Posted inଜାତୀୟ

ବାଲାସାହେବଙ୍କୁ ଦେଇଥିବା କଥା ମୁଁ ରଖିବି: ଉଦ୍ଧବ

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟିଏ ପଟେ ଶୁକ୍ରବାର ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଶିବସେନା ତା’ ଜିଦ୍‌ରେ ଅଡି ବସିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ହୋଇଥିବା ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ ଚାଲିଛି ଟଣା ଓଟରା। ଗୋଟିଏ ପଟେ ଭାଜପା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଚାହିଁ ବସିଥିବା ବେଳେ ଅନ୍ୟପଟେ ଶିବସେନା ମଧ୍ୟ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଅଡି ବସିଛି। ଏବେ ଉଭୟ ପରସ୍ପରର ଦୋଷ ବାହାର କରିବାରେ ଲାଗି ପଡିଲେଣି। ଏପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ସେ ବାଲାସାହେବ ଠାକରେଙ୍କୁ ଦେଇଥିବା କଥା ରଖିବେ। ସେ କଥା ଦେଇଥିଲେ ଦିନେ ମହାରାଷ୍ଟ୍ରରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ। ଆଉ ଏବେ ସେ ତାହା ପୂରଣ କରିବେ ବୋଲି କହିଛନ୍ତି। ଉଦ୍ଧବ କହିଛନ୍ତି ଭାଜପା ସିନା ଗଙ୍ଗା ସଫେଇ କଥା କହୁଛି ହେଲେ ସେମାନଙ୍କ ମୁଣ୍ଡ ଏବେ ପ୍ରଦୂଷଣରେ ଭର୍ତ୍ତି ହୋଇ ରହିଛି। ମେଣ୍ଟ ପାଇଁ ଶିବସେନାର ଦ୍ୱାର ସବୁବେଳେ ଖୋଲା ଅଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଭୁଲ୍‌ ଲୋକଙ୍କ ସହ ମେଣ୍ଟ କରିଦେଲି। ଏପଟେ ଫଡନବିଶ କହିଛନ୍ତି ଉଦ୍ଧବ ତାଙ୍କର ଜଣେ ଭଲ ବନ୍ଧୁ। ଏବେବି ସେ ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି ହେଲେ ଉଦ୍ଧବ ତାଙ୍କ ଫୋନ୍‌ ଉଠାଉ ନାହାଁନ୍ତି।


All Right Reserved By Dharitri.Com

ନିର୍ଦ୍ଦଳୀୟ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ: କର୍ନାଟକ ସଙ୍କଟ ପୁଣି ଲଟକି ରହିବା ସମ୍ଭାବନା

ନୂଆଦିଲ୍ଲୀ,୨୨।୭: କର୍ନାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ସୋମବାର ନିର୍ଦ୍ଦଳୀୟ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ପ୍ରଧାନ...

ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଉଚ୍ଚ ଜୁଆରର ମଜା ନେଲେ ପର୍ଯ୍ୟଟକ

ମୁମ୍ବାଇ,୪।୮: ମୁମ୍ବାଇ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇ ଯାଇଥିବା ବେଳେ ରବିବାର ମେରାଇନ ଡ୍ରାଇଭରେ ଆସିଥିବା ଉଚ୍ଚ ଜୁଆର ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଛି। ହେଲେ ଅନ୍ୟପଟେ...

ଭାଙ୍ଗିଲା ଡ୍ୟାମ:୬ ମୃତ, ୧୭ ନିଖୋଜ

ମୁମ୍ବାଇ, ୩।୭: ମାୟାନଗରୀ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ରତ୍ନଗିରିର ତିଓ୍ବାରେ ଡ୍ୟାମ୍‌ ଭାଙ୍ଗିଯାଇଛି। ଫଳରେ ୬ ଲୋକଙ୍କ ମୃତ...

ଅଓ୍ବନ୍ତୀପୁରାରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୮।୧୦: ଜମ୍ମୁ-କଶ୍ମୀର ଅଓ୍ବନ୍ତୀପୁରାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଅଓ୍ବନ୍ତୀପୁରା ସହର...

ଲାଲ୍‌ ଆତଙ୍କ: ୧୦ ବର୍ଷରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦ ଯବାନ ହେଲେଣି ଶହୀଦ୍‌

ନୂଆଦିଲ୍ଲୀ,୨।୫: ଦେଶର ୧୧ଟି ରାଜ୍ୟର ୯୦ ଜିଲାରେ ଲାଲ୍‌ ଆତଙ୍କ ଜାରି ରହିଛି। ୨୦୦୯ଠାରୁ ଗତ ୧୦ ବର୍ଷ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୧ଶହ ୫୦...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ବେଳକୁ ପରିବାରରେ କେହି ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ

ଶ୍ରୀନଗର,୨୬।୭: କଶ୍ମୀରର ମହମ୍ମଦ ଅଲ୍ଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ...

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *