Posted inଖେଳ

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଫେରିପାରନ୍ତି ପୃଥ୍ବୀ

ଲଣ୍ଡନ,୮।୧୧- ଡୋପ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ ଫେରିବେ। ମୁମ୍ବାଇର ଆଡ ହକ୍‌ ଚୟନ କମିଟି ମୁଖ୍ୟ ମିଲିନ୍ଦ ରେଗେ ପୃଥ୍ବୀଙ୍କ ଚୟନ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି। ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଚଳିତ ମାସ ୧୬ ତାରିଖରେ ଶେଷ ହେବ। ପରେ ତାଙ୍କୁ ଚୟନ କରିବାକୁ ଗୁରୁତ୍ୱ ଦିଆଯିବ। ତାଙ୍କ ଫେରିବା ନେଇ ମୁଁ ସ୍ପଷ୍ଟିକରଣ ଦେଇପାରିବି ନାହିଁ। କିନ୍ତୁ ଆମେ ଆଲୋଚନା କରିବୁ ବୋଲି ସେ କହିଛନ୍ତି। ରେଗେଙ୍କ ନେତୃତ୍ୱଧୀନ ଚୟନ କମିଟି ମୁମ୍ବାଇର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ଦଳ ଘୋଷଣା କରିଛି। କାରଣ ଶ୍ରେୟାସ ଆୟାର, ଶିଭମ ଦୁବେ ଓ ଶାର୍ଦୁଳ ଠାକୁରଙ୍କ ଭଳି ଖେଳାଳି ଏବେ ଜାତୀୟ ଦଳ ପାଇଁ ଖେଳୁଛନ୍ତି। ଶ’ ଯୋଗ୍ୟ ହେବା ପୂର୍ବରୁ ମୁମ୍ବାଇ ୭ରୁ ୬ଟି ଲିଗ୍‌ ପର୍ଯ୍ୟାୟ ଖେଳି ସାରିଥିବ। ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଜୁଲାଇରେ ଶ’ଙ୍କୁ ବାସନ୍ଦ କରିଥିଲା। ସେ ଅଜାଣତରେ କଫ ସିରପ ଅତ୍ୟଧିକ ମାତ୍ରରେ ଗ୍ରହଣ କରିଥିଲେ, ଯଦ୍ଦ୍ବାରା ତାଙ୍କ ମୁତ୍ର ନମୁନାରେ ନିଷିଦ୍ଧ ଔଷଧ ଟରବୁଟାଲାଇନ ମିଳିଥିଲା। ଏହି ଟେଷ୍ଟ ଗତ ବର୍ଷ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟବେଳେ ଇନ୍ଦୋରେଠାରେ କରାଯାଇଥିଲା।


All Right Reserved By Dharitri.Com

Posted inଖେଳ View All

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- କେରଳ ମ୍ୟାଚ୍‌ ଡ୍ର’

କୋଚି,୯।୧୧(ପି.ଟି.)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ଏଫସି ଓ ଘରୋଇ କେରଳ...

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ...

ଭାରତୀୟ ନାଗରିକଙ୍କୁ ବିବାହ କଲେ ପାକିସ୍ତାନ କ୍ରିକେଟର

ଦୁବାଇ,୨୧।୮: ଏଠାରେ ଆୟୋଜିତ ଏକ ଉତ୍ସବରେ ପାକିସ୍ତାନ କ୍ରିକେଟ ଦଳର ପେସର ହାସନ ଅଲୀ ମଙ୍ଗଳବାର ଭାରତୀୟ ନାଗରିକ ଶାମିଆ ଆର୍‌ଜୁଙ୍କୁ ବିବାହ କରିଛନ୍ତି। ଏହି...

ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ,୩୦।୬: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ବିଶାଳ ୩୩୮ରନ୍‌ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଓପନର କେ.ଏଲ ରାହୁଲ...

କଳିଙ୍ଗରେ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ହକି:ଭାରତୀୟ ପୁରୁଷ ଦଳ ରୁଷିଆକୁ ଭେଟିବ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ହକି ବିଶ୍ୱକପ ସମେତ ଅନେକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରି ସାରିଥିବା କଳିଙ୍ଗ ଷ୍ଟାଡିୟମ ଉପରେ ଏବେ ପୁଣି କ୍ରୀଡ଼ାପ୍ରେମୀଙ୍କ ନଜର।...

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର...

ଭାରତ ଗସ୍ତରେ ଆସିପାରେ ପାକିସ୍ତାନ ମହିଳା ଦଳ

ଲଣ୍ଡନ,୭।୬- ପାକିସ୍ତାନ ମହିଳା କ୍ରିକେଟ ଦଳ ଭାରତ ଗସ୍ତରେ ଆସି ଭାରତୀୟ ମହିଳା ଦଳ ସହ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍‌ ଖେଳିବା ନେଇ ଯୋଜନା ଚାଲିଛି।...

ସ୍ବତନ୍ତ୍ର ତାଲିକାରେ ବିଜୟ ଶଙ୍କର

ମାଞ୍ଚେଷ୍ଟର,୧୭।୬- ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ବିଶ୍ୱକପ୍‌ ଇତିହାସର ୩ୟ ବୋଲର ଭାବେ ପ୍ରଥମ ବଲରେ ଉଇକେଟ ନେବାର ସଫଳତା ପାଇଛନ୍ତି। ଏଠାରେ ପାକିସ୍ତାନ ବିପକ୍ଷରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *