Posted inଫୁରସତ

ପ୍ରେମୀଯୁଗଳଙ୍କ ଆଶା ‘ଜୁଲିଏଟ୍‌ କ୍ଲବ’

ଭେରୋନା: ପ୍ରେମ ପ୍ରଣୟର କବି ଓ୍ବିଲିୟମ ସେକ୍ସପିୟର, ଯାହାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ନାଟକକୁ ଆଜି ବି ଝୁରି ହେଉଛନ୍ତି ବିଶ୍ୱବାସୀ। ‘ଦି ବାର୍ଡ ଅଫ୍‌ ଏଭନ’ ନାମରେ ପରିଚିତ ଏହି ପ୍ରସିଦ୍ଧ ଲେଖକଙ୍କ ବିଷୟରେ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ହୁଏତ ଅନେକେ ଜାଣି ନ ଥିବେ ସେକ୍ସପିୟରଙ୍କ ପ୍ରେମିକା ‘ଜୁଲିଏଟ୍‌’ଙ୍କ ନାମରେ ଏବେ ବି ଆସୁଛି ହଜାର ହଜାର ଚିଠି। ଆଉ ସବୁଠାରୁ ରୋଚକ କଥା ହେଉଛି, ସବୁ ଚିଠିର ଉତ୍ତର ମଧ୍ୟ ଦିଆଯାଉଛି। ଏଥିପାଇଁ ଗଠିତ ହୋଇଛି ‘ଜୁଲିଏଟ୍‌ କ୍ଲବ’। ଇଟାଲୀର ଅନ୍ୟତମ ସୁନ୍ଦର ସହର ‘ଭେରୋନା’। ଏକଥା ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ସୁନ୍ଦରତା ପାଇଁ ନୁହେଁ, ବରଂ ସେକ୍ସପିୟରଙ୍କ ପ୍ରେମିକା ‘ଜୁଲିଏଟ’ଙ୍କ ସହର ପାଇଁ ଏହା ବେଶି ପରିଚିତ। ଜୁଲିଏଟଙ୍କ ସ୍ମୃତିରକ୍ଷା ପାଇଁ ଏଠାରେ ରହିଛି ‘ଜୁଲିଏଟ କ୍ଲବ’। ଏଠାକୁ ସାରା ଦୁନିଅଁାରୁ ବିଭିନ୍ନ ଭାଷାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଚିଠି ଆସୁଛି। ସେଥିମଧ୍ୟରୁ ଅଧିକାଂଶ ଚିଠି ପ୍ରେମରେ ବିଫଳ ହୋଇଥିବା ପ୍ରେମିକାପ୍ରେମିକଙ୍କର। ଏହା ପଛରେ ରହିଥିବା ବିଶ୍ୱାସ ବି ବଡ଼ ଆଶ୍ଚର୍ଯ୍ୟଜନକ। ଜୁଲିଏଟ୍‌ଙ୍କ ନାମରେ ଚିଠି ଲେଖିଲେ ପ୍ରେମର ପଥ କୁସୁମିତ ହେବ। ଖାସ୍‌ ଏଇ ବିଶ୍ୱାସ ପାଇଁ ସେକ୍ସପିୟରଙ୍କ ମୃତ୍ୟୁର ଦୀର୍ଘ ୪ଶହ ବର୍ଷ ପରେ ଏବେ ବି ‘ଲଭ୍‌ ସିମ୍ବଲ’ ଭାବେ ପରିଗଣିତ ହେଉଛନ୍ତି ‘ଜୁଲିଏଟ’।
ମଜାରକଥା ହେଉଛି ସିଂହଭାଗ ଚିଠି ଜୁଲିୟଟ୍‌ଙ୍କ ନାମରେ ଆସୁଛି। ହାତଗଣତି ପତ୍ର ସେକ୍ସପିୟରଙ୍କ ଉଦ୍ଦେଶ୍ୟରେ ଲେଖାଯାଉଥିବା ଦେଖିବାକୁ ମିଳିଛି। ପତ୍ରର ଉତ୍ତର ରଖିବାକୁ ଏକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଏହି ଟିମ୍‌ରେ ଅନେକ ଭାଷା ଅନୁବାଦକ, ମନୋବିଜ୍ଞାନୀ, ଡାକ୍ତର, ଉଚ୍ଚକୋଟୀର ଲେଖକ, ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ ସମେତ ମାର୍ଗଦର୍ଶକ ଅଛନ୍ତି। ଜୁଲିଏଟ୍‌ଙ୍କ ପ୍ରତିନିଧି ଭାବେ ସେମାନେ ମାତ୍ର କିଛି ମିନିଟ୍‌ ମଧ୍ୟରେ ଚିଠିଗୁଡ଼ିକର ଉତ୍ତର ପତ୍ରପ୍ରେରକଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି।
କ୍ଲବର ୪୧ବର୍ଷୀୟ ସଦସ୍ୟ ମାର୍ଟିନ ହୋପ୍‌ଲେ କୁହନ୍ତି, କ୍ଲବର ଲୋକପ୍ରିୟତା ଏତେ ଯେ, କେବଳ ‘ଜୁଲିଏଟ…ଭେରୋନା…ଇଟାଲୀ’ ଠିକଣା ଲେଖିଦେଲେ ଚିଠିଟି ବିନା କୌଣସି ପ୍ରତିବନ୍ଧକରେ ଆସିଯାଇଥାଏ। ଅନୁଭବ ଆଧାରରେ କ୍ଲବର ସଦସ୍ୟମାନେ ପ୍ରେମିକାପ୍ରେମିକଙ୍କ ମନକୁ ବୁଝି ସେମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଚଠି ଲେଖିଥାନ୍ତି। ପ୍ରେମର ଦ୍ୱନ୍ଦ୍ୱ ଭିତରେ ଥିବା ଲଭବାର୍ଡଙ୍କୁ ମୂଲ୍ୟବାନ ପରାମର୍ଶ ଦିଆଯାଇଥାଏ। ଏଥିଲାଗି ସେମାନେ ପ୍ରତିଶ୍ରୁତିବଦ୍ଧ। ହୋପ୍‌ଲେ ଆହୁରି ମଧ୍ୟ କହିଛନ୍ତି, ଡାକବାଲା ପ୍ରତିଦିନ ଚିଠି ଦେଇଯାଏ। ଏହାପରେ ସେଗୁଡ଼ିକୁ ପଢ଼ି ଉତ୍ତର ଦିଆଯାଏ। ଏହା ସତ୍ୟ ଯେ, ଉତ୍ତର ଦେଇଦେଲେ ପ୍ରେମୀଯୁଗଳଙ୍କ ସମସ୍ୟା ସମାଧାନ ହୋଇଯିବ ତାହା ନୁହେଁ, ଆମର ମୌଳିକ ଉଦ୍ଦେଶ୍ୟ ପ୍ରେମର ପ୍ରତୀକ ‘ଜୁଲିଏଟ’ଙ୍କୁ ଲୋକଙ୍କ ମନରେ ଜୀବିତ ରଖିବା।


