୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିରେ ସେ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଥିବା ରାଜ୍ୟର ବିଭିନ୍ନ ବିଲ୍‌ ଏବଂ ପ୍ରକଳ୍ପ କାର୍ଯ୍ୟ ଓ କେନ୍ଦ୍ରୀୟ ଅନୁଦାନ ଆଦି ପ୍ରସଙ୍ଗର ସମୀକ୍ଷା କରିବେ। ଏହାବ୍ୟତିତ ସେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସୋମବାର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଶୁକ୍ରବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଆୟୋଜିତ ମନ୍ତ୍ରିପରିଷଦ ବୈଠକରେ ଯୋଗ ଦେଇଥିଲେ। ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇଥିଲା। ଏହାପରେ କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ କୋଇଲା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ।


All Right Reserved By Dharitri.Com

ବିନା ଟେଣ୍ଡରରେ କାମ ହାତେଇଛି ଦିଲୀପ କନ୍‌ଷ୍ଟ୍ରକଶନ

ପୁରୀ ଅଫିସ, ୩୦ା୧: ଗତ ୨୪ତାରିଖରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ...

ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି...

ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା।...

ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ...

ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଛି ସଟ୍ଟା ଖେଳ: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ରାଉରକେଲା ଅଫିସ,୨୫।୬: ବିଶ୍ୱକପ୍‌ କ୍ରିକେଟ୍‌ ନେଇ ସହରରେ ଚାଲିଥିବା ସଟ୍ଟା ଖେଳ ଓ ଏଥିରେ ଲାଗୁଥିବା ଲକ୍ଷାଧିକ ବାଜିର ପର୍ଦ୍ଦାଫାଶ ହୋଇଛି। ସୋମବାର ବିଳମ୍ବିତ ରାତିରେ...

ନୂଆ ବର୍ଷ ଲାଗି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି

ପୁରୀ ଅଫିସ,୩୧ା୧୨- ନୂତନ ବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହେବ। ଏ ନେଇ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିିୟନ୍ତ୍ରଣ ଓ ପାର୍କିଂ ଉପରେ ବିଶେଷ...

କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

  ଲାଠୋର, ୧୪ା୧ (ଡି.ଏନ୍‌.ଏ.)- ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା...

ସନ୍ଦେହଜନକ ମେସେଜ୍‌କୁ ଫରୱାର୍ଡ କରନ୍ତୁ ନାହିଁ: ଡିଜିପି

ଭୁବନେଶ୍ୱର, ୪ା୩ (ବ୍ୟୁରୋ): କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଗତ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରେ ୨୦...

Leave a comment

Your email address will not be published. Required fields are marked *