ସାଇନାଙ୍କ ବାୟୋପିକ୍‌ ପାଇଁ କଠିନ ପରିଶ୍ରମ କରୁଛନ୍ତି ପରୀ

ମୁମ୍ବାଇ: ଯେତେବେଳେ ବାୟୋପିକ୍‌ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ। କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ଉତାରିବାଠାରୁ କାହିଁ କେତେ ଗୁଣ କଷ୍ଟକର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଚରିତ୍ରରେ ଅଭିନୟ କରିବା। କାରଣ ବାୟୋପିକ୍‌ରେ ଉକ୍ତ ଚରିତ୍ର ସହ ଦର୍ଶକେ ଆଗରୁ ଅଳ୍ପବହୁତେ ଜଡ଼ିତ ଥାଆନ୍ତି। ଏଣୁ ଅଭିନୟ ଜୀବନ୍ତ ଓ ବାସ୍ତବିକ ଅନୁଭବ ନ ହେଲେ, ଦର୍ଶକ ତୁଳନାତ୍ମକ ଦୃଷ୍ଟିକୋଣରୁ ଅସନ୍ତୁଷ୍ଟ ହୋଇପାରନ୍ତି। ଏଣୁ ଅନେକ ସମୟରେ ବାୟୋପିକ୍‌ରେ ଅଭିନୟ କରୁଥିବା ଅଭିନେତ୍ରୀ/ଅଭିନେତାଙ୍କୁ ସମ୍ପୃକ୍ତ ଚରିତ୍ରରେ ବାସ୍ତବିକତା ଆଣିବାକୁ ଅଧିକରୁ ଅଧିକ ପରିଶ୍ରମ ଓ ପ୍ରୟାସ କରିବାକୁ ପଡ଼ିଥାଏ।
କ୍ରମରେ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି କରୁଛନ୍ତି କଠିନ ପରିଶ୍ରମ। କାରଣ ଭାରତର ଗର୍ବ ଓ ଗୌରବ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳୀ ସାଇନା ନେହ୍ବାଲ୍‌ଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ପରିଣୀତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏବେ ଏଭଳି ଜଣେ ତାରକାଙ୍କ ଜୀବନୀକୁ ପରଦାରେ ଫୁଟାଇବାକୁ ହେଲେ ପରୀଙ୍କୁ କଷ୍ଟ ତ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କୁ ସାଇନାଙ୍କ ଚାଲିଚଳନ, କଥାବାର୍ତ୍ତା, ବେଶଭୂଷା ଓ ବିଶେଷକରି ବ୍ୟାଡ୍‌ମିଣ୍ଟନ ଖେଳିବା ଷ୍ଟାଇଲ୍‌ ଶିଖିବାକୁ ପଡ଼ୁଛି। ବାକି ସବୁ ଠିକ୍‌ ଅଛି, କିନ୍ତୁ ବ୍ୟାଡ୍‌ମିଣ୍ଟନ୍‌ ଅଭ୍ୟାସ କରିବାରେ ପରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ବ୍ୟାଡ୍‌ମିଣ୍ଟନ୍‌ ଅଭ୍ୟାସ ପାଇଁ ପରୀଙ୍କୁୁ ମୁମ୍ବାଇସ୍ଥିତ ରାମଶେଠ୍‌ ଠାକୁର ଇଣ୍ଟର୍‌ନ୍ୟାଶନାଲ୍‌ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଯିବାକୁ ପଡ଼ୁଛି, ଯେଉଁଥିରେ ତାଙ୍କର ୫-୬ ଘଣ୍ଟା ସମୟ ନଷ୍ଟ ହୋଇଯାଉଛି। ଫଳରେ ସେ ଆବଶ୍ୟକତା ଅନୁଯାୟୀ ଶୋଇପାରୁ ନାହାନ୍ତି ଓ ଅନ୍ୟ କାମ ମଧ୍ୟ ଠିକ୍‌ ସମୟରେ କରିପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏଣିକି ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ହିଁ ଅଭ୍ୟାସ ସରିବା ପର୍ଯ୍ୟନ୍ତ ରହିବାକୁ ସେ ସ୍ଥିର କରିଛନ୍ତି। ଘରଠରୁ ଦୂର ସେଠାରେ ରହି ଏବେ ସାଇନାଙ୍କ ଭଳି ଖେଳିବାର ଅଭ୍ୟାସଚଳାଇଛନ୍ତି ପରିଣୀତି। ଅନ୍ୟପକ୍ଷରେ ସାଇନା ନେହଓ୍ବାଲ୍‌ଙ୍କ ବାୟୋପିକ୍‌ରେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ଫାଇନାଲ୍‌ କରାଯାଇଥିଲା। ତେବେ ଶ୍ରଦ୍ଧାଙ୍କ ହାତରେ ଅନେକ ଫିଲ୍ମ ଥିବାରୁ ସେ ଏହି ଫିଲ୍ମକୁ ରିଜେକ୍ଟ କରିଦେଇଥିଲେ। ପରେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ ଚୟନ କରାଗଲା ଓ ସେ ରାଜି ମଧ୍ୟ ହୋଇଗଲେ। ପିଲ୍କକୁ ସୁପରହିଟ୍‌ କରିବା ଲାଗି ଏବେ ପରୀ ସମ୍ପୂର୍ଣ୍ଣଭାବେ ଲାଗିପଡିଛନ୍ତି। ସେ କଠିନ ପରିଶ୍ରମ ଜାରି ରଖିଛନ୍ତି। ଆଗାମୀ ଦିନରେ ଫିଲ୍ମଟି କେତେ ସଫଳ ହେଉଛି ଓ ଦର୍ଶକଙ୍କ ମନକୁ ଛୁଉଁଛି ତାହା ସମୟ ହିଁ କହିବ।