All Right Reserved By Dharitri.Com

ଏପରି ଗାଁ ଯେଉଁଠି ଅତିଥିଙ୍କୁ ଧୂମପାନ କରିବା ମନା…

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ...

ଶ୍ରୀଗଣେଶଙ୍କୁ ନେଇ ରେକର୍ଡ

ସେ ହେଉଛନ୍ତି ଅଗ୍ରପୂଜ୍ୟ, ବିଘ୍ନହର୍ତ୍ତା। ତେଣୁ ସବୁଠି ପ୍ରଭୁ ଶ୍ରୀଗଣେଶ ପୂଜା ପାଆନ୍ତି। କେବଳ ଭାରତରେ ନୁହେଁ, ବିଦେଶ ମାଟିରେ ବି ତାଙ୍କର ହୁଏ ପୂଜା।...

ଆଧାର କାର୍ଡ ନ ଥିଲେ ମନ୍ଦିର ଯିବା ମନା

ମହୀଶୂର:ଆଧାର କାର୍ଡ ନ ଥିଲେ କର୍ନାଟକ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଥିବା ମା’ ହୁଲିୟମ୍ମା ବେଟାଙ୍କ ଦର୍ଶନ କରିବାକୁ ଅନୁମତି ମିଳେନାହିଁ। ଜଙ୍ଗଲ ଆଖପାଖରେ ରହୁଥିବା...

ପ୍ରଥମ ଦରମା ଟଙ୍କା ମା’ ହାତରେ ଦେଇଥିଲି: ପ୍ରାବନ୍ଧିକ ଡ. ଭଗବାନ ପଟେଲ

ସୁନ୍ଦରଗଡ଼ର ଦଲ୍‌ଦଲି ଗାଁରେ ମୋର ଜନ୍ମ। ଓଡ଼ିଆରେ ଏମ୍‌.ଏ ଓ ଏମ୍‌.ଫିଲ୍‌ ପାସ୍‌ କରିବା ପରେ ୧୯୮୯ ମସିହାରେ ସରଗିପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ...

ଦେଶରେ ପ୍ରଥମ: ମୋହାଲିରେ ଥ୍ରୀ-ଡି ଅଟୋମେଟିକ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ

ଚଣ୍ଡିଗଡ :ମୋହାଲିରେ ଥ୍ରୀ-ଡି ଅଟୋମେଟିକ ସିଗ୍‌ନାଲ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ କରାଯାଇଛି । ଏହି ସିଷ୍ଟମ ବ୍ୟବହାର କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ।...

ରେଳଯାତ୍ରୀଙ୍କୁ ମାଟିପାତ୍ରରେ ମିଳିବ ଚା, ଜଳଖିଆ

ନୂଆଦିଲ୍ଲୀ: ଏଣିିକି ରେଳଯାତ୍ରୀମାନଙ୍କୁ ମାଟି ପାତ୍ରରେ ଖାଦ୍ୟ, ପାନୀୟ ପରଷାଯିବ। ଦେଶର ୪୦୦ ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଟି ନିର୍ମିତ ପାତ୍ରରେ ଖାଦ୍ୟ, ପାନୀୟ ଯୋଗାଇଦେବାକୁ ରେଳ...

ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ...

୮୪ ସେକେଣ୍ଡରେ ଚେନ୍ନାଇର ଭେୟାଶିନୀଙ୍କ କାରନାମା: ଚିହ୍ନିଲେ ୪୯ ଦେଶର ଜାତୀୟ ପତାକା

ପୃଥିବୀର ଅନେକ ଲୋକ ଅନେକ ପ୍ରକାର ରେକର୍ଡ କରୁଛନ୍ତି। ହେଲେ କିଛି ରେକର୍ଡ ସମ୍ପର୍କରେ ବହୁତ କମ୍‌ ଲୋକ ଜାଣନ୍ତି। ସେମିତି ଏକ ରେକର୍ଡ ହେଉଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *