Posted inଖେଳ

ରୋହିତ-ଧାଓ୍ବନଙ୍କ ରେକର୍ଡ

ରାଜକୋଟ,୮।୧୧- ଭାରତୀୟ ଦଳର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କ ଯୋଡ଼ି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନିଂ ଯୋଡ଼ି ୧୦.୫ ଓଭରରେ ୧୧୮ ରନ୍‌ ଯୋଡ଼ିଥିଲା। ଟି୨୦ ଫର୍ମାଟରେ ରୋହିତ ଓ ଧାଓ୍ବନଙ୍କ ଓପନିଂ ଯୋଡ଼ି ପାଇଁ ଏହା ଚତୁର୍ଥ ଶତକୀୟ ଭାଗୀଦାରି। କ୍ରିକେଟର ଛୋଟିଆ ଫର୍ମାଟରେ ଏହା ଯେ କୌଣସି ଓପନିଂ ଯୋଡ଼ି ପାଇଁ ସର୍ବାଧିକ। ଏହି ତାଲିକାରେ ଅଷ୍ଟ୍ରେଲିଆର ସେନ ଓ୍ବାଟସନ-ଡେଭିଡ ଓ୍ବାର୍ନର, ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ-କେନ ଓ୍ବିଲିୟମସନ, ଭାରତର ରୋହିତ-ବିରାଟ କୋହଲି, ନ୍ୟୁଜିଲାଣ୍ଡ ଗୁପଟିଲ-କଲିନ ମୁନ୍‌ରୋଙ୍କ ଓପନିଂ ଯୋଡ଼ି ରହିଛି। ଏହି ସମସ୍ତ ଯୋଡ଼ି ଅନ୍ତର୍ଜାତୀୟ ଟି୨୦ରେ ୩ ଥର ଶତକୀୟ ଭାଗୀଦାରି କରିଛନ୍ତି। ଉଲ୍ଲେଖଥାଉ କି, ରୋହିତ ୪୩ ବଲରୁ ବିସ୍ଫୋରକ ୮୫ ଓ ଧାଓ୍ବନ ୩୧ ରନ୍‌ କରି ଭାରତୀୟ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।


All Right Reserved By Dharitri.Com

Posted inଖେଳ View All

୧୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରସିଦ

ଚଟୋଗ୍ରାମ,୫।୯: ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ୍‌ ନିଜ କ୍ୟାରିୟରରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ ଜାହୁର ଅହମ୍ମଦ ଚୌଧାରୀ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ବାଂଲାଦେଶ...

ଆଲ୍ଲାଙ୍କ ଯୋଗୁ ଆମେ ବିଶ୍ୱ ଚାମ୍ପିୟନ୍‌ ହେଲୁ:ମୋର୍ଗାନ

ଲର୍ଡସ, ୧୬।୭: ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ ଫାଇନାଲ ମ୍ୟାଚରେ ଇଂଲଣ୍ଡ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ନାଟକୀୟ ଢଙ୍ଗରେ ହରାଇ ପ୍ରଥମଥର...

୩୨ରେ ପାଦ ଦେଲେ ପୂଜାରା

ନାଗପୁର,୨୫।୧- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଶନିବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଦିନିକିଆ, ଟି୨୦ ଓ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉ ନ ଥିଲେ...

ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ନିମପୁର କୋଚିଂ କ୍ଲିନିକ୍‌ ୨୫ରୁ

କଟକ ଅଫିସ,୧୬ା୫:  ଏମଏସ୍‌ ଧୋନୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଦେଶର ୨୦ଟି ସହରରେ କ୍ରିକେଟ କୋଚିଂ କ୍ଲିନିକ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ରୁ...

କୋଣ୍ଟାଙ୍କ ଚମକପ୍ରଦ ବିଜୟ

ରୋମ୍‌, ୧୮ା୫ (ଏଏଫ୍‌ପି)-କିକି ବର୍ଟେନ୍ସଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ସହ ବ୍ରିଟେନ୍‌ର ଜୋହାନା କୋଣ୍ଟା ଇଟାଲିଆନ ଓପନ୍‌ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ...

ବିଶ୍ୱ ଚାମ୍ପିୟନଶିପ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବାସେଲ(ସୁଇଜରଲାଣ୍ଡ), ୨୧।୮ (ପି.ଟି.): ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନର ସର୍ବୋଚ୍ଚ ପ୍ରତିଯୋଗିତା ବିଶ୍ୱ ଚାମ୍ପିୟନଶିପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ...

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *