉପସ୍ଥିତି ଆମ ଦଳ ପାଇଁ ଲାଭଜନକ ହେବ ବୋଲି ଦିଲ୍ଲୀ ଫ୍ରାଞ୍ଚାଇଜ ସହ ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି। ଅଶ୍ୱିନଙ୍କ ଉପସ୍ଥିତିରେ ଯେ କୌଣସି ଦଳର ଶକ୍ତି ବୃଦ୍ଧି ହେବ, ଏଥିରେ ଦ୍ୱିମତ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ କିଛି ପରିିବର୍ତ୍ତନ ହେବ ନାହିଁ ବୋଲି କୋଚ୍‌ ରିକି ପଣ୍ଟିଂ ଉଲ୍ଲେଖ କରିଛନ୍ତି। ଅଶ୍ୱିନ ଅନ୍ତର୍ଜାତୀୟ ସ୍ତରରେ ୬୮ ଟେଷ୍ଟ ଓ ୧୧୧ ଦିନିକିଆ ଖେଳି ଯଥାକ୍ରମେ ୩୫୭ ଓ ୧୫୦ ଉଇକେଟ ଅକ୍ତିଆର କରିଛନ୍ତି। ଆଇପିଏଲରେ ୧୩୯ ମ୍ୟାଚ୍‌ରେ ୧୨୫ ଉଇକେଟ ନେଇଛନ୍ତି। ୨୦୧୦ ଓ ୨୦୧୧ ଆଇପିଏଲ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସେ ପ୍ରମୁଖ ସଦସ୍ୟ ଥିଲେ। ତେବେ ଜଣେ ଅଧିନାୟକ ଭାବେ ସେ ବିଫଳ ହୋଇଥିଲେ। ଗତ ଦୁଇ ସିଜନରେ ତାଙ୍କ ନେତୃତ୍ୱରେ ପଞ୍ଜାବ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରି ନ ଥିଲା।


All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଲାଗି କେଦାର ଫିଟ୍‌

ମୁମ୍ବାଇ,୧୮।୫- ଭାରତୀୟ ଦଳର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଓ କାମଚଳା ସ୍ପିନର କେଦାର ଯାଦବଙ୍କ ବିଶ୍ୱକପ୍‌ରେ ଖେଳିବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ହୋଇଛି। ତାଙ୍କୁ...

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନଟ୍‌ ଆଉଟ୍‌ ଥିଲେ ରୋହିତ

ମାଞ୍ଚେଷ୍ଟର,୨୮।୬(ପିଟି)- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ବିବାଦୀୟ ଢଙ୍ଗରେ ଉଇକେଟ ପଛରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କିନ୍ତୁ ସେ...

ମେରୀକମ୍‌ଙ୍କୁ ପଦ୍ମବିଭୂଷଣ, ସିନ୍ଧୁ ପାଇବେ ପଦ୍ମଭୂଷଣ

ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପି....

କରୋନା ଭାଇରସ୍‌: ଆଥଲେଟଙ୍କ ସ୍ବାସ୍ଥ୍ୟ, ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ- ଆଇଓସି

ଲଉସେନ,୧୯।୩(ଏଏଫ୍‌ପି)- କରୋନା ଭାଇରସ୍‌ କାରଣରୁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁହଁ ଖୋଲିଛି।...

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି: ‘ଦର୍ଶକଙ୍କ ଉପସ୍ଥିତିରେ ଆମେ ଉଲ୍ଲସିତ’

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ଏପର୍ଯ୍ୟନ୍ତ ଓଡ଼ିଶା ଏଫସି ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ଡାଇନାମସରୁ ଓଡ଼ିଶା ଏଫସିରେ ପରିଣତ ହୋଇଥିବା ଏହି...

ଧୋନୀଙ୍କ ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୧୫।୧୧(ପି.ଟି.)- ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରାଞ୍ଚିଠାରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଚଳିତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ରୁ ଭାରତୀୟ ଦଳ ଫେରିବା...

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି...

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା...

Leave a comment

Your email address will not be published. Required fields are marked *