ଡିସେମ୍ବର ୧୧ରୁ ପୁଣି ଶୋ’ରୁ ଛୁଟିନେବେ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। କିଛିମାସ  ତଳେ ସ୍ତ୍ରୀ ଗିନି ଚତ୍‌ରଥଙ୍କ ସହିତ ସମୟ କାଟିବା ପାଇଁ ‘ଦ କପିଲ ଶର୍ମା ଶୋ’ରୁ ୧୦ ଦିନ ଛୁଟି ନେଇ କାନାଡା ଯାଇଥିଲେ। ଶୁଣିବାକୁ ମିଳୁଛି ଆସନ୍ତା ମାସରେ କପିଲ୍‌ ପୁଣି ଛୁଟିରେ ଯିବେ। କପିଲ୍‌ଙ୍କର ଜଣେ ଖାସ୍‌ ବନ୍ଧୁ କହିଛନ୍ତି, ଗିନିଙ୍କ ଡେଲିଭରି ସମୟରେ କପିଲ୍‌ ତାଙ୍କ ପାଖରେ ରହିବା ପାଇଁ ଚାହୁଁଛନ୍ତି। ତେଣୁ ସେ ଚ୍ୟାନେଲ୍‌ଠାରୁ ୧୧ ଡିସେମ୍ବରରୁ ଛୁଟି ନେବା ପାଇଁ ଅନୁମତି ମାଗି ସାରିଛନ୍ତି। ଏହି ସମୟରେ ସେ କୌଣସି କାମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେଣୁ ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନକୁ କପିଲ୍‌ ଅଧିକ ଧ୍ୟାନ ଦେଉଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଡିସେମ୍ବରରେ ବାପା ହେବାକୁ ଯାଉଛନ୍ତି। ସ୍ମରଣଯୋଗ୍ୟ, ୨୦୧୮ ଡିସେମ୍ବର ୧୨ରେ କପିଲ୍‌ ଗିନିଙ୍କୁ ବିବାହ କରିଥିଲେ। କପିଲ୍‌ ଜାନୁୟାରୀରେ ଶୋ’କୁ ଫେରିବେ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ସହ ସୁଇମିଂ ପୁଲ୍‌ରେ ମଜା ଉଠାଉଛନ୍ତି ସୁସ୍ମିତା

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବଂ ବୟଫ୍ରେଣ୍ଡ ରହମନଙ୍କ ବ୍ରେକ୍‌ଅପ୍‌ ଖବର ଆସିଥିଲା। କିନ୍ତୁ ସୁସ୍ମିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର...

କାର୍ତ୍ତିକଙ୍କୁ ଦେଖା କରିବାକୁ ଲୁଚିଛପି ଲକ୍ଷ୍ନୌ ପହଞ୍ଚିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଯଦିଓ ଏମାନଙ୍କ ତରଫରୁ ଏହା...

ଛୋଟ ପରଦାରେ ନଜର ଆସିବେ ଗ୍ରେସୀ ସିଂହ

‘ଲଗାନ୍‌’ ଏବଂ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଗ୍ରେସୀ ସିଂହଙ୍କୁ ଏବେ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଗ୍ରେସୀ...

ରିଲିଜ୍‌ ହେଲା ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’: ଦର୍ଶକ କହିଲେ ‘ବ୍ଲକବଷ୍ଟର’

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ ରିଲିଜ ହୋଇଯାଇଛି। ‘ଚୁଲବୁଲ ପାଣ୍ଡେ’ ଚରିତ୍ରରେ ସଲ୍ଲୁ ପୁଣିଥରେ ଏହି ଖ୍ରୀଷ୍ଟମାସରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି।...

ମା’ଙ୍କଠାରୁ କଥକ ଶିଖୁଛନ୍ତି ଭୂମୀ

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ସବୁ ବଲିଉଡ୍‌ ଷ୍ଟାର ଘରେ ଏକ ପ୍ରକାର ବନ୍ଦ ହୋଇ ରହିଛନ୍ତି କହିଲେ ଚଳେ। ଆଉ ଏହି ସମୟରେ କିଏ...

”ଯାତ୍ରାରେ ପରିଚାଳକର ଭୂମିକା ବାପାଙ୍କ ଭୂମିକାଠୁ କମ୍‌ ନୁହେଁ“: ପ୍ରଜିତ କୁମାର ରାଉତରାୟ

”ଗୋଟିଏ ପରିବାରରେ ଜଣେ ବାପାଙ୍କ ଭୂମିକା ଯାହା ଗୋଟିଏ ଯାତ୍ରାପାର୍ଟିରେ ଜଣେ ପରିଚାଳକଙ୍କ ଭୂମିକା ଅବିକଳ ସେଇଆ। ପାର୍ଟି ଭିତରେ ସମତୂଲ ବଜାୟ ରଖିବା ସହିତ...

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌...

ଚର୍ଚ୍ଚା: ମା’ ହେବାକୁ ଯାଉଛନ୍ତି ପ୍ରିୟଙ୍କା !

ମୁମ୍ବାଇ: ଜଣେ ବଲିଉଡ୍‌ କଳାକାର ଭାବେ ହଲିଉଡ୍‌ରେ ବେଶ୍‌ ନା କମାଇଛନ୍ତି ପ୍ରିୟଙ୍କା ଚୋପ୍ରା। ପିସିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ହେଉଥିବା ବେଳେ...

Leave a comment

Your email address will not be published. Required fields are marked *