All Right Reserved By Dharitri.Com

ଦର୍ଶକଙ୍କୁ ହସାଉଛି ଅକ୍ଷୟଙ୍କ ‘ହାଉସଫୁଲ-୪’: ପ୍ରଶଂସକ କହିଲେ ଦୀପାବଳି ଉପହାର

ମୁମ୍ବାଇ: ପରଦାରେ ମଲ୍ଟିଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ୍‌-୪। ଚଳଚ୍ଚିତ୍ରର ଟ୍ରେଲର୍‌ ଏବଂ ଗୀତକୁ ନେଇ ଦର୍ଶକଙ୍କ ମନରେ ପ୍ରଥମରୁ ଉତ୍ସାହ ରହିଥିଲା। ଏବେ ସିନେମା ରିଲିଜ ହେବା...

ପ୍ରିୟଙ୍କା ମୋ ଠାରୁ ୧୦ ବର୍ଷ ବଡ଼ କହିଲେ ନିକ୍‌

ଓ୍ବାଶିଂଟନ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକା ଗାୟକ ନିକ୍‌ ଜୋନସ୍‌ଙ୍କ ବିବାହ ନେଇ ବହୁ ଚର୍ଚ୍ଚା ହୋଇଥିବା। ଏବେ ମଧ୍ୟ ବହୁ ସମୟରେ...

ବିଗ୍‌ ବସ୍‌ ସିଜନ୍‌ ୧୩ରେ ଅମୀଷା ପଟେଲ

ମୁମ୍ବାଇ: ଟିଭି ଦୁୁନିିଆର ସବୁଠାରୁ ବିବାଦୀୟ ଶୋ ‘ବିଗ୍‌ ବସ୍‌’କୁ ହିଟ୍‌ କରିବାକୁ ନିର୍ମାତା ସବୁବେଳେ ଚେଷ୍ଟା କରିଥାନ୍ତି। ସିଜନ୍‌ ୧ରୁ ୧୧ ଯାଏଁ ସବୁବେଳେ...

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

ବଲିଉଡର ‘ଲେଡି ସୁପରଷ୍ଟାର’ କଙ୍ଗନା, ବିବାଦ ସତ୍ତ୍ୱେ ବଢ଼ୁଛି ଲୋକପ୍ରିୟତା

ମୁମ୍ବାଇ: ବିବାଦ ଏବଂ କଙ୍ଗନା ପରସ୍ପରର ପରିପୂରକ ବୋଲି କହିପାରିବା। ସେ ଫିଲ୍ମ ହେଉ ଅଥବା ତାଙ୍କର ମନ୍ତବ୍ୟ ସବୁବେଳେ ବିବାଦ ଘେରକୁ ଆସିଯାଇଥାଏ। ଆଗାମୀ...

ଇସ୍କ ତୋର ସ୍ଲୋଲି ସ୍ଲୋଲି

ମନ୍‌ ମୁଭିଜ ଏବଂ ଏସ୍‌. ତନୁ କ୍ରିଏଶନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ଇସ୍କ ତୋର ସ୍ଲୋଲି...

ପୁଣି ରାଗିଲେ ତନୁଶ୍ରୀ, ନାନା ପାଟେକରଙ୍କୁ ଆଶାରାମଙ୍କ ସହ କଲେ ତୁଳନା

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏହା ପରଠାରୁ ସେ...

ସେନା ଅଧିକାରୀ ଭୂମିକାରେ ଆୟୁଷ

ମୁମ୍ବାଇ: ‘ଲଭ୍‌ ୟାତ୍ରୀ’ରେ ଡେବ୍ୟୁ କରିଥିବା ଅଭିନେତା ଆୟୁଷ ଶର୍ମା ‘କ୍ୱଥା’ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଆକ୍ସନ-ଡ୍ରାମା ଫିଲ୍ମରେ ଅଭିନୟ ଲାଗି...

Leave a comment

Your email address will not be published. Required fields are marked *