Posted inଖେଳ

ଇଂଲଣ୍ଡକୁ ଚମକପ୍ରଦ ବିଜୟ ଦେଲେ ମଲାନ, ମୋର୍ଗାନ

ନାପିଅର,୮।୧୧(ଏଏଫ୍‌ପି)- ଡେଭିଡ ମଲାନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ମୋର୍ଗାନଙ୍କ ସହ ରେକର୍ଡ ଭାଗୀଦାରି ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଚମକପ୍ରଦ ବିଜୟ ଦେଇଛି। ୭୬ ରନ୍‌ର ବିଜୟ ଯୋଗୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଇଂଲଣ୍ଡ ୨-୨ର ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି। ଦଳ ପାଇଁ ଅପରାଜିତ ଶତକୀୟ ଇନିଂସ ଖେଳିଥିବା ମଲାନଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ୧୦ ତାରିଖରେ ଅକ୍‌ଲାଣ୍ଡରେ ଖେଳାଯିବ।
୨୪୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳକୁ ମାର୍ଟିନ ଗୁପଟିଲ ଓ କଲିନ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ଭଲ ଷ୍ଟାର୍ଟ ଦେଇଥିଲେ। ଦୁହେଁ ୪.୩ ଓଭରରେ ୫୪ ରନ୍‌ କରିଥିଲେ। କିନ୍ତୁ ଏହିଠାରୁ ଉଇକେଟ ପତନ ଆରମ୍ଭ ହୋଇଥିଲା। ଏହାକୁ କୌଣସି ବ୍ୟାଟ୍ସମ୍ୟାନ ରୋକି ପାରି ନ ଥିଲେ। ଫଳରେ ଘରୋଇ ଦଳ ୧୬.୫ ଓଭରରେ ୧୬୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଗୁପଟିଲ ୨୭, ମୁନ୍‌ରୋ ୩୦ ଓ ଅଧିନାୟକ ଟିମ ସୌଦି ୩୯ ରନ୍‌ କରିଥିଲେ। ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ବିଜୟ ଦଳ ଲାଗି ମାଥ୍ୟୁ ପାର୍କିନସନ ୪ ଓ କ୍ରିସ ଜୋର୍ଡାନ ୨ ଉଇକେଟ ନେଇଥିଲେ। ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୬ ରନ୍‌ରେ ଜନ୍ନି ବେଆରଷ୍ଟୋ(୮)ଙ୍କ ଉଇକେଟ ହରାଇଥିଲା। ଏହାପରେ ଟମ ବାଣ୍ଟନ (୩୧) ମିଚେଲ ସାଣ୍ଟନରଙ୍କ ବଲରେ ଏଲବିଡ୍‌ବଲ୍ୟୁ ହୋଇଥିଲେ। ତୃତୀୟ ଉଇକେଟ ପାଇଁ ମଲାନ ଓ ଅଧିନାୟକ ମୋର୍ଗାନ ୭୪ ବଲରେ ୧୮୨ ରନ୍‌ ଯୋଡ଼ିଥିଲେ। ମଲାନ ୪୮ ବଲରେ ଶତକ ଅର୍ଜନ କରି ଇଂଲଣ୍ଡର ଦ୍ରୁତତମ ଟି୨୦ ଶତକ ହାସଲକାରୀ ହୋଇଛନ୍ତି। ମୋଟ ଉପରେ ୫୧ ବଲର ସମ୍ମୁଖୀନ ହୋଇ ୧୦୩ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୯ ଚୌକା ଓ ୬ ଛକା ସାମିଲ ଥିଲା। ଅଧିନାୟକ ମୋର୍ଗାନ ୯୧ (୭ ଲେଖାଏ ଚୌକା ଓ ଛକା) ରନ୍‌ କରି ଅନ୍ତିମ ଓଭରରେ ଆଉଟ୍‌ ହୋଇଥିଲେ। ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ମିଳିତ ଭାବେ ୧୩ ଛକା ଓ ୧୬ ଚୌକା ମାରିଥିଲେ। କେବଳ ମିଚେଲ ସାଣ୍ଟନର ଓ ଟ୍ରେଣ୍ଟ ବୋଲ୍ଟ ଛକାରୁ ବର୍ତ୍ତିଥିଲେ। ଫଳରେ ଇଂଲଣ୍ଡ ଧାର୍ଯ୍ୟ ୨୦ ଓଭରରେ ୩ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ- ୨୦ ଓଭରରେ ୨୪୧/୩ (ଡେଭିଡ ମଲାନ ୧୦୩*, ଇଆନ ମୋର୍ଗାନ ୯୧, ଟମ ବାଣ୍ଟନ ୩୧, ମିଚେଲ ସାଣ୍ଟନର ୨/୩୨, ଟିମ ସୌଦି ୧/୪୭)।
ନ୍ୟୁଜିଲାଣ୍ଡ- ୧୬.୫ ଓଭରରେ ୧୬୫/ଅଲଆଉଟ୍‌ (ଟିମ୍‌ ସୌଦି ୩୯, କଲିନ ମୁନ୍‌ରୋ ୩୦, ମାର୍ଟିନ ଗୁପଟିଲ ୨୭, ମାଥ୍ୟୁ ପାର୍କିନସନ ୪/୪୭, କ୍ରିସ ଜୋର୍ଡାନ ୨/୨୪)।


All Right Reserved By Dharitri.Com

Posted inଖେଳ View All

ପ୍ରତ୍ୟେକ ମ୍ୟାଚ୍‌ ଲାଗି ରିିଜର୍ଭ ଦିନ ସମ୍ଭବ ନୁହେଁ: ଆଇସିସି

ନଟ୍ଟିଂହାମ,୧୨।୬ (ପିଟି): ଚଳିତ ବିଶ୍ୱକପ୍‌ରେ ବର୍ଷା ଯୋଗୁ ୩ ମ୍ୟାଚ୍‌ ବାତିଲ ହୋଇସାରିଛି। ଆଉ କିଛି ମ୍ୟାଚ୍‌ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା...

କ୍ରିକେଟରେ ଗୋଟିଏ ଦଳ ପାଇଁ ଖେଳୁଛନ୍ତି ସ୍ତ୍ରୀ-ସ୍ବାମୀ

କ୍ରିକେଟରେ ଭାଇ-ଭାଇ ଏକାଠି ଖେୁଥିବାର ତ ଆପଣ ଦେଖିଥିବେ। କିନ୍ତୁ ସ୍ବାମୀ-ସ୍ତ୍ରୀ ଗୋଟିଏ ଦଳ ପାଇଁ ଏକତ୍ର ଖେଳିବା କଥାଟା ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ...

ରୋହିତ-ଧାଓ୍ବନଙ୍କ ରେକର୍ଡ

ରାଜକୋଟ,୮।୧୧- ଭାରତୀୟ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଯୋଡ଼ି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଲାଂଦେଶ ବିପକ୍ଷ ଦ୍ୱିତୀୟ...

ମ୍ୟାଚ୍‌ ପୂର୍ବରୁ ଦେଶ ଛାଡି ପାକିସ୍ତାନ ପଳାଇଲେ ଏହି କ୍ରିକେଟର

ଆବୁଧାବି,୨୩।୧୦: ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦଳର ୪ ଖେଳାଳିଙ୍କ ଉପରେ କଟକଣା ଲାଗିବା ପରେ ଏବେ ୟୁଏଇ ଦଳକୁ ପୁଣି ଏକ ଝଟକା ଲାଗିଛି। ଦଳର...

ହାମିଲଟନ ଜିତିଲେ କାନାଡିଆନ୍‌ ଗ୍ରାଁପ୍ରି

ମଣ୍ଟ୍ରିଲ, ୧୦ା୬ (ଏଏଫ୍‌ପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ କନାଡିଆନ୍‌ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୫...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ

ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍‌ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି...

ପୋଲିସ ହେପାଜତରେ ସ୍ପାନିଶ ଫୁଟ୍‌ବଲ ଖେଳାଳି

ମାଡ୍ରିଡ୍‌,୩୧।୫(ଏଏଫ୍‌ପି)- ମ୍ୟାଚ୍‌ ଫିକ୍ସିଂ ଓ ଅର୍ଥ କାରବାରରେ ଜଡ଼ିତ ହୋଇଥିବାରୁ ପୂର୍ବତନ ସ୍ପାନିଶ ଅନ୍ତର୍ଜାତୀୟ ଖେଳାଳି ରଲ ବ୍ରାଭୋ ଓ ଅବସରପ୍ରାପ୍ତ କାର୍ଲୋସ ଆରାଣ୍ଡାଙ୍କୁ ପୋଲିସ...

ଲକ୍ଷ୍ୟ ସେନ୍‌ଙ୍କୁ ଟାଇଟଲ

ସାର୍‌ବ୍ରକେନ (ଜର୍ମାନୀ), ୪ା୧୧(ପି.ଟି.)-ଭାରତର ଲକ୍ଷ୍ୟ ସେନ୍‌ କ୍ରମାଗତ ଦ୍ୱିତୀୟ ଥର ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସାର୍‌ଲର୍‌ଲକ୍ସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *