Posted inଫୁରସତ

ବିଶ୍ୱର ସବୁଠାରୁ ହାଲୁକା ମିଠା, ଯାହାର ୯୬% ପବନ

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ! ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ। ଭାରତରେ ତ ଏହାର ସଂଖ୍ୟା ଅନେକ। ହେଲେ ଏମିତି ଏକ ମିଠା ବିଷୟରେ ଆମେ ଜାଣିବା ଯାହା ସବୁଠାରୁ ଭିନ୍ନ। କେହି କେବେହେଲେ ଏମିତି ମିଠା ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ।
ବ୍ରିଟେନ୍‌ର ଜଣେ ମିଠା ଦୋକାନୀ ବିଶ୍ୱର ସବୁଠାରୁ ହାଲ୍‌କା ମିଠା ତିଆରି କରିଛନ୍ତି। ଏହାର ବିଶେଷତ୍ୱ ହେଉଛି, ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ସହାୟତା ନିଆଯାଇଛି। ଏହି ମିଠାର ଓଜନ ମାତ୍ର ୧ ଗ୍ରାମ୍‌। ଏଥିରେ ୯୬% ବାୟୁ ରହିଥିବା ବେଳେ ମାତ୍ର ୪% ମିଠା ରହିଛି। ଏହି ମିଠାକୁ ଲଣ୍ଡନରେ ଥିବା ଡିଜାଇନର ଷ୍ଟୁଡିଓ ବୋମପାସ ଆଣ୍ଡ୍‌ ପାର କାରିଗରମାନେ ଏରୋଜେଲେକ୍ସ ଲାବୋରେଟରୀର ବୈଜ୍ଞାନିକଙ୍କ ସହ ମିଶି ତିଆରି କରିଛନ୍ତି। ଏହାକୁ ଜର୍ମାନର ହୈମବର୍ଗରେ ତିଆରି କରାଯାଇଛି। ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ସର୍ବପ୍ରଥମେ ବିଶ୍ୱର ସବୁଠାରୁ ହାଲୁକା ସଲିଡ୍‌ ପଦାର୍ଥକୁ ଖାଇବାଯୋଗ୍ୟ କରିଥିଲେ। ପରେ ସେଥିରେ ମିଠା ତିଆରି କଲେ। ଏହି ମିଠାକୁ ଆରୋଓ୍ବେଲ୍‌ରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଆରୋଓ୍ବେଲ ବିଶ୍ୱର ସବୁଠାରୁ ହାଲୁକା ପଦାର୍ଥ। ତେବେ ଏହି ମିଠାର ସ୍ବାଦ କିପରି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

 


All Right Reserved By Dharitri.Com

ସରକାରୀ ବୈଠକରେ ଜଙ୍କ୍‌ଫୁଡ୍‌ ମନା : ମୁଢ଼ି,ଫଳ ଖାଇବେ ଅଧିକାରୀ ଓ ମନ୍ତ୍ରୀ

ସରକାରୀ ବୈଠକରେ ଅଧିକାରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କେହି ଜଙ୍କ୍‌ଫୁଡ୍‌ ଖାଇବେ ନାହିଁ ବୋଲି ବିହାର ସରକାର ତଥା ନୀତିଶ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।...

ବିଶ୍ୱର ସବୁଠୁ ମହଙ୍ଗା ଆଳୁ ଚିପ୍ସ, ୪ ହଜାର ଟଙ୍କାରେ ମିଳୁଛି ମାତ୍ର ୫ ପିସ୍‌

ଭାରତରେ ଆଳୁ ଚିପ୍ସ ପ୍ୟାକେଟ୍‌ ଅତିକମରେ ୧୦ କି ୧୫ ଟଙ୍କାରେ ମିଳିଯାଉଛି। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ୪ ହଜାର...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି...

ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି...

ଝିଅ ବିବାହ ପୂର୍ବରୁ ବାପାଙ୍କୁ ମୃତ ଘୋଷଣା କଲେ ଡାକ୍ତର: ବିଦା ପରେ ଜୀବନ ଫେରିଲା

କୌଣସି ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ପୁଣି ଥରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ଚାଲିବା ଘଟଣା ଆମେ ବହୁବାର ଶୁଣିବାକୁ ପାଇଛୁ।...

ପ୍ରଥମ ଦରମା ଟଙ୍କାରେ ପ୍ୟାଣ୍ଟଶାର୍ଟ କିଣିଥିଲି: ଶିକ୍ଷାବିତ୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗାଁର ଏକ ପ୍ରତିଷ୍ଠିତ ପରିବାରରେ ମୋ ଜନ୍ମ। ଗାଁ ସ୍କୁଲ୍‌ରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଗୋଦାବରୀଶ...

ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *