ଗ୍ୟାସ୍‌ ଲିକ୍‌ରୁ ଜଳିଗଲା ଅଙ୍ଗନବାଡ଼ି କେନ୍ଦ୍ର : ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ବାସୁଦେବପୁର,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତର ଗଦେଇବିନ୍ଧା ମହାଳିକ ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ଅଙ୍ଗନବାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଜଳିଯାଇଛି। ରୋଷେଇ ପାଇଁ ଗ୍ୟାସ ଲଗାଯାଉଥିବାବେଳେ ଗ୍ୟାସ ଲିକ୍‌ ହୋଇ ଏହି ଅଘଟଣ ଘଟିଛି। ତେବେ କେନ୍ଦ୍ରରେ ଉପସ୍ଥିତ ୧୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଳ୍ପକେ ରକ୍ଷା ପାଇ ଯାଇଥିବାବେଳେ ସମସ୍ତ କାଗଜପତ୍ର ଜଳିଯାଇଛି। ପ୍ରକାଶ ଯୋଗ୍ୟ ଯେ, କେନ୍ଦ୍ରଟି ଏକ ଚାଳଘରେ ଭଡ଼ାସୂତ୍ରରେ ଚାଲୁଥିଲା। ଘଟଣାର ତଦନ୍ତ ପାଇଁ ସିଡିପିଓ ଜାନକୀ ଦାସ ନିର୍ଦ୍ଦେଶ ଦେବା ପରେ ସୁପରଭାଇଜର ରୁକ୍ମିଣୀ ମହାଳିକ ଘଟଣାସ୍ଥଳକୁ ଯାଇଛନ୍ତି।


All Right Reserved By Dharitri.Com

ଶବକୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଜଳେଶ୍ୱର, ୧୮ା୮-ଜଳେଶ୍ୱର ଥାନା ମଣିପାଟଣା ଗ୍ରାମର ଶିବ ଜେନାଙ୍କ ପୁଅ ସତ୍ୟବ୍ରତ ଜେନା(୨୮)ଙ୍କ ଶୁକ୍ରବାର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶବ ବ୍ୟବଚ୍ଛେଦ ପରେ...

ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗୁଦା ମୁର୍ମୁ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି...

ବସକୁ ଧକ୍କା ଦେଲା ଟ୍ରକ : ଜଣେ ଶିଶୁଙ୍କ ଜୀବନଗଲା

କେନ୍ଦୁଝର,୨୫ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ବୁଧବାର ରାତିରେ ଏକ ଘରୋଇ ବସ ପଛରେ ଟ୍ରକ ଧକ୍କା ଦେବାରୁ ଜଣେ ୬ ବର୍ଷର ଶିଶୁଙ୍କ...

୬୦ ନଂ.ଜାତୀୟ ରାଜପଥରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

ଜଳେଶ୍ୱର, ୭।୧୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ୬୦ନଂ. ଜାତୀୟ ରାଜପଥ ଏକତାଳିଠାରେ ଗୋରୁ ବ୍ୟବସାୟୀଙ୍କୁଠାରୁ ଲୁଟ୍‌ ଘଟଣାରେ ପୋଲିସ ଶୁକ୍ରବାର ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ...

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ: ବ୍ୟାଙ୍କ ସ୍ଥାନାନ୍ତରକୁ ନେଇ ଛାତ୍ର ଉତ୍ତେଜନା

ଭଦ୍ରକ ଅଫିସ, ୮।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରୁ ୧୮ ବର୍ଷ ପୂର୍ବରୁ ଖୋଲାଯାଇଥିବା ଏକ ବ୍ୟାଙ୍କ ଶାଖାକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି...

ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ...

ପୋଲିସ ଉପସ୍ଥିତିରେ ଟଳିଲା ବ୍ଲକ, ବ୍ୟାଙ୍କ ବିବାଦ

ଖଇରା, ୨୮।୬(ଡି.ଏନ.ଏ.)-ଖଇରା ବ୍ଲକର କେତେକ କର୍ମଚାରୀ ଓ ଖଇରା ଷ୍ଟେଟ ବ୍ୟାଙ୍କ ଶାଖାର ପରିଚାଳକ ବିଷ୍ଣୁ ମୋହନ ମହାପାତ୍ରଙ୍କ ମଧ୍ୟରେ ବୁଧବାର ହୋଇଥିବା ଗଣ୍ଡଗୋଳ ପୋଲିସ...

ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଆରମ୍ଭ

ଆନନ୍ଦପୁର(ସ୍ବ.ପ୍ର.)/ହାଟଡିହି(ଡି.ଏନ.ଏ) ୨୩।୫: କେନ୍ଦୁଝର ଜିଲା ଆନନ୍ଦପୁର ଓ ଘଷିପୁରା ନିର୍ବାଚନମଣ୍ଡଳୀର ଭୋଟ ଗଣତି ଆରମ୍ଭ ହୋଇଛି। ଶାଳପଡ଼ା ମହିଳା ମହାବିଦ୍ୟାଳୟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ...

Leave a comment

Your email address will not be published. Required fields are marked *