Posted inଜାତୀୟ

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ ଏବେ ଏହାକୁ ନେଇ ରାହୁଲ ଗାନ୍ଧୀ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଏହା ପଛରେ ଯାହାର ହାତ ଅଛି ଏବେ ତାଙ୍କୁ କାଠଗଡ଼ାକୁ ଆଣିବା ବାକି ରହିଛି। ୨୦୧୬ ନଭେମ୍ବର ୮ରେ ମୋଦି ୫ଶହ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରି ଦେଇଥିଲେ। ଆଉ ତାଙ୍କର ଏହି ବିମୁଦ୍ରୀକରଣ ରୂପି ଆତଙ୍କବାଦୀ ଆକ୍ରମଣ ଯୋଗୁ ଆଜି ଦେଶର ଅର୍ଥନୀତି ବିଗିଡି ଯାଇଛି ବୋଲି ରାହୁଲ କହିଛନ୍ତି। ଏହାଫଳରେ କେତେ ଜଣଙ୍କ ଜୀବନ ଗଲା, ଛୋଟ ଛୋଟ ବ୍ୟବସାୟ ବନ୍ଦ ହେଲା, ବେରୋଜଗାର ସମସ୍ୟା ବଢିଲା। ତେଣୁ ଏଥିପାଇଁ ମୋଦି ଦାୟୀ ବୋଲି ରାହୁଲ କହିଛନ୍ତି। ଏପର୍ଯ୍ୟନ୍ତ ମୋଦିଙ୍କ ଉପରେ ରାହୁଲ ଯେତେସବୁ ଅଭିଯୋଗ ଆଣିଥିଲେ ଏହା ସବୁଠାରୁ ବଡ ଅଭିଯୋଗ ବୋଲି ଆଲୋଚନା ହେଉଛି।


All Right Reserved By Dharitri.Com

ମେଡିକାଲ ବଣ୍ଡ୍‌କୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୮ : ପୋଷ୍ଟ-ଗ୍ରାଜୁଏଟ୍‌ ମେଡିକାଲ ପାଠ୍ୟକ୍ରମ ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ବାଧ୍ୟତାମୂଳକ ବଣ୍ଡ୍‌ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ରିଟ୍‌...

କଶ୍ମୀର: ୨୬ ଗୃହବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟିଲା

ଶ୍ରୀନଗର,୧୧ା୧(ପି.ଟି.): ଇଣ୍ଟରନେଟ ବନ୍ଦ ଏବଂ ଉପତ୍ୟକାରେ କଟକଣାକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ସମାଲୋଚନା କରିବା ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ଥିବା ୨୬ ଜଣଙ୍କ ଉପରୁ...

ସରକାରୀ ହସ୍ପିଟାଲରେ ମୃତକଙ୍କ ଆଖି ଖାଇଗଲେ ପିମ୍ପୁଡ଼ି: ୪ ଡାକ୍ତର ନିଲମ୍ବିତ

ଭୋପାଳ,୧୬।୧୦: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରରେ ସ୍ବାସ୍ଥ୍ୟ ସେବା ଭୁଷୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଶିବପୁରୀର ଜିଲା ହସ୍ପିଟାଲରେ ୫୦ ବର୍ଷ ବୟସ୍କ ଯକ୍ଷ୍ମା...

ଜାପାନୀ ଜ୍ୱର ୪୦ ବର୍ଷରେ ନେଇଛି ୧୦ ହଜାର ଜୀବନ: ବାହାରିଲା ଔଷଧ

ପାନିପଥ,୪।୬: ଗତ ୪୦ବର୍ଷ ମଧ୍ୟରେ ଜାପାନୀ ଜ୍ୱର ବା ଜାପାନୀ ଇନସେଫ୍ଲାଇଟିସ୍‌ ଦେଶରେ ୧୦ ହଜାରଲୋକଙ୍କ ଜୀବନ ନେଇଛି। ସମ୍ପ୍ରତି ହରିୟାଣା ମାନେସରସ୍ଥିତ ବ୍ରେନ୍‌ ରିସର୍ଚ୍ଚ...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୨୨ା୪: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ...

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା...

ଦିନକୁ ମାଗଣାରେ ୭୦ ଲିଟର ପାଣି ଯୋଗାଇଦେବେ ରାଜସ୍ଥାନ ସରକାର

ଜୟପୁର,୨୨।୮: ରାଜସ୍ଥାନର ପାଖାପାଖି ୧୩ଟି ମରୁଡି ପ୍ରବଣ ବା ଶୁଷ୍କ ଜିଲାରେ ପ୍ରତିପରିବାରକୁ ଦିନକୁ ୭୦ ଲିଟର ପାଣି ମାଗଣାରେ ଯୋଗାଇ ଦେବେ ବୋଲି ରାଜସ୍ଥାନ...

ଦୁଇ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ,୧୨ା୬(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ର ଓ ଅତିରିକ୍ତ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରାଯାଇଛି। ଏହାସହ...

Leave a comment

Your email address will not be published. Required fields are marked *