Posted inଜାତୀୟ

ଛିଡୁନି ଗଣିତ: ଭାଜପା ସହ ମେଣ୍ଟ ଭାଙ୍ଗିପାରେ ଶିବସେନା

ମୁମ୍ବାଇ,୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଗତ ମାସଠାରୁ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛିଡି ପାରୁନି ଗଣିତ। ଶୁକ୍ରବାର ସୁଦ୍ଧା ଯଦି ଏହାର ସମାଧାନ ନ ହେଲା ତେବେ ଶିବସେନା ଭାଜପା ମେଣ୍ଟକୁ ଭାଙ୍ଗି ଦେଇପାରେ ବୋଲି ଆଲୋଚନା ହେଉଛି। ଯଦି ଏପରି ହେଲା ତେବେ ମହାରାଷ୍ଟ୍ର ସରକାରରେ ଶିବସେନାର ଏହା ଏକ ବଡ ନିଷ୍ପତ୍ତି ହେବ ବୋଲି କୁହାଯାଉଛି। ଏବେ ଶିବସେନାର ବିଧାୟକମାନେ ହୋଟେଲରେ ରହିଥିବା ବେଳେ ଦଳ ମଧ୍ୟରେ ଚାଲିଛି ବିଚାର ବିମର୍ଷ। ଏପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଭାଜପା ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ସଜବାଜ ହେଉଛି। ହେଲେ ମହାରାଷ୍ଟ୍ରରେ ଶିବସେନା ଶାସନ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଭାଜପ-ଶିବସେନା ମଧ୍ୟରେ ମେଣ୍ଟ ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ। ଆଉ ଏବେ ୫୦-୫୦ ଅଙ୍କକୁ ନେଇ ଉଭୟ ଦଳ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଶିବସେନା ଚାହୁଁଥିବା ବେଳେ ଭାଜପା ଏଥିରେ ଅରାଜି ହେଉଛି। ଯାହାକୁ ନେଇ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାଜନୀତି ଗଣିତର ସମାଧାନ ହୋଇପାରୁ ନାହିଁ।


All Right Reserved By Dharitri.Com

ଦିଲ୍ଲୀରେ ‘ବିଟିଂ ଦ ରିଟ୍ରିଟ୍‌’ ଉତ୍ସବ ସମାପନ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ରାଜପଥରେ ବୁଧବାର ସନ୍ଧ୍ୟାରେ ‘ବିଟିଂ ଦ ରିଟ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଇସିନା ରୋଡ୍‌ସ୍ଥିତ ରାଷ୍ଟ୍ରପତି ଭବନ ସାମ୍ନାରେ ଏହାର ପ୍ରଦର୍ଶନ ସହ...

କିରଣ ବେଦୀଙ୍କୁ ହିଟଲରଙ୍କ ଭଉଣୀ ସହ ତୁଳନା କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୦।୧୧:ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଭଉଣୀ ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ। ରାଜ୍ୟର ଉପରାଜ୍ୟପାଳ ଭାବେ...

ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକାରେ ମୋଦି, ଶାହା

ନୂଆଦିଲ୍ଲୀ,୨୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଂଗ୍ରେସ ପରେ ଭାଜପା ନିଜ ଷ୍ଟାର ପ୍ରଚାରକ ତାଲିକା ବୁଧବାର ଘୋଷଣା କରିଛି।...

ଦୁଷ୍ୟନ୍ତଙ୍କ ପାଇଁ ଖୁସି ଖବର: ଅଜୟଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ଭାଜପାକୁ ସମର୍ଥନ ଦେବାର ୨୪ ଘଣ୍ଟା ନ ପୁରୁଣୁ ଜନନାୟକ ଜନତା ପାର୍ଟି(ଜେଜେପି) ନେତା ଦୁଷ୍ୟନ୍ତଙ୍କ ପାଇଁ ଆସିଛି ଖୁସି ଖବର। ତିହାର...

ଗାନ୍ଧୀ ଜୟନ୍ତୀ ପାଇଁ ହଜାରେ ଫୁଟର ଗ୍ରୀଟିଙ୍ଗ୍‌ କାର୍ଡ ତିଆରି କଲେ ଛାତ୍ର

ଫିରୋଜାବାଦ୍‌,୨୯।୯: ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ଫିରୋଜାବାଦ୍‌ର ୬୦ ଜଣ ଛାତ୍ର ହଜାରେ ଫୁଟ ଲମ୍ବର ଏକ ଗ୍ରୀଟିଙ୍ଗ୍‌ କାର୍ଡ ତିଆରି...

ଦଳରେ ନେତୃତ୍ୱ ପ୍ରସଙ୍ଗର ସମାଧାନ ଜରୁରୀ: ଥରୁର

ନୂଆଦିଲ୍ଲୀ, ୨୪ା୨(ପି.ଟି.): ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ମଙ୍ଗୁଆଳ ବିହୀନ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିବାରୁ ଏହାକୁ ଦୂର କରିବା ଲାଗି ନେତୃତ୍ୱ...

ଋତୁପର୍ଣ୍ଣାଙ୍କୁ ଇଡି ସମନ

କୋଲକାତା,୧୧ା୭(ପି.ଟି.): ରୋଜଭ୍ୟାଲି ଚିଟ୍‌ଫଣ୍ଡ ନୁର୍ଦୀନି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପରଷ୍ଟାର ପ୍ରୋସେନ୍‌ଜିତ ଚାଟାର୍ଜିଙ୍କକୁ ସମନ କରିବାର ଦିନକ ପରେ ବୁଧବାର ବଙ୍ଗଳା...

Leave a comment

Your email address will not be published. Required fields are marked *