‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା ଆରମ୍ଭ ହୋଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାରେ ଜିଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବ ବୋଲି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁକ୍ରବାର ୬୫କିମି ବେଗରେ ପବନ ବହିବାକୁ ଥିବା ବେଳେ ଶନିବାର ୭୦ରୁ ୯୦ କିମି ବେଗରେ ପବନ ବହିବ। ସେହିଭଳି ପୁରୀ ଓ ଗଞ୍ଜାମରେ ୪୦ରୁ ୬୦ କିମି ବେଗରେ ପବନ ବହିପାରେ। ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏନେଇ ଜିଲାପାଳ ନିଷ୍ପତ୍ତି ନେବେ। ପ୍ରଭାବିତ ହେବାକୁ ଥିବା ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପଠାଯାଇଥିବା ବେଳେ ଅଗ୍ନିଶମ ବିଭାଗ ସଜାଗ ରହିଥିବା ସେ କହିଛନ୍ତି।


All Right Reserved By Dharitri.Com

ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷୋଡଶ...

ଟ୍ରାଫିକ କନଷ୍ଟେବଳଙ୍କୁ ଅସଦାଚରଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର, ୨୧।୧୧ (ଡି.ଏ ନ.ଏ.): କାର୍ଯ୍ୟରତ ଜନୈକ ଟ୍ରାଫିକ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିବା ଅଭିଯୋଗ ବୁଧବାର ଏୟାରପୋର୍ଟ ଥାନା ପୋଲିସ ପୁନମାଗେଟରେ ଜନୈକ...

ରସୁଲଗଡ଼ ଫ୍ଲାଏଓଭର ତଳରାସ୍ତା ମରଣଯନ୍ତ୍ରା: ଖାଲରେ ପଡ଼ି ୨ ଦିନରେ ୭ ଆହତ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟ ରସୁଲଗଡ଼ ଫ୍ଲାଏଓଭର ତଳ ରାସ୍ତା ପାଲଟିଛି ମରଣଯନ୍ତ୍ରା। ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏ ୮ରୁ ଊର୍ଦ୍ଧ୍ୱ ଖାଲ ଅଁା...

ବାତ୍ୟା ବିପନ୍ନଙ୍କୁ ସମବେଦନା ଜଣାଇଲେ ବିଦେଶିନୀ

ଭୁବନେଶ୍ୱର, ୧୯ା୫(ବ୍ୟୁରୋ)- ବାତ୍ୟା ‘ଫନୀ’ ପରେ ଏବେ ଓଡ଼ିଶାକୁ ବିଭିନ୍ନ ଦେଶ ସହଯୋଗ ହାତ ବଢ଼ାଉଛନ୍ତି। ଏହି ଭୟଙ୍କର ବାତ୍ୟାରେ ବିପନ୍ନ ଓଡ଼ିଶାବାସୀଙ୍କୁ ବିଭିନ୍ନ ଆଡୁ...

ଖୋର୍ଦ୍ଧା ତହସିଲ ଅଞ୍ଚଳର ବେଆଇନ ପଥରଖଣି, କ୍ରଶର ଉପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢ଼ାଉ

ଖୋର୍ଦ୍ଧା ଅଫିସ,୨୩।୭: ଖୋର୍ଦ୍ଧା ତହସିଲ ଅଞ୍ଚଳର ବିଭିନ୍ନ ବେଆଇନ ପଥର ଖଣି ଓ କ୍ରଶର ଉପରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ପକ୍ଷରୁ ମଙ୍ଗଳବାର ଚଢ଼ାଉ ଜାରିରହିଛି। ଏକକାଳୀନ...

ଗୋଚର ପାଲଟିଲାଣି ଲୁଣ ଜମି

ଗଞ୍ଜାମ,୧୭ା୧(ଡି.ଏନ.ଏ.) – ଗଞ୍ଜାମ ଜିଲାର ହୁମ୍ମା ଓ ଗଞ୍ଜାମ ଆଖପାଖ ଅଞ୍ଚଳରେ ହଜାର ହଜାର ଏକର ଲୁଣ ଜମି ଏବେ ଗୋଚର ପାଲଟିଲାଣି। ଲୁଣ ଉତ୍ପାଦନକୁ...

ଧରିତ୍ରୀ ଛୁଟିଦିନରେ ପ୍ରକାଶିତ ଫଟୋ ଓ ଖବରକୁ ନେଇ ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଖୋର୍ଦ୍ଧା ଅଫିସ,୧୫ା୭: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ସୋରଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ଆୟୋଜିତ ହୋଇଥିଲା ପରିବେଶ ସୁରକ୍ଷା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଏଥିରେ...

ପେସା ଫାୟାରମ୍ୟାନ : ନିଶା ସୈନିକ ଗଢ଼ିବା

ମାହାଙ୍ଗା,୨୬ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଆଁପାଳ ଅଗ୍ନିଶମ ସେବା ସଂସ୍ଥାରେ ଫାୟାରମ୍ୟାନ ଭାବେ କାର୍ଯ୍ୟ କରନ୍ତି ନିତ୍ୟାନନ୍ଦ ମହାନ୍ତି। ଯୁବକଙ୍କୁ ସେନ୍ୟବାହିନୀରେ ଯୋଗଦେବା...

Leave a comment

Your email address will not be published. Required fields are marked *